Below header

ପାକିସ୍ତାନର ଅସଲ ଚେହେରା: ଶିଶୁଙ୍କୁ ନିର୍ଯାତନା ଏବଂ ଚେହେରାକୁ ବିକୃତ କରିବା ପରେ ମୂଷା ଭଳି କରି ମଗାଉଛି ଭିକ

ପାକିସ୍ତାନ ସବୁବେଳେ ନିଜର ହୀନ କାର୍ଯ୍ୟ ପାଇଁ ଚର୍ଚ୍ଚାରେ ରହିଥାଏ। ଆତଙ୍କବାଦ ଠାରୁ ଆରମ୍ଭ କରି ବିକୃତ ମାନସିକତା ପର୍ଯ୍ୟନ୍ତ ଅନେକ କାର୍ଯ୍ୟକଳାପ ସବୁବେଳେ ସାମ୍ନାକୁ ଆସିଥାଏ। ଏଠାରେ ରହିଥିବା ପରମ୍ପରା ଯୋଗୁଁ ସମଗ୍ର ବିଶ୍ୱରେ ଅପଦସ୍ତ ହୋଇଥାଏ ପାକିସ୍ତାନ। ଠିକ ଏମିତି ଏକ ପରମ୍ପରା ଯୋଗୁଁ ପାକିସ୍ତାନର ଅସଲ ଚେହେରା ଲୋକେ ଜାଣିବାକୁ ପାଇଛନ୍ତି।

ପାକିସ୍ତାନରେ ଅଜବ ପରମ୍ପରା ଯୋଗୁଁ ନବଜାତ ଶିଶୁର ମୁଣ୍ଡକୁ ଲୁହା ମୁକୁଟରେ ବନ୍ଦ କରିଦିଆଯାଏ। ଛୋଟ ଝୁପୁଡି ଘରେ, ବିକୃତ ମଥା ଏବଂ ସଂକୀର୍ଣ୍ଣ ଚେହେରା ରହିଥିବା ଏହି ପିଲା ରାସ୍ତାରେ ଠିଆ ହୋଇ ଭିକ ମାଗିଥାନ୍ତି।

ପାକିସ୍ତାନରେ ଏମିତି ଲୋକଙ୍କୁ ‘ମୂଷା ଛୁଆ’ ବୋଲି କୁହାଯାଏ। ଏମାନେ ରାସ୍ତାରେ ଠିଆ ହୋଇ ପଇସା ମାଗିବା ସମୟରେ ଏମାନଙ୍କୁ ପଇସା ନ ଦେଲେ ଆପଣଙ୍କ ଦୁଭାର୍ଗ୍ୟର ଛାଇ ପଡିଥାଏ ଆଉ ସବୁକିଛି ଖରାପ ହୋଇଥାଏ ବୋଲି ଲୋକଙ୍କ ଅନ୍ଧବିଶ୍ୱାସ ରହିଛି।

ଲୋକଙ୍କୁ ରୋଗିଣା କରିବା ପାଇଁ ପାକିସ୍ତାନରେ ଏହି ପରମ୍ପରା ଏକ ଅସ୍ତ୍ର ଭାବେ ଉଭା ହୋଇଛି। କଥିତ ଭାବେ ବିକଳାଙ୍ଗ ପିଲାଙ୍କ ଜରିଆରେ ପଇସା କମାଇବା ପାଇଁ ଶୋଷଣ କରିବା ପାଇଁ ଏହାକୁ ଏବେ ବ୍ୟବହାର କରାଯାଉଛି।

କୁହାଯାଏ, ଏକ ସୁସ୍ଥ ପିଲାକୁ ପ୍ରଥମେ ଅପହରଣ କରାଯାଏ ଏବଂ ସେମାନଙ୍କ ମୁଣ୍ଡକୁ ଏକ ଲୁହା ମୁକୁଟରେ ବନ୍ଦ କରାଯାଇ ମୁହଁକୁ ବିକୃତ କରାଯାଏ। ଏହାପରେ ସେମାନଙ୍କୁ ‘ ମୂଷା ଛୁଆ’ ଭଳି କରିଦିଆଯାଇ, ସେମାନଙ୍କୁ ଭିକ ମଗାଯାଏ। ଏମିତି ପିଲାଙ୍କୁ ଲୋକ ଦେଖି ଭୟ କରି ପଇସା ମଧ୍ୟ ଦେଇଦିଅନ୍ତି।

