ମୋ ପାଖରେ ହେଲମେଟ୍‌ ଅଛି, ମୋତେ ଲିଫ୍‌ଟ ଦିଅ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜ୍ଞା ! ଏ ଟ୍ରାଫିକ୍‌ ନିୟମ ଆମକୁ ବଡ଼ ହରବର କଲାଣି । ନୂଆ ବର୍ଷରେ ଆମେ ଟିକେ ଖୁସିରେ ରହିବ କଣ ଗାଡ଼ି ଧରି ରାସ୍ତାକୁ ବାହାରିଲେ ଡର ଲାଗୁଛି । ଅବଶ୍ୟ ଦୁର୍ଘଟଣାକୁ ନୁହେଁ, ଟ୍ରାଫିକ୍‌ ନିୟମକୁ । ପୋଲିସ୍‌ ବାବୁ ଜରିମନାର ଲମ୍ବା ତାଲିକା ଧରି ବସିଛନ୍ତି । କେଉଁଠି ଟିକେ ଓଲମ ବିଲମ ପାଇଲେ ଲଗାଇ ଦେଉଛନ୍ତି ଫାଇନ୍‌ । କାଟୁଛନ୍ତି ବଡ଼ ଆକାରର ଚାଲାଣ । ଗାଡ଼ି କାଗଜପତ୍ର, ଡ୍ରାଇଭଂ ଲାଇସେନ୍ସ ଆଦି ନିୟମ ତ ଥିଲା । ଏବେ ତା ଭିତରେ ପଶିଲା ଡବଲ୍‌ ହେଲମେଟ୍‌ । ଜଣକ ପଛରେ ଜଣେ ବସିବ ଆଉ ସେ ବି ହେଲମେଟ୍‌ ପିନ୍ଧିବ । ଇଏ ବଡ଼ ଅଡ଼ୁଆ କଥା ।

ଛାଡ଼ନ୍ତୁ ଆଜ୍ଞା, ଇଏ ତ ସରକାରୀ ନିୟମ । ଆମକୁ ଦୁର୍ଘଟଣାରୁ ସୁରକ୍ଷା ଦେବାକୁ ଏସବୁ ନିୟମ ଲାଗୁ ହୋଇଛି । କାରଣ ଆମେ ହିଁ ଅମାନିଆ ହୋଇଛେ । ତେବେ ଏସବୁ ଭିତରେ ଆଜି ଭୁବନେଶ୍ୱର କଳ୍ପନା ଛକରେ ଦେଖିବାକୁ ମିଳିଥିଲା ଏକ ଭିନ୍ନ ପ୍ରକାରର ଦୃଶ୍ୟ। ଜଣେ ଯୁବକ ହାତରେ ହେଲମେଟ୍‌ ଧରି ଠିଆ ହୋଇଥିଲେ । ରାସ୍ତାରେ ଯାଉଥିବା ବିଭିନ୍ନ ବାଇକ୍‌ ଚାଳକଙ୍କୁ ଲିଫ୍‌ଟ ମାଗୁଥିଲେ । ତାହା ପୁଣି ହେଲମେଟ୍‌କୁ ଦେଖାଇ । ଆମେ ଯେତେବେଳେ ତାଙ୍କୁ ଏଭଳି କାହିଁକି କରୁଛନ୍ତି ବୋଲି ପଚାରିଲୁ ତାଙ୍କର ଉତ୍ତର ଥିଲା, ଆମେ ସରକାରଙ୍କ ନିୟମ ମାନୁଛୁ । ସରକାର ଡବଲ୍‌ ହେଲମେଟ୍‌ କଥା କହିଲେ । ଜଣେ ସାଙ୍ଗ ସହିତ ହେଲମେଟ୍‌ ପିନ୍ଧି ଆସିଥିଲି । ସେ ଅନ୍ୟ କାମରେ ଚାଲିଗଲା ତେଣୁ ମୁଁ ଲିଫ୍ଟ ମାଗି ଘରକୁ ଫେରିବାକୁ ଚେଷ୍ଟା କରୁଛି । ତାଛଡ଼ା ନିୟମ କଡ଼ାକଡ଼ି ହୋଇଥିବାରୁ ହେଲମେଟ ନଦେଖାଇଲେ ମୋତେ ଲିଫ୍‌ଟ ଦେବ ବା କିଏ ? ଅବଶ୍ୟ ଶେଷରେ ଯୁବକ ଜଣଙ୍କୁ ଲିଫ୍‌ଟ ମିଳିଗଲା । ସେ ନିଜ ଘର ପୁରୁଣା ଭୁବନେଶ୍ୱରର ବଡ଼ଦାଣ୍ଡ ସାହିକୁ ଗଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.