ଜାଣନ୍ତୁ ଆପଣଙ୍କ ଜନ୍ମ ତାରିଖରୁ ଆପଣଙ୍କ ଲକି ନମ୍ବର ଓ ଆପଣଙ୍କ ବ୍ୟକ୍ତିତ୍ୱ

ଜ୍ୟୋତିଷ ଶାସ୍ତ୍ରରେ ନ୍ୟୁମରଲୋଜି ବା ଅଙ୍କ ଜ୍ୟୋତିଷକୁ ବିଶେଷ ମାନ୍ୟତା ଦିଆଯାଇଛି । ଏହା ମାଧ୍ୟମରେ ନା ଆପଣ କେବଳ ଆପଣଙ୍କ ସ୍ୱଭାବ ଜାଣି ପାରିବେ ଆପଣଙ୍କ ଭବିଷ୍ୟତ ସମ୍ପର୍କରେ ଅନୁମାନ ଲଗାଇ ପାରିବେ । ଆସନ୍ତୁ ଜାଣିବା ଆପଣଙ୍କ ଶୁଭ ଅଙ୍କ ରୁ ଆପଣ କେମିତି ।

ଯେଉଁ ଦିନ ଆପଣ ଜନ୍ମ ହୋଇଛନ୍ତି ସେହି ତାରିଖ, ମାସ ଓ ବର୍ଷର ସମସ୍ତ ତାରିଖକୁ ମିଶାଇ ଦିଅନ୍ତୁ । ଯେଉଁ ସଂଖ୍ୟା ମିଳିବ ତାହା ହିଁ ହେବ ଆପଣଙ୍କ ଲକି ନମ୍ବର ।

ଉଦାହରଣ ସ୍ୱରୁପ – ଧରି ନିଅନ୍ତୁ ଆପଣଙ୍କ ଜନ୍ମ ୧୨ ନଭେମ୍ବର ୧୯୭୫ । ଅର୍ଥାତ : ୧୨-୧୧-୧୯୭୫ ତେବେ ଆପଣଙ୍କ ଲକି ନମ୍ବର ହେବ ୧+୨+୧+୧+୧+୯+୭+୫=୨୭ ବା ୨+୭ = ୯

ଅର୍ଥାତ  ଉପରୋକ୍ତ ଜନ୍ମ ତାରିଖ ଅନୁଯାୟୀ ଆପଣଙ୍କ ଲକି ନମ୍ବର –୯

ଏହିପରି ଆପଣଙ୍କ ଜନ୍ମ ତାରିଖ (ଡେଟ ଅଫ୍‌ ବାର୍ଥ), ମାସ ଓ ବର୍ଷର ଫଳକୁ ମିଶାଇ ଆପଣଙ୍କ ଲକି ନମ୍ବର ଜାଣିପାରିବେ ।

ଆସନ୍ତୁ ଜାଣିବା ଅଙ୍କ ଅନୁଯାୟୀ, ଆପଣଙ୍କ ସ୍ୱଭାବ,ଶୁଭ ରଂଗ ଓ ଶୁଭ ତିଥି :

no7-
p.c : numerologymode.com

ଅଙ୍କ ୭ :

ଏହି ଜାତକର ବ୍ୟକ୍ତି ବିସ୍ଫୋଟକ ବିଚାରର ବ୍ୟକ୍ତି ହୋଇଥାନ୍ତି । ଏମାନେ ସମାଜରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିଥାନ୍ତି । ଏମାନେ କଳ୍ପନାଶୀଳ ଓ ବିଚାରରେ ଧନୀ ହୋଇଥାନ୍ତି । ଏମାନଙ୍କର ଋଚି ଧର୍ମ ଅର୍ଜନ ଓ ଆଧ୍ୟାତ୍ମିକତାରେ ଥାଏ । ଏମାନେ ଏକାକୀ ଜୀବନ ବିତାଇବାକୁ ଭଲ ପାଆନ୍ତି । ଏମାନେ ପ୍ରତ୍ୟେକ ବିଷୟରେ ଜାଣିବାକୁ ଇଚ୍ଛା ରଖିଥାନ୍ତି । ଜୀବନରେ ଅତି ଛୋଟ ସ୍ଥାନରୁ ଉଠି ଉପରକୁ ଆସିବାର କ୍ଷମତା ରଖିଥାନ୍ତି । ଏମାନେ ହସ ଥଟ୍ଟା କରିବାକୁ ଭଲ ପାଆନ୍ତି । ନିଜର କାମ ଠିକ ସମୟରେ ତ କରିଥାନ୍ତି ହେଲେ କେବେ କେବେ ଦ୍ୱନ୍ଦ୍ୱରେ ରହିଥାନ୍ତି । ୩, ୪ ଓ ୫ ଅଙ୍କ ବାଲାଙ୍କ ସହ ଏମାନଙ୍କର ଭଲ ପଟିଥାଏ ।
ଶୁଭ ରଂଗ – ସୁନେଲି, ଶୁଭ ତିଥି – ୩ ଓ ୬

କ୍ରମଶଃ…. ଆଗାମୀ ଥର ସଂଖ୍ୟା ୮ ଅଙ୍କ ବ୍ୟକ୍ତିତ୍ୱ ବିଷୟରେ ଜାଣନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.