Below header

ସାବଧାନ ! ଏଠି କରୋନା କଟକଣା ନ ମାନିଲେ ମିଳିବ ମୃତ୍ୟୁ ଦଣ୍ଡ

ଉତ୍ତର କୋରିଆ ଶାସକ କିମ ଜଙ୍ଗ ଉନ ଯେ ଖୁବ କୄର ଏହା ସମସ୍ତଙ୍କୁ ଜଣା । କିନ୍ତୁ ଏହି ଦେଶରେ କରୋନା କଟକଣା ନ ପାଳିଲେ ମୃତ୍ୟୁଦଣ୍ଡ ବି ମିଳିପାରେ  । ଏଠି ଯେଉଁମାନେ ନିର୍ଦ୍ଧାରିତ ନିୟମ କାନୁନ ମାନୁନାହାନ୍ତି ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ବନ୍ଦୀ ଶିବିର ଖୋଲା ଯାଇଛି । ଖାଲି ସେତିକି ନୁହେଁ ଏମାନଙ୍କୁ ସ୍ୱତନ୍ତ୍ର କ୍ରିମିନାଲର ଆଖ୍ୟା ଦିଆଯାଇଛି । ସୂଚନା ଦେଉଛୁକି, ଦେଶର ପ୍ରମୁଖ ଶାସକ କିମ ଜଙ୍ଗ ଉନ ହିଁ ହାଇସିକ୍ୟୁରିଟି କ୍ୟାମ୍ପ ଖୋଲିବା ନେଇ ନିର୍ଦ୍ଦେଶନାମା ଜାରି କରିଥିଲେ । ଯେଉଁମାନେ କରୋନା ଗାଇଡ଼ ଲାଇନ ପାଳନ କରୁନାହାନ୍ତି ସେମାନଙ୍କୁ ଏହି ବନ୍ଦୀ ଶିବିରକୁ ଅଣାଯାଇ ସେମାନଙ୍କ ସହ ଅମାନବୀୟ ନି‌ର୍ଯାତନା ଦିଆଯାଉଛି । ଏମିତିକି ଗତ ଡିସେମ୍ବରରେ ମାତ୍ର ଗୋଟିଏ ଦିନରେ ୫୩ ଜଣଙ୍କୁ କ୍ୟାମ୍ପକୁ ଅଣାଯାଇ ଥିବା ବେଳେ ପରଦିନ ୬ ଜଣଙ୍କର ମୃତ୍ୟୁ ହୋଇଥିଲା ।

– “ନର୍ଥ କୋରିଆ ୱରକର୍ସ ପାର୍ଟି” ହୁଆନଚୋଙ୍ଗ ଠାରେ ଏକ ପଲିଟିକାଲ କ୍ୟାମ୍ପ ନିର୍ମାଣ କରିବା ସହ ଏହି ନୂଆ ଗାଇଡ଼ଲାଇନ ଜାରି କରିଥିଲେ । ଯେଉଁଥିରେ ନିୟମ ଉଲ୍ଲଙ୍ଘନ କାରୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ନେଇ ଦର୍ଶାଯାଇଛି ।

– ଆଉ ଏହି କାରଣରୁ ଶିବିରଟିକୁ ଏକ କୋଇଲା ଖାଦାନ ନିକଟରେ ନିର୍ମାଣ କରାଯାଇଛି । ଯାହା ଫଳରେ ଏଠାକାର ଅଧିବାସୀମାନଙ୍କୁ ଶ୍ଵାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବ । ଆଉ ସେମାନଙ୍କର ଖୁବ କମ ସମୟ ଭିତରେ ମୃତ୍ୟୁ ହୋଇଯିବ ।

– ଏମିତିରେ ନର୍ଥ କୋରିଆରେ ଜଣେ କରୋନା ଆକ୍ରାନ୍ତ ନ ଥିବା ନେଇ ଏଠାକାର ଶାସକ ବାରମ୍ବାର ଦାବି କରି ଆସୁଛନ୍ତି । ଜଣେ ବ୍ୟକ୍ତି ନିର୍ଦ୍ଧାରିତ ଗାଇଡ଼ ଲାଇନ ନମାନିବାରୁ କ୍ରୁର ଶାସକ କିମ ବ୍ୟକ୍ତି ଜଣଙ୍କୁ ସର୍ବସାଧାରଣରେ ମୃତ୍ୟୁ ଦଣ୍ଡ ଦେବା ଘଟଣା ମଧ୍ୟ ପଦାକୁ ଆସିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.