ଏକ ନୂଆ ରେୟାର ବ୍ଲଡଗ୍ରୁପର ମିଳିଛି ସନ୍ଧାନ, ଆସିଲାଣି ୧୦ଟି ମାମଲା

ବର୍ତ୍ତମାନ ଯୁଗ ଯେମିତି ଓଲଟା ଚାଲିଛି । ଆଉ ଏହି ଓଲଟା ଯୁଗରେ ଯେମିତି ସବୁକିଛି ଓଲଟା ଘଟୁଛି । ମାନେ କେତେ ବେଳେ କଣ ଘଟିବ ତାହା କେହି ବି କହିପାରିବେ ନାହିଁ । ଏମିତି ଏକ କଥା ସାମନାକୁ ଆସିଛି ଯାହା ଶୁଣିଲେ ଆପଣ ଆମ କଥାର ବାସ୍ତବତାକୁ ଅନୁଭବ କରିପାରିବେ । କିନ୍ତୁ କଥାଟା କଣ । ଜଣାଇଦେବାକୁ ଚାହୁଁଛୁ କି ଆପଣ ଜାଣିଥିବା ବ୍ଲଡର ଗ୍ରୁପ ମାନେ ଚାରୋଟି । ତାହା ଆଉ ୪ଟି ହୋଇ ରହିନାହିଁ । ୫ଟି । ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ । ହେଲେ କେମିତି ଜାଣନ୍ତୁ ।

ଗୁଜୁରାଟରେ ସାମନାକୁ ଆସିଛି ଏକ ଏଭଳି ମାମଲା ଯାହାକୁ ଦେଖି ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି । କିନ୍ତୁ ଏହି ମମଲା ଏକ ରୋଗ ନୁହେଁ ବରଂ ଏକ ଆଶ୍ଚର୍ଯ୍ୟ କଲା ଭଳି କଥା । ଘଟଣା ହେଉଛି ସାମନାକୁ ଆସିଛି ଆଉ ଏକ ବ୍ଲଡ ଗ୍ରୁପ । ସେ ପୁଣି ଜଣେ ବ୍ୟକ୍ତିଙ୍କ ମଧ୍ୟରେ । ଆପଣ ବ୍ଲଡ ଗ୍ରୁପ ଏ, ବି, ଓ, ଏବି ଏହାର ପଜେଟିଭ ନେଗେଟିଭ ବିଷୟରେ ଜାଣିଥିବେ । କିନ୍ତୁ ଜଣେ ବ୍ୟକ୍ତିଙ୍କ ଶରୀରରେ ଅଲଗା ରକ୍ତ ପ୍ରବାହିତ ହେବା କଥା କଣ ବିଶ୍ୱାସ କରିପାରୁଛନ୍ତି । ଅର୍ଥାତ ଏହି ବ୍ୟକ୍ତିଙ୍କ ମଧ୍ୟରେ ଆମେ ଜାଣିଥିବା ରକ୍ତ ପ୍ରବାହିତ ହେଉନଥିଲା ବରଂ ଏହା ସମ୍ପୂର୍ଣ୍ଣ ଅଲଗା ଥିଲା ।

ଏମିତିରେ ଏବେ ଅନେକ ପ୍ରକାରର ପ୍ରଶ୍ନ ଉଠୁଛି କି ସତରେ ଏହି ବ୍ଲଡ ଗ୍ରୁପରେ କଣ ଖାସ ରହିଛି । ତା ସହ ପ୍ରଶ୍ନ ଏଇଆ କି ଏହି ବ୍ଲଡ ଗ୍ରୁପର ଲୋକେ ବାକି ଲୋକଙ୍କଠାରୁ କେମିତି ଅଲଗା । ତାଛଡା ବଡକଥା ହେଉଛି ଏହି ବ୍ଲଡ ଗ୍ରୁପର ଲୋକେ କାହାକୁ ବ୍ଲଡ ଦେଇପାରିବେ ଆଉ କାହାଠୁ ନେଇପାରିବେ । ତେବେ ଜାଣିବା ନୂଆଁ ବ୍ଲଡ ଗ୍ରୁପ ସହ ଯୋଡା ଖାସ କଥା ।

