Below header

ନଭେମ୍ବରରେ ବୁଲିବାକୁ ଯାଆନ୍ତୁ ଏହିସବୁ ସୁନ୍ଦର ହିଲ ଷ୍ଟେସନ, ଖର୍ଚ୍ଚ ମାତ୍ର ୫ ହଜାର ଟଙ୍କା

ଆସିଗଲା ଶୀତ ଦିନ । ଶୀତ ଦିନେ ସାଧାରଣତଃ ପିକ୍‌ନିକ ଯାଇଥାନ୍ତି । ବଣଭୋଜି ତ ସବୁଦିନେ କରିପାରିବେ । ହେଲେ ଶୀତଦିନେ ବଣଭୋଜିର ମଜା ଟିକେ ନିଆରା । ଯଦି ଆପଣ ଏମିତି କିଛି ଯାଗା ଯିବାକୁ ଚାହୁଁଛନ୍ତି ତେବେ ନଭେମ୍ବର ମାସ ଏଥିପାଇଁ ସର୍ବୋକ୍‌ୃଷ୍ଟ । ୧୯ ନଭେମ୍ବରକୁ ଗୁରୁ ନାନକଙ୍କ ଜନ୍ମଦିନ ଯୋଗୁ ସରକାରୀ ଛୁଟି ପଡ଼ୁଛି । ସେହିପରି ୨୦-୨୧ ସପ୍ତାହର ଶେଷ ତାରିଖ ପଡ଼ୁଥିବାରୁ ପିକ୍‌ନିକ ଯିବା ପାଇଁ ଏହା ସର୍ବୋକୃଷ୍ଟ ସମୟ । ଯଦି ଆପଣ ଦିଲ୍ଲୀ-ଏନସିଆର୍‌ ରେ ରହୁଥିବେ ତବେ ମାତ୍ର ୫ ହଜାର ଟଙ୍କାରେ ନିକଟସ୍ଥ ହିଲ ଷ୍ଟେସନ ଯାଇପାରିବେ । ଆସନ୍ତୁ ଆଜି ଆପଣଙ୍କୁ ଆମେ ଏମିତି କିଛି ସୁନ୍ଦର ହିଲ ଷ୍ଟେସନ ସମ୍ପର୍କରେ ଜଣାଇବୁ । ଯେଉଁଠିକୁ ମାତ୍ର ୫ ହଜାର ଟଙ୍କାରେ ଯାଇ ପାରିବେ ।

ranikhet
p.c : aajtak.in

ରାନିଖେତ, ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡର କୁମାଉ ଠାରେ ସ୍ଥିତ ରାନିଖେତ ଏକ ସୁନ୍ଦର ସ୍ଥାନ । ଏଠାରେ କେମ୍ପିଂ ସହିତ କିଛି ସ୍ପୋର୍ଟ ଆକ୍ଟିଭିଟି ର ଲାଭ ଉଠାଇ ପାରିବେ । ଏହାଛଡ଼ା ଆପଣ ଚୌବାଟିଆ ଗାର୍ଡେନ, ମଜଖଲି ଓ ଝୁଲଦେବୀ ମନ୍ଦିରରେ ମଧ୍ୟ ରହିକରି ଯାଇପାରିବେ । ରାନିକ୍ଷେତ ଦିଲ୍ଲୀ ଠାରୁ ପ୍ରାୟ ୩୬୫ କିଲୋମିଟର ଦୂରରେ ଅବସ୍ଥିତ । ଆପଣ ଏଠାରେ ଆରାମରେ ୩-୪ ଦିନ ବୁଲିକରି ଆସିପାରିବେ ।

