କୋଭିଡ୍ କଟକଣାକୁ ଉଲଘଂନ କଲେ ସୁକିନ୍ଦା ତହସିଲଦାର, ବାହାଘର ବରଯାତ୍ରୀରେ ନାଚିଲେ ନାଗୀନ ଡାନ୍ସ

ଯାଜପୁର ରୋଡ ( କେ ନ୍ୟୁଜ) : ବର୍ତମାନ କୋଭିଡ୍ ସ୍ଥିତିରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ସମୟରେ ସରକାର ବିଭିନ୍ନ ନିୟମ ଲାଗୁ କରିଛନ୍ତି l କିନ୍ତୁ ଖୋଲା ଖୋଲି ଏହି ନିୟମକୁ ଉଲଂଘନ କରିଛନ୍ତି ସୁକିନ୍ଦା ତହସିଲଦାର ବୁଲୁବୁଲ ବେହେରା l ସୂଚନା ମୁତାବକ ଗତ ୨୧ ତାରିଖ ରାତିରେ ଜଗତସିଂହପୁର ଜିଲ୍ଲା ତ୍ରିତୋଲ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗାଁରେ ନିଜ ଭାଇ ବାହାଘରରେ ବରଯାତ୍ରୀଙ୍କ ସହିତ ନାଗୀନ ଡାନ୍ସରେ ମସଗୁଲ ଥିଲେ ସୁକିନ୍ଦା ତହସିଲଦାର  ବୁଲବୁଲ ବେହେରା ମହାସୟା l

ନିଜେ ରାସ୍ତାରେ ବିନା ମାସ୍କରେ ଯାଉଥିବା ଲୋକଙ୍କ ଠାରୁ ଫାଇନ ଆଦାୟ କରୁଥିବା ବେଳେ , ଏଠାରେ କିନ୍ତୁ ସେ ନିଜେ ବିନା ମାସ୍କରେ ବରଯାତ୍ରୀଙ୍କ ସହିତ ଗାଁ ଦାଣ୍ଡରେ ନାଗୀନ ଡାନ୍ସ ନାଚିଥିଲେ । ଏହା କେତେ ଦୂର ଯୁକ୍ତିଯୁକ୍ତ ତାହା ସାଧାରଣରେ ଚର୍ଚ୍ଚା ଚାଲିଛି l ଅନ୍ଯପଟେ ଯେଉଁଠି ସାଧାରଣ ଲୋକଙ୍କ ଭୋଜି ଭାତକୁ ପ୍ରଶାସନ ଅଧିକାରୀମାନେ ଢାଳି ଦେଉଥିବା ବେଳେ, ଏଠି ନିଜେ ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା ରାତିରେ ବରଯାତ୍ରୀ ଯାଇ ବିନା ମାସ୍କ ଓ ସାମାଜିକ ଦୂରତା କୁ ଭୁଲିଯାଇ ନାଚିବା ସହିତ ଭୋଜିରେ ମଧ୍ୟ ଯୋଗ ଦେଇଛନ୍ତି ।  ଲୋକେ ଅଭିଯୋଗ କରିଥିଲେ ମଧ୍ୟ  ଜଗସିଂପୁର ପୋଲିସ ଘଟଣାସ୍ଥଳକୁ ଯାଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ଯାହା ଏବେ ସାଧାରଣରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.