ଗୁଜୁରାଟ ହସ୍ପିଟାଲରେ ୬୫ବର୍ଷର ବ୍ୟକ୍ତି ଙ୍କ ଶରୀରରେ ଯେଉଁ ବ୍ଲଡ ଗ୍ରୁପ ମିଳିଛି ତାହା ବହୁତ ହି ରେୟାର ବ୍ଲଡ ଗ୍ରୁପ । ଅର୍ଥାତ ବହୁତ କମ ଲୋକଙ୍କ ଶରୀରରେ ଏହି ବ୍ଲଡ ମିଳିଥାଏ । ଏହା ଇଏମଏମ ବ୍ଲଡ ଗ୍ରୁପ ଅଟେ । ଯାହା ଏ ବି ଓ ଏବି ଠାରୁ ପୂରା ଅଲଗା । ଏବଂ ଏହାକୁ ଏସବୁରେ ସାମିଲ କରାଯାଇପାରିବ ନାହିଁ । ଏହି ଗ୍ରୁପର ଖାସ କଥା ହେଉଛି ଏପର୍ଯ୍ୟନ୍ତ ଏଭଳି ବ୍ଲଡ ଗ୍ରୁପର କେବଳ ୯ଟି ମାମଲା ସାମନାକୁ ଆସିଛି । ଯାହାଙ୍କ ଶରୀରରେ ଏହି ରେୟାର ବ୍ଲଡ ପ୍ରବାହିତ ହେଉଛି । ଆଉ ଏହି ମାମଲା ଏବେ ୧୦ନମ୍ବର । ଏହି ବ୍ଲଡ ଗ୍ରୁପରେ ଇଏମଏମର ମାତ୍ରା ବହୁତ ହି କମ । ତେଣୁ ଏହାକୁ ଖାସ ବୋଲି କୁହାଯାଏ ।

ଯଦିଓ ଦୁନିଆରେ କେବଳ ଏଭଳି ବ୍ଲଡ ଗ୍ରୁପର ୧୦ଜଣ ଲୋକ ବାହାରିଛନ୍ତି ଯାହାଙ୍କ ରକ୍ତରେ ଇଏମଏମ ହାଇ ପ୍ରିକ୍ୱେନ୍ସି ଏଣ୍ଟିଜେନ ନୁହେଁ ତେଣୁ ଏମାନେ ଅନ୍ୟମାନଙ୍କଠାରୁ ନିଶ୍ଚୟ ଅଲଗା ବା ଭିନ୍ନ । ଏହି ଗ୍ରୁପର ବ୍ୟକ୍ତି ନା ହି କାହାକୁ ନିଜ ରକ୍ତ ଦେଇପାରିବେ ନା ନେଇପାରିବେ । ଯେହେତୁ ଏଥିରେ ଇ ଏମ ଏମ କମ ରହିଛି ତେଣୁ ଏହାକୁ ଇ ଏମ ଏମ ନେଗେଟିଭର ନାଁ ଦିଆଯାଇଛି ।

ଏହି ମାମଲା ଗୁଜୁରାଟର । ଏକ ରିପୋର୍ଟ ଅନୁସାରେ ସମର୍ପଣ ବ୍ଲଡ ଡୋନେସନ ସେଣ୍ଟରର ଡକ୍ଟର ସନମୁଖ ଯୋଶୀ କହିଛନ୍ତି କି ୬୫ବର୍ଷର ରୋଗୀଙ୍କ ଅହମଦାବାଦରେ ହାର୍ଟଆଟାକ ହେବା ପରେ ଚିକିତ୍ସା ଚାଲିଥିଲା ଏବଂ ତାଙ୍କୁ ସର୍ଜରୀ ପାଇଁ ରକ୍ତର ଆବଶ୍ୟକତା ଥିଲା । ଯଦିଓ ଏହମେଦାବାଦର ଏକ ପ୍ରୟୋଗଶାଳାରେ ତାଙ୍କ ବ୍ଲଡ ଗ୍ରୁପ ଜଣାପଡିନଥିଲା । କିନ୍ତୁ ତାଙ୍କ ବ୍ଲଡକୁ ସୁରଟର ରକ୍ତଦାନ କେନ୍ଦ୍ରକୁ ପଠାଯାଇଥିଲା । ତେବେ ଯାଇ ଜଣାପଡିଥିଲା କି ତାଙ୍କ ବ୍ଲଡ ଗ୍ରୁପ କାହା ସହ ମେଳ ଖାଉନାହିଁ । ଏହାପରେ ଏହି ସ୍ୟାମ୍ପଲକୁ ଚେକ କରିବା ପାଇଁ ୟୁଏସ ପଠାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.