masoori
p.c : aajtak.in

ମସୁରୀ : ଏହା ଦିଲ୍ଳୀ-ଏନ୍‌ସିଆର ଠାରୁ ଅତି ନିକଟରେ ପଡ଼ିଥାଏ । ଏହା ମଧ୍ୟ ଏକ ସୁନ୍ଦର ହିଲ ଷ୍ଟେସନ । ଏହି ସ୍ଥାନ ଟ୍ରାକିଂ ଏବଂ ଓ୍ଵାଟରଫଲ ଦେଖିବାକୁ ପ୍ରସିଦ୍ଧ ଅଟେ । ଏଠାରେ ଆପଣ ଗନ ହିଲ ପଏଣ୍ଟ, ମାଲରୋଡ, ଘନୋଲ୍ଟି ଓ କନାତଲ ଭଳି ସୁନ୍ଦର ସ୍ଥାନ ବୁଲି ପାରିବେ । ମସୁରୀରେ ଆପଣଙ୍କୁ ମାତ୍ର ୬ ଟଙ୍କାରେ ରହିବାକୁ ହୋଟେଲ ମଧ୍ୟ ମିଳିଯିବ ।

rishikesha
p.c : aajtak.in

ଋଷିକେଶ : ରାପ୍ଟିଙ୍ଗରୁ ଆରମ୍ଭ କରି ପବିତ୍ର ଗଙ୍ଗାନଦୀ ପାଇଁ ଋଷିକେଶ ପ୍ରସିଦ୍ଧ । ଆଡଭେନ୍‌ଚର ପସନ୍ଦ କରୁଥିବା ଟୁରିଷ୍ଟଙ୍କ ପାଇଁ ଋଷିକେଶ ସୁନ୍ଦର ସ୍ଥାନ । ଏହା ଦିଲ୍ଲୀ ଠାରୁ ମାତ୍ର ୨୨୯ କିଲୋମଟର ଦୂରରେ ଅବସ୍ଥିତ । ଏଠାକୁ ଆସିବା ପାଇଁ ବସ ଅତି ସହଜରେ ମିଳିଯାଏ । ଏଠାରେ ଟୁରିଷ୍ଟଙ୍କ ରହିବା ପାଇଁ ଭଲ ଆଶ୍ରମର ସୁବିଧା ରହିଛି । ଏଠାରେ ଗୋଟିଏ ରୁମର ଭଡ଼ା ମାତ୍ର ୧୫୦ ଟଙ୍କା ରୁ ବି କମ୍‌ । ଏଠାରେ ହୋଟେଲ ଓ ହୋମଷ୍ଟେ ମଧ୍ୟ ମଳିଯିବ ।

brundaban
p.c : aajtak.in

ବୃନ୍ଦାବନ : ଯଦି ଆପଣ ଆଧ୍ୟାତ୍ମିକ ସ୍ୱଭାବର ଓ ଫଟୋ ଉଠାଇବାର ସୌକିନ ତେବେ ବୃନ୍ଧାବନ ବୁଲିବାକୁ ନିଶ୍ଚୟ ଆସନ୍ତୁ । ଯଦି ଆପଣ ଐତିହାସିକ ସ୍ଥାନ ଦେଖିବାକୁ ପ୍ରିୟ ତେବେ ଏଠାରେ ବହୁ ଆକର୍ଷଣୀୟ ସ୍ଥାନ ଦେଖିବାକୁ ପାଇବେ । ବହୁ ଦୂରରୁ ତୀର୍ଥଯାତ୍ରୀ ଏଠାକୁ ଭଗବାନଙ୍କ ଦର୍ଶନ ପାଇଁ ଆସିଥାନ୍ତି । ଏଠାରେ ଗୋଟିଏ ରାତି ପାଇଁ ହୋଟେଲ ଭଡ଼ା ମାତ୍ର ୬୦୦ ଟଙ୍କାରୁ ବି କମ୍‌ । ତେଣୁ ଶୀତ ଛୁଟିରେ ଜରୁର ଏହି ସବୁ ହିଲ୍‌ ଷ୍ଟେସନ ଜରୁର ଆସନ୍ତୁ ଓ ମଜା ନିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.