ନୂଆ ବର୍ଷରେ ଶିମିଳିପାଳରେ ପର୍ଯ୍ୟଟକଙ୍କ ଭିଡ଼, ଆକର୍ଷଣ ପାଲଟିଛି ଏଠାରେ ଥିବା ଜଳପ୍ରପାତ

କରଞ୍ଜିଆ: ଓଡ଼ିଶାର ସୋନ୍ଦର୍ଯ୍ଯର ଗନ୍ତାଘର ଶିମିଳିପାଳକୁ ନୂଆ ବର୍ଷରେ ପର୍ଯ୍ୟଟକ ଭିଡ଼ ଦେଖିବାକୁ ମିଳିଛି ।  ଜୋରନ୍ଦା, ବରେଇପାଣି ,ଉତ୍ସକି ପ୍ରଭୁତି ଜଳପ୍ରପାତ ପର୍ଯ୍ୟଟକ ଆକର୍ଷଣ ପାଲଟିଛି । ପର୍ଯ୍ୟଟକଙ୍କୁ ଆଖି ଆଗରେ ରଖି ରାତିରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟକ ମାନେ ସକାଳ ୬ ଟା ରୁ ୯ ଭିତରେ ବୁକିଂ କରି  ଶିମିଳିପାଳ ଭିତରେ ପ୍ରବେଶ କରିପାରିବେ ।

ଟିକେଟ ଜଣଙ୍କ ପିଛା ମୂଲ୍ୟ ୧୦୦ ଟଙ୍କା ଧାର୍ଯ୍ୟ ଥିବା ବେଳେ, ଗାଡି ପିଛା ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଶିମିଳିପାଳ ଭିତରେ ଗୁଡ଼ିଗୁଡ଼ିଆ,କୁମାରୀ, ଜାମୁଆଣି ପ୍ରଭୁତି ସ୍ଥାନରେ ରାତ୍ରୀରେ ରହିବାର ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ କରୋନା କଟକଣା ଗାଇଡ଼ଲାଇନ କରାଯାଇ ପର୍ଯ୍ୟଟକଙ୍କୁ ଭିତରକୁ ଛଡାଯାଉଛି । ଶିମିଳିପାଳ ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କୁ ପାଖରୁ ଦେଖିବାର ନିଆରା ଅନୁଭୂତି ମିଳିଥାଏ ଏଠି। ଶିମିଳିପାଳ ଯିବାକୁ ହେଲେ ଦୁଇଟି ରାସ୍ତାରେ ଯାଇପାରିବେ । ଜଶୀପୁର ଦେଇ ୩୫ ଟି ଗାଡି ଓ ବାରିପଦା ପିଠାବଟା ଦେଇ ୨୫ ଟି ଗାଡି ଯାଇପାରିବ ।