ଟାଇଟ ଜିନ୍ସ ପିନ୍ଧିବାକୁ ବେଆଇନ ଘୋଷଣା କଲେ କିମ ଜଙ୍ଗ ଉନ, ଏହା ରହିଛି କାରଣ

ଉତ୍ତର କୋରିୟାର ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନ ନିଜ ଦେଶରେ ଟାଇଟ ଜିନ୍ସ ଓ ମଲେଟ ହେୟାର ଷ୍ଟାଇଲକୁ ବେଆଇନ ବୋଲି ଘୋଷଣା କରିଛନ୍ତି । ଦେଶର ଯୁବକ ମାନଙ୍କୁ ନିୟନ୍ତ୍ରଣରେ ରଖିବା ପାଇଁ ସେ ଏମିତି ଏକ ଅଜବ ପଦକ୍ଷେପ ନେଇଥିବା ଜଣାଯାଇଛି । କାଳେ ପଶ୍ଚିମି ସଭ୍ୟତାର ପ୍ରଭାବ ଯୁବକ ମାନଙ୍କ ଉପରେ ପଡିଲେ ସେମାନଙ୍କ ମତିଭ୍ରମ ହେବ ଏହି ଭୟରେ କିମ ଆଗୁଆ ଏହି ଘୋଷଣା କରିଛନ୍ତି । ଏମିତିରେ ବି ଉତ୍ତର କୋରିଆରେ ଏସବୁକୁ ପୁଞ୍ଜିବାଦୀ ଲାଇଫ ଷ୍ଟାଇଲ ଭାବେ ଧରାଯାଏ । ଉତ୍ତର କୋରିଆରେ ପ୍ରକାଶିତ ହେଉଥିବା ଏକ ଖବର କାଗଜର ସମ୍ପାଦକୀୟ ପୃଷ୍ଠାରେ ପ୍ରକାଶିତ ହୋଇଥିଲାକି, ” ଯଦି ଆମେ ଆମ ନିଜ ଜୀବନ ଚର୍ଯ୍ୟାର ପାଳନ ନ କରିବା, ତେବେ ଦେଶ ଏକ ଓଦା କାନ୍ଥ ପରି ଦିନେ ଖସି ପଡିବ” । ଏଣୁ ବେଳ ଥାଉ ଥାଉ ଆମେ ପୁଞ୍ଜିବାଦର ପ୍ରତିଟି କ୍ଷେତ୍ର ଉପରେ ନଜର ରଖିବା ଆବଶ୍ୟକ” ।

kim jong un

ଖାଲି ପଶ୍ଚିମୀ ସଭ୍ୟତା ନୁହେଁ ଦକ୍ଷିଣ କୋରିଆକୁ ନେଇ ବି କଠୋରତା ଅବଲମ୍ବନ କରନ୍ତି କିମ ଜଙ୍ଗ ଉନ । ଯଦି କେହି ଦକ୍ଷିଣ କୋରିଆ ଯାଇ ସେଠି ଭିଡିଓ ସୁଟ କରିଥିବା ନେଇ ଜଣାପଡେ ତେବେ ତାଙ୍କୁ ଉତ୍ତର କୋରିଆରେ କଠୋର ଦଣ୍ଡ ଦିଆଯାଏ । ଏମିତିକି ଏଠି କେଶ ରଙ୍ଗ କରିବା ନେଇ ବି ଅନୁମତି ଦିଆଯାଏ ନାହିଁ । କିଛି ନିର୍ଦ୍ଧିଷ୍ଟ ଷ୍ଟାଇଲର କେଶ ବିନ୍ୟାସ କରିପାରନ୍ତି ଏଠିକା ଅଧିବାସୀ ।

ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ଦୀର୍ଘ ଦିନ ଧରି ପରମାଣୁ ଶକ୍ତିକୁ ନେଇ ବିବାଦ ଲାଗି ରହିଛି । ଆମେରିକା କଂଗ୍ରେସରେ ବାଇଡେନ ଉତ୍ତର କୋରିଆର ପରମାଣୁ ଶକ୍ତିକୁ ଆମେରିକା ସମେତ ଅନ୍ୟାନ ଦେଶ ପାଇଁ ବିପଦର ସଂକେତ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.