Below header

ଏବେ ବିଦ୍ୟୁତର ଚିନ୍ତା ଛାଡନ୍ତୁ, ଘରେ ଲଗାନ୍ତୁ ଏହି ଗଛ ଏବଂ ମାଗଣାରେ ପାଆନ୍ତୁ ଭରପୂର ବିଜୁଳି

ଏବେ ଆପଣ ଗଛ ଦ୍ବାରା ମଧ୍ୟ ବିଜୁଳି ସ୍ରୁଷ୍ଟି କରିପାରିବେ ଏବଂ ବିଜୁଳି ବିଲର ଟେନସନରୁ ରକ୍ଷା ପାଇପାରିବେ। ବର୍ତ୍ତମାନ ଆପଣ ଘରେ ଗଛ ଲଗାଇ ବିଦ୍ୟୁତ ଉତ୍ପାଦନ କରିପାରିବେ। ଏହି ସ୍ବତନ୍ତ୍ର ଗଛକୁ ସୋଲାର ଟ୍ରୀ ନାମରେ ନାମିତି କରାଯାଇଛି। ଏହି ଗଛକୁ ଘରେ ସବୁ ସ୍ତାନରେ ଲଗାଇ ବିଦ୍ୟୁତ ଉତ୍ପାଦନ କରିପାରିବେ।

ସୋଲାର ଟ୍ରୀରେ ସେନ୍ସର ଏବଂ ସିସିଟିଭି କ୍ୟାମେରା ଲଗାଇବାର ବ୍ୟବସ୍ଥା ମଧ୍ୟ ରହିଛି

ସୋଲାର ପ୍ୟାନେଲର ବଡ ଆକାର ଛୋଟ ଘର, ସ୍କୁଲ ଏବଂ କମ୍ପାନୀରେ କମ୍ ଯାଗା କାରଣରୁ ସହଜରେ ଫିଟ ହୋଇପାରୁ ନଥିଲା। ତେବେ ବୈଜ୍ଞାନିକ ଏହାର ସମାଧାନର ବାଟ ବାହାର କଲେ। ସେ ବିଦ୍ୟୁତ ଯୋଗାଇବା ଏହି ଗଛକୁ ବିକସିତ କଲେ। ନିଜର ଏହି ଆବିଷ୍କାରକୁ ସେ ସୋଲାର ଟ୍ରୀ ଭାବରେ ବିକସିତ କରି ଏଲପିୟୁରେ ଚାଲୁଥିବା ୧୦୬ ଇଣ୍ଡିଆନ ସାଇନ୍ସ କଂଗ୍ରେସରେ ମଧ୍ୟ ପ୍ରଦର୍ଶିତ କରିଛନ୍ତି।

ଗୋଟିଏ କିଲୋୱାଟର ସବୁଠାରୁ ଛୋଟ ସୋଲାର ଟ୍ରୀରେ ଲାଗିପାରେ ୫ ପ୍ୟାନେଲ

ସିଏମଇଆରଆଇ ପବ୍ଲିକ ରିଲେସନ ଏକ୍ଜୁକୁଟିଭ ପିଏନ ପାଠକ କହିଲେ ଯେ ସୋଲାର ଟ୍ରୀକୁ ଗୋଟେ ମିଟର ସ୍କୋୟାର ଏରିୟାରେ ଲଗା ଯାଇପାରିବ। ଏକ କିଲୋୱାଟ ସୋଲାର ଟ୍ରୀର ଉଚ୍ଚତା ପାଖାପାଖୀ ଛଅ ଫୁଟର ହୋଇଥାଏ ତଥା ଏଥିରେ ୪ରୁ୫ ପ୍ୟାନେଲ ଲଗାଯାଇପାରିବ।

treeସୋଲାର ଟ୍ରୀ ବିଷୟରେ ସୂଚନା ଦେଲେ ପିଏନ ପାଠକ

ଏହି ସୋଲାର ଟ୍ରୀର ଲମ୍ବାକୁ ପ୍ୟାନେଲ ସଂଖ୍ୟା ହିସାବ ଦ୍ବାରା ମଧ୍ୟ ବଢ଼ା ଯାଇପାରିବ। ୧୦ କିଲୋୱାଟର ସବୁଠାରୁ ବଡ ପ୍ୟାନେଲର ଉଚ୍ଚତା ୨୦ ଫୁଟ ପର‌୍ୟ୍ୟନ୍ତ ହୋଇଥାଏ, ଯେଉଁଥିରେ ୪୦ରୁ ନେଇ ୫୦ ପର‌୍ୟ୍ୟନ୍ତ ପ୍ୟାନେଲ ଲଗାଯାଇପାରିବ। ଏହିଭଳି ତିନି ପ୍ୟାନେଲ ଲୁଧିୟାନାରେ ଲଗାଯାଇ ସାରିଛି।

ସୋଲାର ଟ୍ରୀ ଏମିତି କରିବ କାମ

ଏକ କିଲୋୱାଟର ସୋଲାର ଟ୍ରୀ ସାହାଯ୍ୟରେ ଗୋଟିଏ ଘର ବା ପୂରା ପ୍ରାଇମେରୀ ସ୍କୁଲ ଆଲୋକିତ ହୋଇପାରିବ। ଏହାଦ୍ବାରା ଚାରିରୁ ପାଞ୍ଚଟି କୋଠରୀର ଲାଇଟ ଏବଂ ପଙ୍ଖା ଚଲା ଯାଇପାରିବ। ଏହାଛଡା ଏହା ଦ୍ବାରା ଚାଷୀ ନିଜର ପମ୍ପ ମଧ୍ୟ ଲଗାଇ ପାରିବ। ଏହି ପ୍ୟାନେଲକୁ ଏହିଭଳି ଭାବେ ଆଡଜେଷ୍ଟ କରାଯାଇଛି ଯାହାଦ୍ବାରା ସୂର‌୍ୟ୍ୟଦ୍ବୟ ଠାରୁ ନେଇ ସୂର‌୍ୟ୍ୟାସ୍ଥ ପର‌୍ୟ୍ୟନ୍ତ ସବୁ ଦିଗରୁ ଏହାର କିରଣ ପଡିବ ଏବଂ ଏହାର କାର‌୍ୟ୍ୟ କେବେବି ସୂର‌୍ୟ୍ୟଙ୍କର ରଶ୍ମିରୁ କେବେବି ବନ୍ଦ ହେବ ନାହିଁ। ଏହାଛଡା ଏଥିରେ ଏମିତି ଫଙ୍କସନ ମଧ୍ୟ ରହିଛି ଯାହା ଦ୍ବାରା ଷ୍ଟ୍ରୀଟ ଲାଇଟ୍ସ ମଧ୍ୟ ଲାଗି ପାରିବ।

ବିଜ୍ଞାନ ଏବଂ ପ୍ରୋଦ୍ଦୋଗିକୀ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ଘରେ ଲାଗିଛି ସୋଲାର ଟ୍ରୀ

ବିଜ୍ଞାନ ଏବଂ ପ୍ରୋଦ୍ଦୋଗିକୀ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ଘରେ ମଧ୍ୟ ସୋଲାର ଟ୍ରୀ ଲାଗିଛି। ଏହାର କାର‌୍ୟ୍ୟପ୍ରଣାଳୀକୁ ସେ ନିଜେ ତଦାରଖ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.