Below header

ଚୀନ୍‌ରେ କରୋନା ଭାଇରସ୍‌ ଆତଙ୍କ; ଗୃହପାଳିତ କୁକୁର, ବିଲେଇଙ୍କୁ ଘରୁ ତଡ଼ିବା ସହ ହତ୍ୟା କରୁଛନ୍ତି ଲୋକେ

ଚୀନ୍‌ରେ କରୋନାକୁ ନେଇ ଆତଙ୍କ ଦେଖାଦେଇଛି। ଏହି ମାରାତ୍ମକ ଭାଇରସ୍‌ ଯୋଗୁ ବର୍ତ୍ତମାନ ପର୍ଯ୍ୟନ୍ତ ୫୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇସାରିଲାଣି। କରୋନାଙ୍କୁ ନେଇ ଲୋକଙ୍କ ମଧ୍ୟରେ ଭୟ ଜାତ ହୋଇଛି। ଇତି ମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସିଛି। ଚୀନ୍‌ର ଲୋକମାନେ ଏବେ କରୋନା ହେବା ଭୟରେ ଗୃହପାଳିତ ଜନ୍ତୁଙ୍କୁ ଘରୁ ତଡ଼ିଦେଉଥିବା ଜଣାଯାଇଛି। ଜୀବଜନ୍ତୁଙ୍କ ଠାରୁ ମାରାତ୍ମକ କରୋନା ବ୍ୟାପୁଥିବାରୁ ଲୋକେ ଜୀବନ ବଞ୍ଚାଇବା ପାଇଁ ନିରୀହ ପଶୁଙ୍କୁ ରାସ୍ତାକୁ ଛାଡ଼ି ଦେଇଛନ୍ତି।

ରିପୋର୍ଟ ମୁତାବକ ଲୋକମାନେ କୁକୁର, ବିଲେଇଙ୍କୁ ଘରୁ ବାହାର କରି ଦେଇଥିବା ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଏହି ଜୀବମାନଙ୍କ ମୃତ ଶରୀର ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଛି। କୁହାଯାଉଛି ଯେ ଜଣେ ବ୍ୟକ୍ତି ନିଜ କୋଠାରୁ ଘରେ ଥିବା ୫ଟି ବିଲେଇଙ୍କୁ ରାସ୍ତାକୁ ଫିଙ୍ଗି ଦେଇଛନ୍ତି। ସେମାନଙ୍କ ରକ୍ତାକ୍ତ ଶବ ରାସ୍ତାରେ ପଡ଼ିଛି।

Image result for people throw out pets for corona

ଜୀବଜନ୍ତୁଙ୍କ ଠାରୁ କରୋନା ବ୍ୟାପିବାକୁ ନେଇ ଜଣେ ଡାକ୍ତର କହିଛନ୍ତି ଯେ ସେ କହିଥିଲେ ‘ଯଦି କୌଣସି କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଜୀବଜନ୍ତୁ ଆସୁଛନ୍ତି, ତେବେ ସେମାନଙ୍କୁ ଘରଠାରୁ ଅଲଗା ରଖନ୍ତୁ ନଚେତ୍‌ ରୋଗ ବ୍ୟାପିବାର ସମ୍ଭାବନା ରହିଛି’। କିନ୍ତୁ ତାଙ୍କର ଏହି ବୟାନକୁ ଗଣମାଧ୍ୟମରେ ଭିନ୍ନ ଢଙ୍ଗରେ ପ୍ରସାରଣ କରାଗଲା। ଫଳରେ ଲୋକମାନେ ଭାବିଲେ ଯେ ଗୃହପାଳିତ ପଶୁଙ୍କ ଯୋଗୁ କରୋନା ବ୍ୟାପୁଛି। ଏଣୁ ନିଜ ଜୀବନ ବଞ୍ଚାଇବା ପାଇଁ ସେମାନେ ପାଳିତ ଜୀବଙ୍କୁ ବି ଘରୁ ତଡ଼ିବା ପଛଘୁଞ୍ଚା ଦେଉନାହାନ୍ତି।

Image result for corona virus in oet dog

Image result for corona virus in oet dogତେବେ ପାଳିତ ଜୀବଙ୍କ ଠାରୁ କରୋନା ବ୍ୟାପିବା ନେଇ କୌଣସି ତଥ୍ୟ ପ୍ରମାଣ ମିଳିନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.