‘ପ୍ୟାଡ୍ ମ୍ୟାନ୍’ ପରେ ଏବେ ଓଡ଼ିଶାରେ ‘ପ୍ୟାଡ୍ ଗର୍ଲ’

ମହିଳାଙ୍କ ସ୍ବାସ୍ଥ୍ୟଗତ ସୁରକ୍ଷା ପାଇଁ ଅରୁଣାଞ୍ଚଳମ୍ ମୁରୁଗୁନାଥମ୍ ଦେଶରେ ପ୍ରଥମେ ଶସ୍ତା ଏବଂ ସୁନ୍ଦର ସାନିଟାରି ନାପକିନ୍ ପ୍ରସ୍ତୁତ କରି ପ୍ୟାଡ଼୍ ମ୍ୟାନ ଭାବେ ଇତିହାସ ରଚିଥିଲେ । ଏବେ ଓଡ଼ିଶାରେ ୨୩ ବର୍ଷିୟ ପାୟଲ ଗ୍ରାମଞ୍ଚଳ ମହିଳାଙ୍କୁ ଶସ୍ତା ଏବଂ ସୁବିଧାରେ ସାନିଟାରି ପ୍ୟାଡ଼୍ ସହ ରୋଜଗାର ଯୋଗାଇବା ପାଇଁ ଯୋଜନା ଆରମ୍ଭ କରି ସାଜିଛନ୍ତି ପ୍ୟାଡ୍ ଗର୍ଲ । ଝାଡ଼ସୁଗୁଡ଼ା ଜିଲ୍ଲାର ପାୟଲ ପଟେଲ୍ ମହିଳା ଶସସ୍ତ୍ରୀକରଣ ପାଇଁ ଏବେ ରାଜ୍ୟ ତଥା ଦେଶରେ ଉଦାହରଣ ସାଜିଛନ୍ତି ।

ଓଡ଼ିଶାର ଗ୍ରାମଞ୍ଚଳର ମହିଳାଙ୍କ ପାଇଁ ଆଶାର କିରଣ ପାଲଟିଥିବା ପାୟଲ୍ । ଝାଡ଼ସୁଗୁଡ଼ାର ଗ୍ରାମାଞ୍ଚଳରେ ସାନିଟାରୀ ନ୍ୟାପକିନ୍ ପ୍ରସ୍ତୁତ ସହ ତାହକୁ ପ୍ୟାକିଂ କରି ବଜାରରେ ମିଳୁଥିବା ବ୍ରାଣ୍ଡେଡ଼୍ ସାନିଟାରୀ ନ୍ୟାପକିନ୍ ଭଳି ବିକ୍ରି କରାଯାଉଛି କିନ୍ତୁ ତାହାଠାରୁ ବହୁ କମ୍ ମୂଲ୍ୟରେ ମିଳିଛି। ପାୟଲ୍ ସାନିଟାରୀ ନ୍ୟାପକିନର ଉଦ୍ୟୋଗ ପ୍ରସ୍ତୁତ କରିବା ସହ ସ୍ଥାନୀୟ ମହିଳାଙ୍କୁ ରୋଜଗାର ଯୋଗାଇଛନ୍ତି ।

ପାୟଲଙ୍କ ସାନିଟାରୀ ନ୍ୟାପକିନ୍ ପ୍ରସ୍ତୁତିର କାହାଣୀ 

ପାୟଲଙ୍କ ପିତା କିଛି ବର୍ଷ ପୂର୍ବେ କର୍କଟ ରୋଗରେ ପୀଡ଼ିତ ଥିବାରୁ ତାଙ୍କର ଦେହାନ୍ତ ହୋଇଯାଇଥିଲା । ସେହି ସମୟରେ ସେ ସ୍ନାତକ ପଢ଼ୁଥିବା ବେଳେ ଉଚ୍ଚ ଶିକ୍ଷା କରି ଚାକିରି କରିବା ବଦଳରେ ନିଜକୁ ସମାଜସେବାରେ ନିୟୋଜିତ କରିବା ପାଇଁ ଚିନ୍ତା କରିଥିଲେ । ପରେ ପାୟଲ ଗ୍ରାମିଣ କର୍ମ ନିଯୁକ୍ତିରେ ନ୍ୟାପକିନ୍ ପ୍ରସ୍ତୁତି ଶିକ୍ଷା କରିବା ପରେ ମୁମ୍ବାଇରେ ତାହାର ଅଧିକ ଜ୍ଞାନ ନେବା ପାଇଁ ଯାଇଥିଲେ । ସେଠାରେ ସେ ନ୍ୟାପକିନ୍ ପ୍ରସ୍ତୁତି ବିଷୟରେ ସମସ୍ତ ଶିକ୍ଷା ଗ୍ରହଣ କରିବା ପରେ ତାଙ୍କ ଗ୍ରାମକୁ ଫେରି ସରକାରଙ୍କ ପାଖରୁ କମ ସୁଧରେ ଋଣ ନେଇ ଆରମ୍ଭ କଲେ ନ୍ୟାପକିନ୍ ଉଦ୍ୟୋଗ।

ପାୟଲଙ୍କ ଦ୍ବାରା କେବଳ ୧୨ ଲକ୍ଷ ଟଙ୍କା ନିବେଶରେ ପ୍ରସ୍ତୁତ ଏହି ସାନିଟାରୀ ନ୍ୟାପକିନ୍ ଉଦ୍ୟୋଗ ବର୍ତ୍ତମାନ ଟନଓଭର ପ୍ରାୟ ୧ଲକ୍ଷ ଟଙ୍କା ହୋଇଯାଇଛି। ଏଥିପାଇଁ ତାଙ୍କ ଉଦ୍ୟୋଗକୁ ଆଇଏସଓ ୨୦୦୯ ପ୍ରମାଣ ପତ୍ର। ପାୟଲଙ୍କ ଏହି ଉଦ୍ୟମ ଏବଂ ଉଦ୍ୟୋଗକୁ ସମସ୍ତ ସ୍ତରରୁ ପ୍ରଶଂସା ମିଳିଛି।

Leave A Reply

Your email address will not be published.