ଚାଣକ୍ୟ ନୀତି : ସୁଖୀ ଗୃହସ୍ଥିଙ୍କ ହୋଇଥାଏ ଏହି ୪ ଲକ୍ଷଣ, ଆପଣେଇଲେ ଛୁ ମନ୍ତର ହୋଇଥାଏ କଷ୍ଟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ସଫଳ ଜୀବନ ପାଇଁ କେତେକ ନୀତି କହିଛନ୍ତି । ଏହି ନୀତି ଗୁଡିକ ଭିତରୁ କେତେ ନୀତି ଵା ବିଚାର ଆପଣଙ୍କୁ କଠୋର ଲାଗିପାରେ କିନ୍ତୁ ଏହି କଠୋରତା ହିଁ ଜୀବନର ସତ୍ୟ ଅଟେ । ବ୍ୟସ୍ତ ବହୁଳ ଜୀବନରେ ଆପଣ ଏହି ବିଚାରଗୁଡିକୁ ଅଣଦେଖା କରିଦେଇ ପାରନ୍ତି କିନ୍ତୁ ଏହା ଜୀବନର ପ୍ରତିଟି ଘଡ଼ିସନ୍ଧି ମୁହୁର୍ତ୍ତରେ ଆପଣଙ୍କୁ ସାହାଯ୍ୟ କରିଥାଏ ।

ମନୁଷ୍ୟ ଜୀବନ ଦୁଃଖ ସୁଖର ସମାହାର । ଦୁଃଖ ଆସିଥାଏ ତ ସୁଖ ନିଶ୍ଚୟ ଆସିବ, ଏଥିରେ ସନ୍ଦେହ ନାହିଁ । ହେଲେ ସୁଖୀ ଗୃହସ୍ଥ ଜୀବନ ପାଇଁ ଚାଣକ୍ୟ କିଛି ଏମିତି ମନ୍ତ୍ର ଦେଇଯାଇଛନ୍ତି,ଯାହାକୁ ପାଳନ କଲେ ଆପଣଙ୍କ କଷ୍ଟ ଦୂର ହୋଇଯାଇଥାଏ । ଆସନ୍ତୁ କ’ଣ ଚାଣକ୍ୟଙ୍କ ଏହି ସୁଖ ଗୃହସ୍ଥ ଜୀବନର ରହସ୍ୟ ।

ଶ୍ଲୋକ –

କ୍ଷାନ୍ତି ତୁଲ୍ୟଂ ତପୋ ନାସ୍ତି ସନ୍ତୋଷାନ୍ନ ସୁଖଂ ପରମ୍‌ ।
ନାସ୍ତି ତୃଷ୍ଣା ସମୋ ବ୍ୟାଧିଃ ନ ଚ ଧର୍ମୋ ଦୟାପରଃ ।।

ସନ୍ତୁଷ୍ଟି :

ଚାଣକ୍ୟ କହିଛନ୍ତି ଯେ ମନୁଷ୍ୟ ଜୀବନରେ ସନ୍ତୁଷ୍ଟି ତାହାର ସବୁଠୁ ବଡ଼ ଧନ ଓ ଶକ୍ତି ହୋଇଥାଏ । କୁହାଯାଏ ସଫଳ ଜୀବନ ଠାରୁ ଶ୍ରେଷ୍ଠ ହୋଇଥାଏ ସନ୍ତୁଷ୍ଟ ଜୀବନ । ମନୁଷ୍ୟ ସଫଳତାର ଆକଳନ ସର୍ବଦା ଅନ୍ୟ ସହ କରିଥାଏ । ହେଲେ ସନ୍ତୁଷ୍ଟି ନିଜ ମନ ଓ ମସ୍ତିସ୍କ ମଧ୍ୟରେ ଅନୁଭବ ହୋଇଥାଏ । ଏଥିପାଇଁ ନିଜର ଇନ୍ଦ୍ରୀୟକୁ ନିୟନ୍ତ୍ରଣ କରିବାକୁ ପଡିଥାଏ ।

ତୃଷ୍ଣା :

ଚାଣକ୍ୟ କୁହନ୍ତି ତୃଷ୍ଣା ଏପରି ଏକ ରୋଗ ଯାହାର ଚିକିତ୍ସା ଯଦି ଠିକ୍‌ ସମୟରେ କରା ନଯାଏ, ତେବେ ଏହା ଯୋଗୁ ସାରା ଜୀବନ କଷ୍ଟ ଭୋଗିବାକୁ ପଡ଼ିଥାଏ । କୌଣସି ବି ଜିନିଷକୁ ପାଇବା ପାଇଁ ବ୍ୟକ୍ତି ଭୁଲ ରାସ୍ତାରେ ଯାଇଥାଏ । ଯେଉଁଥିପାଇଁ ସମସ୍ତ ସୁଖ ନଷ୍ଟ ହୋଇଥାଏ । ଏହାକୁ ଯିଏ କାବୁ କରିଦେଲା ତାଙ୍କର ଜୀବନ ସ୍ୱର୍ଗ ଠାରୁ ବଡ଼ ହୋଇଥାଏ ।

ଦୟା :

ଦୟା ଭାବନା ମନୁଷ୍ୟକୁ କୁଶଳ କରିଥାଏ । ଦୟା ଭାବ ମନୁଷ୍ୟକୁ ଅନିଷ୍ଟ କରିବାକୁ ରୋକିଥାଏ । ଏମିତି ବ୍ୟକ୍ତି ପାପର ଭାଗୀ ବନି ନଥାଏ । ତାଙ୍କର ଜୀବନରେ ଅବଗୁଣ ଭାବନା ଉତ୍ପନ୍ନ ହୋଇ ନଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.