ପାକିସ୍ତାନରେ ଏହି ବର୍ବରତା କେଉଁଠୁ ଆରମ୍ଭ ହେଲା, ତାହାକୁ ନେଇ ଏବେ ଅନେକ ବିବାଦର ବିଷୟ ପାଲିଟିଛି। ପାକିସ୍ତାନରେ ଏପରି ଭିକାରୀକୁ ‘ଶାହ ଡୋଲାଙ୍କ ମୂଷା’ ବୋଲି କୁହାଯାଏ। ସୂଚନାଯୋଗ୍ୟ, ୧୭ ଶ ଶତାବ୍ଦୀରେ ଶାହ ଡୁଆଲ ଜଣେ ମୁସଲିମ ସନ୍ଥ ଥିଲେ। ସେ ସାଜସଜା ପାଇଁ ପିଲାଙ୍କ ମୁଣ୍ଡରେ ହେଲମେଟ ଲଗାଇଥିଲେ ଏବଂ ପରିତ୍ୟକ୍ତ ବିକଳାଙ୍ଗ ପିଲାଙ୍କୁ ଦେଖାଶୁଣା କରୁଥିଲେ। ଯାହା ପରେ ଏହି ପିଲାମାନେ ଭିକ ମାଗି ଜୀବନଯାପନ କରୁଥିଲେ। ପରେ ଏହି ପରମ୍ପରା ଏକ ଅନ୍ଧବିଶ୍ୱାସରେ ପରିଣତ ହୋଇଗଲା। ଫଳରେ ଏଠିକାର ପିଲାମାନେ ଏହି ବିକୃତ, ହୀନମାନସିକତାର ସାମ୍ନା କରୁଛନ୍ତି।

ପୂର୍ବରୁ, କରୋନା ସମୟରେ ପାକିସ୍ତାନ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର କରୁଥିଲା। କରାଚିରେ ରହୁଥିବା ଘର ଦ୍ୱାର ନଥିବା ହିନ୍ଦୁମାନଙ୍କୁ ପାକିସ୍ତାନ ଖାଇବାକୁ ଦେବା ପରିବର୍ତ୍ତେ ତାଙ୍କ ମୁହଁରୁ ଦାନା ଛଡ଼ାଇ ନେଉଛି। ପୂର୍ବରୁ ମଧ୍ୟ ପାକ୍ ସରକାର ହିନ୍ଦୁଙ୍କ ଉପରେ ଏଭଳି ଅମାନବୀୟ ଅତ୍ୟାଚାର କରୁଥିବା ମାମଲା ସାମ୍ନାକୁ ଆସିଛି।

ନିକଟରେ, ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ପାକିସ୍ତାନୀ ଆତଙ୍କବାଦୀ ମହମ୍ମଦ ଅସରଫ ଓରଫ୍ ଅଲିକୁ ଗିରଫ କରିଥିଲା। ଏହି ଆତଙ୍କବାଦୀ ରାଜଧାନୀରେ ଆକ୍ରମଣ କରିବାର ଯୋଜନା ତିଆରି କରୁଥିଲା ବୋଲି ଜଣାପଡ଼ିଛି। ସେ ପାକିସ୍ତାନ ପଞ୍ଜାବର ନାଗରିକ । ଜାଲ ପରିଚୟ ପତ୍ର ଦେଇ ୧୫ବର୍ଷ ଦିଲ୍ଲୀରେ ରହୁଥିଲା। ପାର୍ବଣରେ ଆତଙ୍କୀ ହମଲା ପାଇଁ ଯୋଜନା କରୁଥିଲା ଅସରଫ। ଆକ୍ରମଣ ପାଇଁ ପାକ୍‌ ଗୁଇନ୍ଦା ସଂସ୍ଥା ISI ଠାରୁ ନେଇଥିଲା ଟ୍ରେନିଂ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.