ହାର୍ଟ ଆଟାକ୍ ଦିନର ସ୍ମୃତି ବଖାଣିଲେ ରେମୋ, କହିଲେ ଏମିତି ଯନ୍ତ୍ରଣା ମୁଁ ପୂର୍ବରୁ କେବେ ବି ଅନୁଭବ କରିନଥିଲି

ପ୍ରସିଦ୍ଧ ନିର୍ଦ୍ଦେଶକ ତଥା କୋରିଓଗ୍ରାଫର ରେମୋ ଡିସୁଜାଙ୍କୁ ଚଳିତ ମାସର ପ୍ରାରମ୍ଭରେ ହାର୍ଟ ଆଟାକ୍ ହୋଇଥିଲା । ଯେଉଁ କାରଣ ପାଇଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ଅବସ୍ଥାରେ ସୁଧାର ଆସିବା ପରେ ତାଙ୍କୁ ହସ୍ପିଟାଲରୁ ମୁକ୍ତି ମିଳିଛି । ସେ ନିକଟରେ ଏକ ଇଣ୍ଟରଭ୍ୟୁରେ ସେଦିନର ଅସୁସ୍ଥତା ବିଷୟରେ ସ୍ମୃତି ବଖାଣିଥିଲେ ।

ରେମୋଙ୍କ କହିବାନୁଯାୟୀ, ଏହା ମୋର ନର୍ମାଲ ଦିନ ଭଳି ଥିଲା। ସକାଳୁ ନିଜର ଜଳଖିଆ ଖାଇବା ପରେ ଜିମ୍ ଟ୍ରେନିଂ ପାଇଁ ବାହାରିଥିଲି। ମୋର ପତ୍ନୀ ଲିଜେଲ ଓ ମୋର ଟ୍ରେନର ହିଁ ସେଠାରେ ଥିଲେ  । ଜିମରେ ଟ୍ରେନର ପ୍ରଥମେ ଲିଜେଲଙ୍କୁ ଟ୍ରେନିଂ ଦେଉଥିଲେ ତେଣୁ ମୁଁ ମୋ ପାଳିକୁ ଅପେକ୍ଷା କରିଥିଲି।

 

View this post on Instagram

 

A post shared by Remo Dsouza (@remodsouza)

ମୁଁ ଜିମ୍ କରିବା ଆରମ୍ଭ କରିବା ସମୟରେ ମୋ ଛାତିରେ କିଛି ଯନ୍ତ୍ରଣା ହେବାର ଅନୁଭବ କଲି । ଏହା ଏସିଡିଟି କାରଣରୁ ହୋଇପାରେ ଭାବି ମୁଁ ପ୍ରଥମ ପାଣି ପିଇଥିଲି। କିନ୍ତୁ ଯନ୍ତ୍ରଣା କମି ନଥିଲା । ମୁଁ ଟ୍ରେନରଙ୍କୁ କହିଲି ଆଜିର ଟ୍ରେନିଂ କ୍ୟାନସେଲ କରନ୍ତୁ । ଏମିତି ଯନ୍ତ୍ରଣା ମୁଁ ପୂର୍ବରୁ କେବେ ବି ଅନୁଭବ କରିନଥିଲି। କିନ୍ତୁ ହସପିଟାଲରେ ପହଞ୍ଚିବା ପରେ ମୋର ହାର୍ଟ ଆଟାକ ହୋଇଛି ବୋଲି ଡାକ୍ତର କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.