Below header

ଏଠାରେ ଗଣିକରି ନୁହେଁ ବରଂ ଓଜନ କରି ଦିଆଯାଇଥାଏ ଟଙ୍କା, ଜାଣନ୍ତୁ କାରଣ

ସାଧାରଣତଃ କାହାକୁ ଟଙ୍କା ଦେବା ପୂର୍ବରୁ ଆମେ ତାକୁ ଭଲଭାବେ ଗଣି ନେଇଥାଉ କାରଣ କେହି କେବେ ଚାହେଁନି ଯେ ଭୁଲରେ ମଧ୍ୟ କାହା ପାଖକୁ ଅଧିକ କିମ୍ବା କମ ଟଙ୍କା ଚାଲିଯାଉ । କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ଏପରି କିଛି ସ୍ଥାନ ରହିଛି ଯେଉଁଠି ଗଣାଯାଇ ନୁହେଁ ବରଂ ଓଜନ କରି ଦିଆଯାଇଥାଏ ଟଙ୍କା । ଆଜ୍ଞା ହଁ ଏତେ ମହଙ୍ଗା ଯୁଗରେ ମଧ୍ୟ ଏହି ଦେଶର ଲୋକମାନେ ଟଙ୍କାକୁ ଗଣିକରି ନୁହେଁ ବରଂ ଜିନିଷପତ୍ର ଭଳି ଓଜନ କରି ଦେଇଥାନ୍ତି ଟଙ୍କା । ତାହେଲେ ଆସନ୍ତୁ ଜାଣିବା ଏପରି ଏକ ଦେଶ ବିଷୟରେ ।

ଏହାସହ ପଢନ୍ତୁ ଅଜବ ପରମ୍ପରା, ଏଠାରେ ଅନ୍ୟର ସ୍ତ୍ରୀ କୁ ଚୋରାଇ ନେଇ ବିବାହ କରିବା ପାଇଁ କରାଯାଇଥାଏ ଉତ୍ସବ

ସୂଚନା ଅନୁଯାୟୀ ଆମେରିକୀୟ ମହାଦ୍ଵୀପ ମଧ୍ୟରେ ରହିଛି ବେନେଜୁଏଲା ଯାହାର ଜନସଂଖ୍ୟା ପାଖାପାଖି ତିନି କୋଟି ହେବ । ୨୦୧୪ ମସିହାରେ ଏହି ସଙ୍କଟ ଆରଂଭ ହୋଇଥିଲା ଯେତେବେଳେ ଆନ୍ତର୍ଜାତୀୟ ବଜାରରେ ତେଲର ଦର ଦୁଇ ତୃତୀୟାଂଶ ତଳକୁ ଖସି ଯାଇଥିଲା ଏବଂ ତାର ପ୍ରଭାବ ଦେଶର ଅର୍ଥନୀତି ଉପରେ ପଡିଥିଲା । ଏହି କାରଣରୁ ଲୋକମାନେ ଜିନିଷପତ୍ର ପରି ପଇସା ଗଣିକରି ନୁହେଁ ବରଂ ଓଜନ କରି ନେଉଥିଲେ ।

ଦୁନିଆରେ ତେଲର ସବୁରଠାରୁ ବଡ଼ ଭଣ୍ଡାର କୁହାଯାଉଥିବା ଏହି ଦେଶରେ ଗତ ଦୁଇ ବର୍ଷ ହେଲା ତେଲ ବିକ୍ରିରୁ ହେବାକୁଥିବା ବେନେଜୁଏଲାର ଆମଦାନୀ ପ୍ରାୟ ୪୦ ପ୍ରତିଶତ କମିଯାଇଛି । ଏହାର ପ୍ରଭାବ ଏହାର ମୁଦ୍ରା ବୋଲିଭର ଉପରେ ପଡିଛି ଯାହାକି ଲଗାତାର ଭାବେ କମିବାରେ ଲାଗିଛି । ସୂଚନା ଅନୁଯାୟୀ ବେନେଜୁଏଲାର କରେନ୍ସି ଏତେ ମାତ୍ରାରେ କମିଯାଇଛି ଯେ ଅନେକ ସ୍ଥାନରେ ନୋଟକୁ ଗଣିକରି ନୁହେଁ ବରଂ ଓଜନ କରି ଦିଆଯାଉଛି । ଲୋକମାନେ ବହୁତ ମାତ୍ରାରେ ଟଙ୍କା ଦେଇ ମଧ୍ୟ ନିଜର ରୋଷେଇ ଜିନିଷ ଠିକଭାବେ ପାଇପାରୁନାହାଁନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.