Below header

ମୂଳପୋଛ ହେବ ରକ୍ତ ଚରିତ୍ର ଗ୍ୟାଙ୍ଗ, କଡ଼ା ଶାସ୍ତି ଦେବାକୁ ୟୁପି ମଡେଲ ଆପଣେଇଛି କମିଶନରେଟ୍ ପୋଲିସ

ଭୁବନେଶ୍ୱର(କେନ୍ୟୁଜ୍‌) : ମୂଳପୋଛ ହେବ ରକ୍ତ ଚରିତ୍ର ଗ୍ୟାଙ୍ଗ । କମିଶନରେଟ ପୋଲିସ ଚଳାଇଛି ଅପରେସନ୍ ଦମନ । ପୋଲିସ ଘନ ଘନ ରେଡ୍ କରୁଥିବା ବେଳେ ସାମନାକୁ ଆସୁଛି ନୂଆ ନୂଆ ଭିଡିଓ । ଆଜି ଆଉ ଗୋଟିଏ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ରାତିରେ ରାଜଧାନୀ ରାସ୍ତାରେ କାର ଉପରେ ଷ୍ଟଣ୍ଟ କରୁଛନ୍ତି ରକ୍ତ ଚରିତ୍ର ଗ୍ୟାଙ୍ଗ ସଦସ୍ୟ ।

ରାତି ୩ଟାରେ ଭିଡିଓ ସୁଟ୍ ହୋଇଛି । କାର୍ ଡୋର୍ ଖୋଲି ଦେଖାଉଛନ୍ତି ଷ୍ଟଣ୍ଟ । ରାସ୍ତାକୁ କବଜା କରି ମତୁଆଲା ଡ୍ୟାନ୍ସ କରୁଛନ୍ତି । ସେମାନଙ୍କୁ ଚିହ୍ନଟ କରିଛି ପୋଲିସ । ଖୁବଶୀଘ୍ର ସମସ୍ତେ ଗିରଫ ହେବେ ବୋଲି ଡିସିପି କହିଛନ୍ତି ।

ଭୁବନେଶ୍ୱରରେ ରକ୍ତ ଚରିତ୍ର ଗ୍ୟାଙ୍ଗ ଲିଡର୍ ଓ ସଦସ୍ୟଙ୍କୁ କଡ଼ା ଶାସ୍ତି ଦେବାକୁ ୟୁପି ମଡେଲ ଆପଣେଇଛି କମିଶନରେଟ୍ ପୋଲିସ । ଜଣକ ପରେ ଜଣକ ଘରେ ପଞ୍ଝା ମାରୁଛି । ଆଜି ରକ୍ତ ଚରିତ୍ର ଗ୍ୟାଙ୍ଗର କିଙ୍ଗପିନ୍ କୁହାଯାଉଥିବା ବୁବୁ ଜେନା ଘରେ ଚଢ଼ାଉ କରିଥିଲା କମିଶନରେଟ ପୋଲିସ । ଗଣ୍ଡମୁଣ୍ଡା ତାଳବଣିଆ ଅଞ୍ଚଳରେ ଥିବା ଘରେ ତନ୍ନତନ୍ନ କରି ଖୋଜିଛି ସ୍ୱତନ୍ତ୍ର ଟିମ୍ । ବୁବୁ ଜେନା ନାଁରେ ବିଭିନ୍ନ ଥାନାରେ ରହିଛି ଏକାଧିକ ମାମଲା । ସେ ଏବେ ଫେରାର୍ । ବୁବୁର ମାଆ କହିଛନ୍ତି, ମୋ ପୁଅ ସେମିତି କିଛି କାମ କରେନି ।

ରାତିରେ ରାଜଧାନୀ ରାସ୍ତା ଭାଇଗିରି ଦେଖାଉଥିବା ଗ୍ୟାଙ୍ଗ ଏବେ ଭୟରେ ଲୁଚୁଛନ୍ତି । କେହି କେହି ଆତ୍ମସମର୍ପଣ କରୁଛନ୍ତି । ପୋଲିସ ସ୍କାନରରେ ଏବେ ରକ୍ତ ଚରିତ୍ର ଗ୍ୟାଙ୍ଗର ୨୦ ସଦସ୍ୟ । ପାତାଳରେ ଥିଲେ ବି ଖୋଜି ବାହାର କରିବାକୁ ଖୋଳତାଡ ଚଳାଇଛି କମିଶନରେଟ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.