ଯୌତୁକ ଦାବିରେ ମହିଳାଙ୍କୁ ହତ୍ୟା ଅଭିଯୋଗ

ଅଧିକ ଯୈାତୁକ ଦାବିକରି ଜଣେ ବିବାହିତା ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଅସୁରାଇପଲ୍ଲୀ ଗାଁ ରେ ଘଟିଛି ଏଭଳି ଘଟଣା । ମୃତ ମହିଳା ଜଣକ ରୀନା ନାୟକ ।

ଭଂଜନଗର(କେନ୍ୟୁଜ) : ଅଧିକ ଯୈାତୁକ ଦାବିକରି ଜଣେ ବିବାହିତା ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଅସୁରାଇପଲ୍ଲୀ ଗାଁ ରେ ଘଟିଛି ଏଭଳି ଘଟଣା । ମୃତ ମହିଳା ଜଣକ ରୀନା ନାୟକ । ଅଭିଯୋଗ ଅନୁଯାୟୀ , ତାରାସିଙ୍ଗି ଥାନା ଅନ୍ତର୍ଗତ ତିଳିସିଙ୍ଗି ଗ୍ରାମର ରୀନା ନାୟକ , ଅସୁରାଇପଲ୍ଲୀ ଗାଁ ର ମଙ୍ଗୁଳୁ ନାୟକଙ୍କୁ ଗତ ୨ ବର୍ଷ ପୂର୍ବରୁ ବିବାହ କରିଥିଲେ ।

ବିବାହ ପରେ , ଶଶୁର ଘର ପକ୍ଷରୁ ଦାବି ମୁତାବକ ଯୈାତୁକ ଦିଆଯାଇନଥିବାରୁ , ହତ୍ୟା କରାଯାଇଥିବା ନେଇ ବାପ ଘର ଲୋକେ ଆସିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ଆସିକା ଥାନା ପୋଲିସ , ମୃତଦେହ କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.