Below header

ୱାର୍ଡ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ତାଲିକା ଚୂଡ଼ାନ୍ତ କରି ଆସନ୍ତା ୨୬ ସୁଦ୍ଧା ହସ୍ତାନ୍ତର କର: ରାଜ୍ୟ ନିର୍ବାଚନ କମିଶନର

ଭୁବନେଶ୍ବର(କେନ୍ଯୁଜ୍): ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର। ୱାର୍ଡ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ତାଲିକା ଚୂଡ଼ାନ୍ତ କରି ଆସନ୍ତା ୨୬ ସୁଦ୍ଧା ହସ୍ତାନ୍ତର କର। ସବୁ ଜିଲ୍ଲାପାଳଙ୍କୁ ଏ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର। ନଭେମ୍ବର ୫ ସୁଦ୍ଧା ଭୋଟ ଗ୍ରହଣ କେନ୍ଦ୍ର ଚିହ୍ନଟ କରିବାକୁ କୁହାଯାଇଛି। ବ୍ଲକ ମୁଖ୍ୟାଳୟରେ ଭୋଟ ଗଣତି କେନ୍ଦ୍ର ଚିହ୍ନଟ ସହ ପ୍ରସ୍ତୁତ ରଖିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ସଂପର୍କରେ ସମସ୍ତ ଜିଲ୍ଲାପାଳଙ୍କ ସହ ଭିଡିଓ କନ୍‌ଫରେନ୍‌ସିଂର ଆଲୋଚନା କରିଛନ୍ତି ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢୀ। ପ୍ରତ୍ୟେକ ଜିଲ୍ଲାରେ କେତେ ବାଲାଟ ବକ୍ସ ଆବଶ୍ୟକ, ଜିଲ୍ଲା ସ୍ତରରେ କେତେ ବାଲାଟ ବକ୍ସ ଅଛି ସେ ସଂପର୍କରେ ଆଲୋଚନା ହୋଇଥିଲା। ପଞ୍ଚାୟତ ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ବାଲାଟ ବକ୍ସର ମରାମତି ଓ ରଙ୍ଗ କରାଇବାକୁ ନିର୍ବାଚନ କମିସନ ଜିଲ୍ଲାପାଳମାନଙ୍କୁ ଜଣାଇଛନ୍ତି। ଏଥିପାଇଁ ୧ କୋଟି ୧୬ଲକ୍ଷ ଟଙ୍କା ଜିଲ୍ଲାଗୁଡ଼ିକୁ ପ୍ରଦାନ କରାଯାଇଛି। ନଭେମ୍ବର ୧୫ ତାରିଖ ସୁଦ୍ଧା ଏ ସମସ୍ତ କାର୍ଯ୍ୟ ଶେଷ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.