Below header

ପ୍ରେମ ପାଇଁ ହାରିଦେଲେ କି ଜୀବନ ତୁଲେଶ୍ୱର ଓ ଊର୍ମି? ଉମରକୋଟରେ ଚାଲିଛି ଚର୍ଚ୍ଚା

ଉମରକୋଟ (କେ ନ୍ୟୁଜ୍‌) : ଲୋକ ଲଜ୍ଜାକୁ ସହି ନ ପାରି ଜଣେ ବିବାହିତ ଯୁବକ ଓ ତାଙ୍କ ପ୍ରେମିକା ଆଜି ଆତ୍ମହତ୍ୟା କରିଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ମୂର୍ତ୍ତୃମା ଗ୍ରାମ ପଞ୍ଚାୟତ ବଡ଼ଖଡ଼କା ଗାଁରେ ।

ସୂଚନା ଅନୁଯାୟୀ ଏହି ଗ୍ରାମର ତୁଲେଶ୍ୱର୍ ମାଝୀ ୮ ବର୍ଷ ତଳେ ନିଜ ଗାଁର ଜଣେ ଝିଅକୁ ବିବାହ କରିଥିଲେ। ତେବେ ତାଙ୍କ ର କୌଣସି ପିଲା ହେଉନଥିବାରୁ ସ୍ବାମୀ ଓ ସ୍ତ୍ରୀ ମନ ଦୁଃଖରେ ରହୁଥିଲେ। ତୁଲେଶ୍ଵର ଆଠ ଦିନ ତଳେ ଗତିଗୁଡା ଗ୍ରାମର ନିଜ ଭାଣିଜୀ ଊର୍ମି ଗଣ୍ଡଙ୍କୁ ନେଇ ପଳାଇଥିଲେ ବୋଲି ଅଭିଯୋଗ ହୋଇଥିଲା । ସେମାନେ ଗତକାଲି ଗାଁକୁ ଫେରିଥିଲେ । ଆଜି ଊର୍ମିଙ୍କ ପରିବାର ଲୋକ ତାଙ୍କୁ ଦେଖିବା ପାଇଁ ଆସିଥିଲେ । ତେବେ ତୁଲେଶ୍ଵର ଓ ଊର୍ମି ଶୋଇଥିବା ଘରର କବାଟ ଖୋଲି ନଥିଲେ । ଏହାପରେ ପରିବାର ଲୋକ ଗ୍ରାମବାସୀଙ୍କ ସହାୟତାରେ କବାଟ ଭାଙ୍ଗି ଦେଖିବା ବେଳକୁ ଦୁଇ ଜଣ ଏକ ଗାମୁଛାରେ ବେକକୁ ବାନ୍ଧି ଆତ୍ମହତ୍ୟା କରିଥିଲେ ।

ଖବର ପାଇ ଉମରକୋଟ ଥାନା ଆଇଆଇସି ନରେଶ ଚନ୍ଦ୍ର ପ୍ରଧାନ ଓ ପୋଲିସ ଟିମ୍ ବଡ଼ ଖଡକା ଗ୍ରାମକୁ ଯାଇ ତଦନ୍ତ କରିଛନ୍ତି । ପ୍ରେମୀ ଯୁଗଳଙ୍କ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଛନ୍ତି। ତେବେ ସନ୍ଧ୍ୟା ହୋଇଯିବାରୁ ଆଜି ପୋଷ୍ଟମର୍ଟମ ହୋଇ ପାରିନାହିଁ । ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.