ଅସରପାକୁ ଗରମ ପାଣିରେ ସିଝାଇବା ପରେ ସଢାଇ ପ୍ରସ୍ତୁତ କରାଯାଏ ବିଅର, ଜାଣନ୍ତୁ କେଉଁଠି ?

ଖାଇବା ପିଇବା ମାମଲାରେ ସବୁବେଳେ ନୂଆ ଜିନିଷ ଚାଇନାବାସୀଙ୍କ ଠାରୁ ଜାଣିବାକୁ ମିଳିଥାଏ। ଚୀନରେ ପୋକ ଜୋକକୁ ଲୋକେ ବହୁତ ଖୁସି ହୋଇ ଖାଇଥାନ୍ତି। ଚୀନ ପୋକଜୋକକୁ ନେଇ ଅନେକ ପ୍ରକାର ଖାଦ୍ୟପଦାର୍ଥ ଠାରୁ ଆରମ୍ଭ କରି ସୁପ୍‌ ପର୍ଯ୍ୟନ୍ତ ସବୁକିଛି ଜିନିଷ ପ୍ରସ୍ତୁତ କରିଥାଏ। କିନ୍ତୁ ଜାପାନରେ ଏମିତି ଏକ ଡ୍ରିଙ୍କ ପ୍ରସ୍ତୁତ ହୋଇଥାଏ, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଏଠାରେ ଅସରପାରୁ ପ୍ରସ୍ତୁତ ବିଅରକୁ ଲୋକେ ପିଇଥାନ୍ତି।

ଜାପାନରେ ଅସରପାରୁ ପ୍ରସ୍ତୁତ ବିଅରକୁ ଲୋକେ ମନଭରି ପିଅନ୍ତି। ଏହି ବିଅର ନାମ ଇନସେକ୍ଟ ସୋର କିମ୍ବା କୋଞ୍ଚୁ ସୋର ନାମରେ ଜଣାଶୁଣା। ଏଠାରେ ଏହି ପ୍ରଜାତିର ଅସରପା ଫ୍ରେଶ ପାଣିରେ ମିଳନ୍ତି। ଆଉ ଏମାନେ ପାଣିରେ ଥିବା ଅନ୍ୟ ପୋକ ଏବଂ ମାଛକୁ ଖାଇଥାନ୍ତି। ଏହି ଅସରପା ଲାଇଟ୍‌ ପାଖରେ ଅଧିକ ସଂଖ୍ୟାରେ ଏକାଠି ହୋଇଯାଆନ୍ତି, ତେଣୁ ଜାପାନରେ ଲାଇଟ ଲଗାଇ ଏହି ପୋକକୁ ଧରନ୍ତି। ଏହା ପରେ ଏହାକୁ ଗରମ ପାଣିରେ ସିଝାଇ ସଢିବାକୁ ଛାଡିଦିଆଯାଏ। ୩ରୁ ୪ ଦିନ ପର୍ଯ୍ୟନ୍ତ ପରେ ଏହାର ଜୁସ୍‌ ବାହାର କରି ପିଆଯାଏ।

ରିପୋର୍ଟ ମୁତାବକ, ଜାପାନରେ ପୁରୁଷ ତାଇଓ୍ଵାନୀ ଅସରପାକୁ ବହୁତ ସ୍ୱାଦିଷ୍ଟ ବୋଲି କୁହାଯାଏ। ଏଠାରେ ଲୋକେ ଏହାର ସ୍ୱାଦର ତୁଳନା ଫଳ ସହିତ କରିଥାନ୍ତି। ଏହି ପୋକକୁ ସିଝାଇ ମଧ୍ୟ ଖାଇବା ସହିତ ସୁପ୍‌ କରି ମଧ୍ୟ ପିଅନ୍ତି। ଏଠାରେ ଏକ ବୋତଲ ବିଅର ଦାମ୍‌ ପାଖାପାଖି ୪୫୦ ଟଙ୍କା ରହିଥାଏ। ଏହାକୁ ଜାପାନରେ ପାରମ୍ପରିକ ଭାବେ ଡିଷ୍ଟିଲ୍ଡ କରାଯାଏ, ଯାହାକୁ କବୁତୋକାମା କୁହାଯାଏ। ଯାହାର ବ୍ୟବହାର ୨୦ଶ ଶତାବ୍ଦୀର ଆରମ୍ଭରେ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.