ନଭେମ୍ବର ମାସରେ ୮ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କେଉଁଦିନ କରାଇପାରିବେ ଜରୁରୀ କାମ

ଆସନ୍ତା ମାସରେ ୮ ଦିନ ବନ୍ଦ ରହିବ ବ୍ୟାଙ୍କ। ଏଣୁ ଯଦି ଆପଣଙ୍କର କୌଣସି ଜରୁରୀ କାମ କରିବାର ଅଛି, ତେବେ ତୁରନ୍ତ କାମଗୁଡ଼ିକୁ ଶେଷ କରିଦିଅନ୍ତୁ। ନଚେତ୍‌ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ତେବେ ଏହି ୮ ଦିନ ଛୁଟି ମଧ୍ୟରେ ବିଭିନ୍ନ ରାଜ୍ୟର ପର୍ବପର୍ବାଣୀ ସହ ଦ୍ୱିତୀୟ ଓ ଚତୁର୍ଥ ଶନିବାର ମଧ୍ୟ ସାମିଲ ଅଛି। ଏଣୁ ଛୁଟି ପୂର୍ବରୁ ସମସ୍ତ କାର୍ଯ୍ୟ ସାରିଦିଅନ୍ତୁ।

ଏହାସହ ପଢ଼ନ୍ତୁ: ଏହି ଟେଲିକମ୍‌ କମ୍ପାନୀ ଦେଉଛନ୍ତି ଶସ୍ତାରେ ଦିନକୁ ୩ ଜିବି ଡାଟା, ତୁରନ୍ତ ଉଠାନ୍ତୁ ଲାଭ

ନଭେମ୍ବର ୧ ତାରିଖରେ ବାଙ୍ଗାଲୋର ଏବଂ ଇମ୍ଫାଲ୍‌ରେ କନ୍ନଡ଼ ରାଜ୍ୟ ଉତ୍ସବ ଅବସରରେ ବ୍ୟାଙ୍କ ବନ୍ଦ ରହିବ। ସେହିଭଳି ନଭେମ୍ବର ୨ ତାରିଖରେ ପାଟଣା ଏବଂ ରାଞ୍ଚିରେ ଛଟ୍‌ ପୂଜା ଯୋଗୁ ବ୍ୟାଙ୍କ କାମ ବନ୍ଦ ରହିବ। ନଭେମ୍ବର ୮ ତାରିଖରେ ସିଲଂରେ ବାଙ୍ଗଲା ଫେଷ୍ଟିଭାଲ ଯୋଗୁ ସ୍ଥାନୀୟ ବ୍ୟାଙ୍କ ବନ୍ଦ ରହିବ। ନଭେମ୍ଵର ୯ ତାରିଖ ଦ୍ୱିତୀୟ ଶନିବାର ପଡ଼ୁଛି, ଏଣୁ ବ୍ୟାଙ୍କ ଛୁଟି ରହିବ ବୋଲି ଜଣାପଡ଼ିଛି।

ସେହିପରି ନଭେମ୍ବର ୧୨ରେ ଗୁରୁ ନାନକ ଜୟନ୍ତୀ ପଡ଼ୁଥିବା ବେଳେ ୧୫ ତାରିଖରେ ବାଙ୍ଗାଲୋର, ଜମ୍ମୁ-କଶ୍ମୀର ଓ ଶ୍ରୀନଗରରେ କନକଦାସ ଜୟନ୍ତୀ ଏବଂ ଇଦ୍‌-ଉଲ୍‌-ମିଲାଦ୍‌-ଉଲ୍‌-ନବୀ ପାଳନ ଯୋଗୁ ବ୍ୟାଙ୍କ ବନ୍ଦ ରହିବ। ସେହିପରି ନଭେମ୍ବର ୨୩ ତାରିଖରେ ଚତୁର୍ଥ ଶନିବାର ଯୋଗୁ ବ୍ୟାଙ୍କ ଛୁଟି ରହିବ। ଏହିଭଳି ଭାବେ ସାରା ଦେଶରେ ୮ ଦିନ ବ୍ୟାଙ୍କ କାର୍ଯ୍ୟ ବନ୍ଦ ରହିବ। ଅଧିକ ସୂଚନା ପାଇଁ ଆପଣ ଆରବିଆଇର ଅଫିସିଆଲ ୱେବ୍‌ସାଇଟ୍‌ ଚେକ୍‌ କରିପାରିବେ।

Leave A Reply

Your email address will not be published.