Below header

ଖୋର୍ଦ୍ଧା: ଆସନ୍ତା ୫ ତାରିଖରୁ ଚିଲିକାରେ ଆରମ୍ଭ ହେବ ପକ୍ଷୀ ଗଣନା

ଟାଙ୍ଗୀ(କେନ୍ୟୁଜ୍): ଆସନ୍ତା ୫ ତାରିଖରୁ ଚିଲିକାରେ ଆରମ୍ଭ ହେବ ପକ୍ଷୀ ଗଣନା । ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା କରାଯିବ । ଗଣନା କାର୍ଯ୍ୟରେ ୨୧ଟି ଦଳର ୧୦୦ର ଉର୍ଦ୍ଧ୍ୱ ଗଣନାକାରୀ ଓ ୬୦ ଜଣ ଗାଇଡ ନିୟୋଜିତ ହେବେ । ଏମଧ୍ୟରୁ ୧୯ଗୋଟି

ଗଣନାକାରୀ ଦଳ ଚିଲିକା ଜଳରାଶି ମଧ୍ୟରେ ଓ ୨ଗୋଟି ଗଣନାକାରୀ ଦଳ ଚିଲିକା ତଟବର୍ତ୍ତୀ ସ୍ଥଳଭାଗରେ ପକ୍ଷୀ ଗଣନାରେ ନିୟୋଜିତ ରହିବେ । ପ୍ରତି ଦଳରେ ୫ରୁ ୭ଜଣ ଗଣନାକାରୀ ସାମିଲ ରହିବେ । ଚିଲିକା ସହ ମଙ୍ଗଳାଯୋଡି,ରମ୍ଭା,ସାତପଡା,ଭୂଷଣ୍ଡପୁର, ନୂଆପଡା,ନଳବଣ ଆଦି ଅଚଂଳରେ ଗଣନା ହେବ । ଗଣନାରେ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ପକ୍ଷୀ ବିଶାରଦ ସାମିଲ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.