ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ପାଇଁ ଆପଣାନ୍ତୁ ଘରୋଇ ଉପାୟ, ହେବନି ଗ୍ୟାସ୍‌ କି ଛାତି ଜଳାପୋଡା

ଅଧିକ କିମ୍ବା ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଆପଣଙ୍କ ଡାଏଟକୁ ପ୍ରଭାବିତ କରିଥାଏ। ଏହି କାରଣରୁ ପେଟ ସମ୍ବନ୍ଧୀୟ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଏହି ସମୟରେ କୋଷ୍ଠକାଠିନ୍ୟ, ବ୍ଲୋଟିଂ, ଗ୍ୟାସ ଏବଂ ଛାତି ଜଳାପୋଡା ଭଳି ଅସୁବିଧାର ସାମ୍ନା କରିବାକୁ ପଡିଥାଏ। ଆଜିକାଲି ଛାତିରେ ଜଳାପୋଡା ଏକ ସାଧାରଣ ସମସ୍ୟା ହୋଇଗଲାଣି। ଅଧିକ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ମଧ୍ୟ ଏମିତି ହୋଇଯାଇଥାଏ। ଯଦି ବାରମ୍ବାର ଆପଣଙ୍କ ସହିତ ଏମିତି ହେଉଥାଏ ତେବେ ଏହା ଚିନ୍ତାର କାରଣ ହୋଇପାରେ।

ଏକ ସୁସ୍ଥ ପାଚନତନ୍ତ୍ର ଇମ୍ୟୁନିଟି ବଢାଇବାରେ ସହାୟକ ହୋଇଥାଏ। ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ପାଇଁ କିଛି ଖାଦ୍ୟକୁ ନିଜ ଡାଏଟରେ ସାମିଲ କରିପାରିବେ। ଏହାଛଡା ଏକ ସୁସ୍ଥ ଜୀବନଶୈଳୀ ମଧ୍ୟ ପାଳନ କରିପାରିବେ। ତେବେ କେତେକ ଘରୋଇ ଜିନିଷ ରହିଛି ଯାହା ଆପଣଙ୍କ ପାଚନ ତନ୍ତ୍ରକୁ ବେଶ ମଜଭୁତ କରିଥାଏ। ଏହିସବୁ ଜିନିଷ ଆପଣଙ୍କ ହାତମୁଠାରେ ବହୁତ ସହଜରେ ମିଳିପାରେ। ତେବେ ଜାଣନ୍ତୁ କ’ଣ ସବୁ ଏହି ଜିନିଷ..

ଜୁଆଣି ଖାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ରୋଗ ଯେପରି ପେଟ ଯନ୍ତ୍ରଣା, ଗ୍ୟାସ୍‌, ବାନ୍ତି, ଅପଚ ଏବଂ ଏସିଡିଟି ସହିତ ଅନେକ ସମସ୍ୟା ଦେଖିବାକୁ ମିଳିଥାଏ। ଏହା ଫାଇବରରେ ଭରପୂର ରହିଥାଏ। ଯଦି ଆପଣ ଅପଚ ସମସ୍ୟାରେ ଗତି କରୁଛନ୍ତି, ତେବେ ଜୁଆଣି ସହିତ କଳା ଲୁଣ ଏବଂ ଅଦା ପକାଇ ଏକାସଙ୍ଗେ ଗୁଣ୍ଡ କରି ଖାଇବା ପରେ ଖାଇଲେ, ସମସ୍ୟାରୁ ମୁକ୍ତି ମିଳେ।

PUDINA TEA

ଯଦି ଆପଣ ପେଟଜନିତ ସମସ୍ୟାରେ ଗତି କରୁଥାନ୍ତି, ତେବେ ପୁଦିନା ଚା’ ପିଇପାରିବେ। ପୁଦିନାରେ ଅନେକ ଆଣ୍ଟିବ୍ୟାକ୍ଟେରିଆଲ ଏବଂ ଆଣ୍ଟିସେପ୍ଟିକ ଗୁଣ ରହିଥାଏ, ଯାହା ଆପଣଙ୍କ ପାଚନ ତନ୍ତ୍ରରେ ମାଂସପେଶୀକୁ ଆରାମ ଦେଇଥାଏ। ପେଟ ସମ୍ବନ୍ଧୀୟ ସମସ୍ୟା ଯେପରି କୋଷ୍ଠକାଠିନ୍ୟକୁ ଠିକ୍‌ କରିଥାଏ।

ଦହି ଖାଇଲେ ମଧ୍ୟ ଏହିସବୁ ସମସ୍ୟାରୁ ଆରାମ ମିଳିଥାଏ। ଦହିରେ ପ୍ରୋବାୟୋଟିକ୍ସର ଏକ ସ୍ରୋତ ରହିଥାଏ। ଏହାକୁ ଖାଇଲେ ପେଟ ସମସ୍ୟା କମ୍‌ ହୋଇଥାଏ। ତେଣୁ ଆପଣ ନିଜ ଖାଦ୍ୟରେ ସବୁବେଳେ ଦହି ସାମିଲ କରନ୍ତୁ।

କ୍ଷୀରରେ କ୍ୟାଲସିୟମର ଅଧିକ ମାତ୍ରା ହାଇଡ୍ରୋକ୍ଲୋରିକ ଏସିଡକୁ ନିୟନ୍ତ୍ରିତ କରିଥାଏ। ତେଣୁ ଥଣ୍ଡା କ୍ଷୀର ପିଇବା ଦ୍ୱାରା ପେଟରେ ଏସିଡ ଅବଶୋଷିତ ହୋଇଯାଏ। ଏହା ପେଟରେ ହେଉଥିବା ଜ୍ୱଳନକୁ ତୁରନ୍ତ ଭଲ କରିଥାଏ।

watermelons

ତରଭୁଜରେ ହାଇଡ୍ରେଟିଂ, ଆଣ୍ଟିବ୍ୟାକ୍ଟେରିଆଲ ଗୁଣ, ଭିଟାମିନ ଏବଂ ମିନେରାଏ ରହିଥାଏ, ଯାହା ପେଟ ସମସ୍ୟାକୁ ଦୂର କରିଥାଏ।

କେବେ ବି ଖାଇବା ପରେ ପରେ ଆରାମ କରନ୍ତୁ ନାହିଁ। ଏମିତି କଲେ ଆପଣଙ୍କ ଓଜନ ବଢିଥାଏ। ତେଣୁ ଯଦି ଆପଣ ନିଜ ପାଚନ ତନ୍ତ୍ରକୁ ମଜଭୁତ କରିବାକୁ ଚାହୁଁଛନ୍ତି, ତେବେ ଖାଇବା ପରେ ଟିକେ ଚଲାବୁଲା କରନ୍ତୁ। କିନ୍ତୁ କେବେ ବି ଖାଇବା ପରେ ଦୌଡିବା କିମ୍ବା ଜଗିଂ, ବ୍ୟାୟାମ କରନ୍ତୁ ନାହିଁ। କେବଳ ୧୫ ମିନିଟ ଏପଟସେପଟ ହେବା ପରେ ଆପଣ ସୁସ୍ଥ ଅନୁଭବ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.