Below header

ସରକାରଙ୍କ ନୂଆ ଅଧ୍ୟାୟ ‘ଶକ୍ତିକାଫେ, ମିଳୁଛି ମା’ ହାତ ରନ୍ଧା ଭଳିକି ଭଳି ସୁସ୍ୱାଦୁ ଖାଦ୍ୟ

ବାଙ୍କୀ(କେନ୍ୟୁଜ୍): ଭଳିକି ଭଳି ସୁସ୍ବାଦୁ ଖାଦ୍ଯ। ଭାତ, ଡାଲି ସାଙ୍ଗକୁ ମାଛ,ଚିଙ୍ଗୁଡି,ମିକ୍ସ ଭେଜ୍ ତାସାଙ୍ଗକୁ ଚିପ୍ସ,ସାଲାଡ୍, ପାମ୍ପଡ। ବାସ୍ନାରେ ଚାରିଦିଗ ମହକୁଛି। ଉପସ୍ଥିତ ଗ୍ରାହକ ମାନେ ମଧ୍ଯ ସୁସ୍ବାଦୁ ଭୋଜନ ଖାଇ ଖୁବ୍ ଖୁସି। କାହିଁକି ନା ଏଠିକାର ଖାଦ୍ଯ ଆଉ ସ୍ବାଦ ପୁରା ଘରୋଇ। କାରଣ ଏଠାକାର ରାନ୍ଧୁଣୀ ହେଉଛନ୍ତି ଆମର ମା ଭଉଣୀମାନେ।

ଆପଣ ତ ଜାଣିଛନ୍ତି, ଜୀବିକା ମିଶନ ବିଭାଗ ପକ୍ଷରୁ ମିଶନ ଶକ୍ତି ମାଧ୍ୟମରେ ସ୍ଵଂୟ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବାପାଇଁ ବିଭିନ୍ନ ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର। ଏବେ ଗ୍ରାମାଞ୍ଚଳରୁ ବ୍ଲକ କାର୍ଯ୍ୟାଳୟକୁ ଆସୁଥିବା ସାଧାରଣଲୋକଙ୍କୁ ସୁଲଭ ମୂଲ୍ୟରେ ଭୋଜନ ଯୋଗାଇ ଦେବାକୁ ନୂତନ ଭାବେ ରାଜ୍ୟ ସରକାର ଆଉ ଏକ ପଦକ୍ଷେପ ନିଆଯାଇଛି। ଉଦଘାଟିତ ହୋଇଛି ଶକ୍ତିକାଫେ।

ସରକାରୀ କାମ ପାଇଁ ପ୍ରତିଦିନ ବ୍ଲକ କାର୍ଯ୍ୟାଳୟକୁ ବିଭିନ୍ନ ଲୋକ ବହୁ ଦୂରାନ୍ତରୁ ଆସିଥାନ୍ତି। ପ୍ରବଳ ଭିଡ ରହୁଥିବାରୁ କାମ ସରିବାକୁ ବିଳମ୍ବ ହୁଏ । ଯାହାଫଳରେ ସେମାନଙ୍କ ଖାଇବା ପିଇବାରେ ଖୁବ୍ ସମସ୍ଯା ଦେଖାଦିଏ। ଯାହାଦ୍ବାରା ସେମାନଙ୍କୁ ଦୂରରେ ଥିବା ବଜାରକୁ ଭୋଜନ ପାଇଁ ଯିବାକୁ ପଡେ। ହେଲେ ଏହି ସମସ୍ଯାକୁ ଦୁର କରିବା ପାଇଁ ବର୍ତ୍ତମାନ ବ୍ଲକ କାର୍ଯ୍ୟଳୟ ପରିସରରେ ଶକ୍ତି କାଫେରେ ସୁଲଭମୂଲ୍ୟରେ ଖାଦ୍ୟ ଯୋଗାଇ ଦେବାପାଇଁ ପ୍ରତ୍ୟେକ ବ୍ଲକରେ କାଫେ କରାଯିବାର ଯୋଜନା କରାଯାଇଛି। ଯାହା ସର୍ବ ପ୍ରଥମେ କଟକ ଜିଲ୍ଲାର ବାଙ୍କୀ-ଡ଼ମପଡା ବ୍ଲକ୍ ରେ ଏହି କାଫେର ଶୁଭାରମ୍ଭ ହୋଇଛି ।

କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ, ପ୍ରକଳ୍ପ ନିର୍ଦେଶକ ଅମ୍ବରକୁମାରକର, ବାଙ୍କୀ ବିଧାୟକ ଦେବୀ ରଂଜନ ତ୍ରିପାଠୀ ଙ୍କ ସମେତ ବାଙ୍କୀ ଉପଜିଲ୍ଲାପାଳ, ତହସିଲଦାର,ବ୍ଲକ ଅଧ୍ୟକ୍ଷଙ୍କ ସମେତ ଜିଲାର ବରିଷ୍ଠ ଅଧିକାରୀ ମାନଙ୍କ ଉପସ୍ଥିତରେ ଏହା ଉଦଘାଟିତ ହୋଇଛି। ବିଭିନ୍ନ ମନ ପସନ୍ଦର ସୁସ୍ୱାଦୁ ଖାଦ୍ୟ ମିଶନ ଶକ୍ତିର ମହିଳା ମାନଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇ ଉଚିତ ମୂଲ୍ୟରେ ପରସା ଯାଉଛି।
mission
ବାଙ୍କୀ-ଡ଼ମପଡା ବ୍ଲକକୁ ୧୭ ଗୋଟି ପଞ୍ଚାୟତରୁ ଆସୁଥିବା ଜନସାଧାରଣ, ସରକାରୀକର୍ମଚାରୀ ଏପରିକି ବ୍ଲକରେ କାର୍ଯ୍ୟକରୁଥିବା କର୍ମଚାରୀମାନେ ମଧ୍ୟାହ୍ନ ଭୋଜନ ପାଇଁ ବହୁଦୂରରେ ଥିବା ବଜାର କୁ ଯାଉଛନ୍ତି। ଏଣୁ ଆଉ ଦୁରକୁ ନ ଯାଇ ବ୍ଲକ ପରିସରରେ ଖୋଲାଯାଇଥିବା ଶକ୍ତି କାଫେରେ ଭୋଜନ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଉଭୟ ଆମିଷ ନିରାମିଷ ଭୋଜନ ଏଠାରେ ଉପଲବ୍ଧ ହେଉଛି। ତେବେ ଏହି ଅବସରରେ କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ଖାଦ୍ୟ ବାବଦକୁ ମିଶନ ଶକ୍ତି କାଫେ ପରିଚାଳନା କରୁଥିବା ମହିଳାଙ୍କୁ ନଗଦ ଏକ ହଜାର ଟଙ୍କା ପ୍ରଦାନ କରିଥିଲେ ଏବଂ ସମସ୍ତଙ୍କ ଠାରୁ ସଠିକ ମୂଲ୍ୟନେବାପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

ମିଶନଶକ୍ତିର ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ରାଜ୍ଯ ସରକାର ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ ପ୍ରକାରର ସହାୟତା ଯୋଗାଇଦିଆଯାଉଛି। ଲକ୍ଷ ଲକ୍ଷ ମହିଳା ନିଜେ ସ୍ବାବଲମ୍ବୀ ହେବା ସହ ନିଜ ପରିବାରର ଅ।ର୍ଥିକ ଅବସ୍ଥାରେ ପରିବର୍ତ୍ତନ ଆଣିପାରୁଛନ୍ତି। ଏହି ପ୍ରୟାସକୁ ଆହୁରୀ ଆଗକୁ ବଢିବା ଲକ୍ଷରେ ସରକାରଙ୍କ ଏହି ନୂଆ ଅଧ୍ୟାୟ ଶକ୍ତି କାଫେ ନିହାତି ଏକ ପ୍ରଶଂସା ଯୋଗ୍ଯ ପଦକ୍ଷପ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.