ସଫଳ ହେବା ପାଇଁ କେବେ ବି ଏସବୁ ଜିନିଷର ସାହାରା ନିଅନ୍ତୁ ନାହିଁ, ପଛରେ ଅନୁତାପ କରିପାରନ୍ତି

ଚାଣକ୍ୟଙ୍କ ଚାଣକ୍ୟ ନୀତି ଅନୁସାରେ କେବେ ବି ସଫଳ ହେବା ପାଇଁ ଭୁଲ ତଥା ଅନୈତିକ କାର୍ଯ୍ୟର ସାହାରା ନେବା ଉଚିତ୍‌ ନୁହେଁ। ପରିଶ୍ରମ ଓ ସଠିକ୍‌ ମାର୍ଗରେ ଯାଇ ଯେଉଁ ସଫଳତା ପ୍ରାପ୍ତ ହୁଏ ତାହା ସ୍ଥାୟୀ ହୋଇଥାଏ। ଯେଉଁମାନେ ସଠିକ୍‌ ବାଟରେ ଯାଇ ସଫଳ ହୋଇଥାନ୍ତି ସେମାନଙ୍କୁ ସବୁ ସ୍ଥାନରେ ସମ୍ମାନ ମିଳେ। ଏଥିସହ ସମାଜରେ ମଧ୍ୟ ଏଭଳି ଲୋକଙ୍କୁ ଅନୁକରଣ କରାଯାଏ। ଏଭଳି ବ୍ୟକ୍ତି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଥାନ୍ତି।

ତେବେ ଆସନ୍ତୁ ଜାଣିବା ଚାଣକ୍ୟଙ୍କ ମୁତାବକ ସଫଳତା ପାଇବା ପାଇଁ କେଉଁ ଜିନିଷର ସାହାରା ନେବା ଅନୁଚିତ୍‌…

ଚାଣକ୍ୟଙ୍କ ମୁତାବକ, ସଫଳତା ପାଇବା ପାଇଁ କେବେ ବି ଅସତ୍ୟର ସାହାରା ନେବା ଉଚିତ୍‌ ନୁହେଁ। ଯେଉଁମାନେ ସଫଳ ହେବା ପାଇଁ ମିଛ କହିଥାନ୍ତି, ସେମାନେ ପରେ ଅପଯଶ ମୁଣ୍ଡାଇଥାନ୍ତି। ସତ ଜଣାପଡ଼ିବା ପରେ ଏଭଳି ବ୍ୟକ୍ତିଙ୍କୁ କେହି ସମ୍ମାନ ଦିଅନ୍ତି ନାହିଁ।

ନିଜେ କେବେ ବି ଭୁଲ କାମ କରି ସଫଳତା ଲାଭ କରନ୍ତୁ ନାହିଁ। ଏହା ଦ୍ୱାରା ଆପଣ ପରେ ଧରା ପଡ଼ି ନିନ୍ଦିତ ହୋଇପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.