Below header

ଦୁନିଆର ସବୁଠୁ ଉଚ୍ଚ ATM ଲଗାଇ ନୂଆ ରେକର୍ଡ କଲା ପାକିସ୍ତାନ, ରହିଛି ୧୫,୩୯୭ ଫୁଟ ଉଚ୍ଚରେ !

ପାକିସ୍ତାନ ଦୁନିଆର ସବୁଠୁ ଉଚ୍ଚ ଏଟିଏମ ଲଗାଇଛି। ଦେଶର ନ୍ୟାଶନାଲ ବ୍ୟାଙ୍କ ଅଫ ପାକିସ୍ତାନ(NBP) ଖୁଞ୍ଜରାବ ପାସ ନିକଟରେ ଏହି ଏଟିଏମ ଲଗାଇ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ୧୫,୩୯୭ ଫୁଟ ଉଚ୍ଚରେ ଥିବା ଏହି ଏଟିଏମ ପାକିସ୍ତାନ ଏବଂ ଚୀନର ସୀମାରେ ରହିଛି।

f

ଏହା ପାକ ଅଧିକୃତ କଶ୍ମୀରର ଗିଲଗିତ-ବଲିତସ୍ତାନ ଅଞ୍ଚଳ ଏବଂ ଚୀନ ଦ୍ୱାରା ନିୟନ୍ତ୍ରିତ ଶିଞ୍ଜିୟାଙ୍ଗ କ୍ଷେତ୍ରର ମଝିରେ ରହିଛି। ବ୍ୟାଙ୍କର କହିବା ହେଲା, ଏହି ଜାଗାରେ ଏଟିଏମ ଲଗାଯିବା ଦ୍ୱାରା ଏହି ବାଟେ ଯାଉଥିବା ଯାତ୍ରୀମାନଙ୍କୁ ପଇସା ବାହାର କରିବାରେ ସୁବିଧା ହେବ।

ts

ଏହି ଏଟିଏମ ପାଇଁ ୨୪ ଘଣ୍ଟା ଜେନେରେଟର ସୁବିଧା ଉପଲବ୍ଧ କରାଯାଇଛି। କିନ୍ତୁ ଏଠାରେ ପ୍ରବଳ ଥଣ୍ଡା ଯୋଗୁ ଏଟିଏମ କେବଳ ଦିନ ସମୟରେ ହିଁ ଖୋଲା ରହୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.