ପୃଥିବୀପୃଷ୍ଠରେ ଥିବା ଏହି ବିସ୍ମୟକର ସ୍ଥାନ ବିଷୟରେ ଶୁଣିଲେ, ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ଭଗବାନଙ୍କ ସୃଷ୍ଟି ବଡ଼ ବିଚିତ୍ର। ଭଗବାନଙ୍କ ସୃଷ୍ଟ ପୃଥିବୀପୃଷ୍ଠରେ ଏମିତି ଅନେକ ଜିନିଷ ରହିଛି ଯାହା ଖୁବ୍‌ ଆଶ୍ଚର୍ଯ୍ୟକର ଲାଗିଥାଏ। ଦୁନିଆ ଯେତିକି ସୁନ୍ଦର ବେଳେବେଳେ ସେତିକି ରୋଚକ ମଧ୍ୟ ଲାଗେ। ପ୍ରତିଦିନ ଆମେ ଏମିତି ଅନେକ ଜିନିଷ ଦେଖୁ ଯାହା ଅସାଧାରଣ ପ୍ରତୀୟମାନ ହୋଇଥାଏ। ପୃଥିବୀରେ ମଧ୍ୟ ସେହିଭଳି କେତେକ ସ୍ଥାନ ରହିଛି ଯାହା ଆମକୁ ଆଉଥରେ ସେ ବିଷୟରେ ଚିନ୍ତା କରିବାକୁ ବାଧ୍ୟ କରିଥାଏ। ଆସନ୍ତୁ ଜାଣିବା ସେହିଭଳି କେତେକ ବିସ୍ମୟ ତଥ୍ୟ ସମ୍ପର୍କରେ…

୧.ମେଘାଳୟର ଉମଙ୍ଗୋଟ୍‌ ନଦୀ:

ମେଘାଳୟରେ ରହିଛି ଉମଙ୍ଗୋଟ୍‌ ନାମ ଏକ ନଦୀ। ଏହି ନଦୀକୁ ଭାରତର ସବୁଠାରୁ ସ୍ୱଚ୍ଛ ନଦୀର ଆଖ୍ୟା ଦିଆଯାଇଛି। ଏହି ନଦୀ ମାବଲ୍ୟାତ୍ରାଙ୍ଗ ଗାଁ ନିକଟରେ ପ୍ରବାହିତ ହୋଇଛି। ଏହି ଗାଁକୁ ମଧ୍ୟ ଏସିଆର ସବୁଠାରୁ ସ୍ୱଚ୍ଛ ଗାଁର ମାନ୍ୟତା ମିଳିଛି। ଗାଁରେ ଥିବା ୩୦୦ ଘର ମିଶି ଗାଁ ସମେତ ନଦୀକୁ ପରିଷ୍କାର କରିଥାନ୍ତି। ତେବେ ଯଦି କେହି ନଦୀକୁ ଅପରିଷ୍କାର କରେ ତାକୁ ୫୦୦୦ ଟଙ୍କାର ଜରିମାନା ଦେବାକୁ ପଡ଼ିଥାଏ। ଏଣୁ ଲୋକେ ଅଧିକ ସଚେତନ ରହିଥାନ୍ତି।

ଏହାସହ ପଢନ୍ତୁ: ଅପେକ୍ଷାକୃତ ଛୋଟ ମସ୍ତିଷ୍କ ହେତୁ ଅଧିକାଂଶ ଭାରତୀୟ ହୁଅନ୍ତି ବ୍ରେନ୍‌ ଡିଜିଜର ଶିକାର

୨.ମରୁଭୂମିକୁ ସ୍ପର୍ଶ କରେ ସମୁଦ୍ର:

ନାମିବିଆ ଏକ ଏଭଳି ବିସ୍ମୟକର ସ୍ଥାନ ଯେଉଁଠାରେ ଆଟଲାଣ୍ଟିକ୍‌ ମହାସାଗର ପଶ୍ଚିମ ଉପକୂଳ ମରୁଭୂମିକୁ ସ୍ପର୍ଶ କରିଥାଏ। ଏହା ଦୁନିଆର ସର୍ବ ପୁରାତନ ମରୁଭୂମି, ଯାହା ପ୍ରାୟ ସାଢ଼େ ୫ କୋଟି ବର୍ଷରୁ ବି ଅଧିକ ପୁରୁଣା।

୩.ଅଧିକ ପାନୀୟଯୋଗ୍ୟ ଜଳ ଥିବା ଦେଶ:

ପୃଥିବୀପୃଷ୍ଠରେ ଏକାଧିକ ସମୁଦ୍ର ଥିଲେ ମଧ୍ୟ ପିଇବା ପାଣିର ସଙ୍କଟ କିନ୍ତୁ ଥମିବାର ନାଁ ନେଉନି। କିନ୍ତୁ ଆପଣ ଜାଣିଛନ୍ତି କି କେଉଁ ଦେଶରେ ସବୁଠାରୁ ଅଧିକ ପିଇବା ଯୋଗ୍ୟ ପାଣି ରହିଛି! ବ୍ରାଜିଲ୍‌ ହିଁ ଏକ ଏଭଳି ଦେଶ, ଯେଉଁଠାରେ ସବୁଠାରୁ ଅଧିକ ପାନୀୟ ଯୋଗ୍ୟ ଜଳ ମିଳେ। ବ୍ରାଜିଲରେ ନବୀକରଣ ଜଳ ସଂସାଧନର ଉଚ୍ଚତମ ମାତ୍ରା ରହିଛି, ଯାହା ପ୍ରାୟ ୮,୨୩୩ କିଲୋମିଟର ଲମ୍ବା।

ଏହାସହ ପଢ଼ନ୍ତୁ: ଶାରୀରିକ ସମ୍ପର୍କକୁ ନେଇ ସବୁ ଦମ୍ପତିଙ୍କ ଜୀବନରେ ଦେଖାଦିଏ ଏହି ୪ଟି ଗୁରୁତର ସମସ୍ୟା

୪.କେବେ ବି ମାଟିରେ ପାଦ ରଖେନି ଏହି ପକ୍ଷୀ:

ମହାରାଷ୍ଟ୍ରର ରାଜକୀୟ ପକ୍ଷୀ ହରିୟଲ ଏକ ଏଭଳି ପକ୍ଷୀ ଯିଏ କେବେ ବି ମାଟିରେ ପାଦ ଦିଏନି। ଏହି ପକ୍ଷୀ ବଡ଼ ବଡ଼ ଗଛ ଥିବା ଜଙ୍ଗଲରେ ବସବାସ କରିବାକୁ ପସନ୍ଦ କରିଥାଏ। ବର, ଓସ୍ତ ଗଛରେ ଏହି ପକ୍ଷୀ ବସା କରି ବଂଶବିସ୍ତାର କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.