ସ୍କିନ୍ ଟୋନ୍ ହିସାବରେ ମୁହଁରେ ଏମିତି ଲଗାନ୍ତୁ ହଳଦୀ, ଚମକିବ ଚେହେରା

ତ୍ୱଚାର ସୌନ୍ଦର୍ଯ୍ୟ ବଢାଇବାକୁ ଆମେ ହଳଦୀ ବ୍ୟବହାର କରିଥାଉ। କିନ୍ତୁ କେଉଁ ତ୍ୱଚା ପାଇଁ କେତେ ହଳଦୀ ଆବଶ୍ୟକ ସେ ବିଷୟରେ ଆମ ଜ୍ଞାନ ନାହିଁ। ଏଣୁ ମନ ଇଚ୍ଛା ଆମେ ହଳଦୀ ଲଗାଉ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ହଳଦୀ ତ୍ୱଚା ପାଇଁ ଭଲ ହୋଇଥିଲେ ମଧ୍ୟ ତାକୁ ଲଗାଇବାର ଏକ ନିୟମ ରହିଛି। ମନଇଚ୍ଛା ହଳଦୀ ଲଗାଇଲେ ତ୍ୱଚା ଖରାପ ହୋଇପାରେ। ତେବେ ଆସନ୍ତୁ ଜାଣିବା କେଉଁ ଭଳି ସ୍କିନ ଟୋନ ଥିବା ବ୍ୟକ୍ତି କେତେ ହଳଦୀ ଲଗାଇବା ଉଚିତ।

ଅଏଲି ସ୍କିନ ପାଇଁ:

ତୈଳାକ୍ତ ତ୍ୱଚା ହୋଇଥିଲେ ଖଣ୍ଡେ ହଳଦୀ ନେଇ ତାହାକୁ ପେଷି ଦିଅନ୍ତୁ। ସେଥିରେ ୨ ଚାମଚ ବେସନ ଓ ଗୋଲାପ ଜଳ ମିଶାଇ ଲଗାନ୍ତୁ। ଏହାକୁ ୨୦ ମିନିଟ ରଖିବା ପରେ ଧୋଇଦିଅନ୍ତୁ। ଏହା ଦ୍ୱାରା ତ୍ୱଚା ଅଧିକ ଚମକିବ।

ଡ୍ରାଏ ସ୍କିନ ପାଇଁ:

ଶୁଷ୍କ ତ୍ୱଚା ପାଇଁ ଖଣ୍ଡ ହଳଦୀକୁ ଗୁଣ୍ଡ କରି ସେଥିରେ ୧ ଚାମଚ ମଲାଇ ମିଶାନ୍ତୁ। ଏହି ମିଶ୍ରଣଙ୍କୁ ମୁହଁରେ ଲଗାଇ ୨୦ ମିନିଟ ଯାଏଁ ଶୁଖିବାକୁ ଛାଡ଼ି ଦିଅନ୍ତୁ। ପରେ ଭଲ ଭାବେ ମୁହଁ ଧୋଇନିଅନ୍ତୁ। ଦେଖିବେ ତ୍ୱଚା ମୁଲାୟମ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.