ଦମଦାର କ୍ୟାମେରା ବିଶିଷ୍ଟ Realme C3 ଫୋନ ଆଜି ହେବ ଲଞ୍ଚ, କମ୍‌ ଦାମରେ ପାଇବେ ଜବରଦସ୍ତ ଫିଚର୍ସ

ଚାଇନା ଟେକ୍‌ କମ୍ପାନୀ ରିୟଲମି (Realme) ସି ସିରିଜର ଲାଟେଷ୍ଟ ଡିଭାଇସ୍‌ ସି୩ (Realme C3)କୁ ଆଜି ଭାରତରେ ଲଞ୍ଚ କରିବାକୁ ଯାଉଛି। ଏହାପୂର୍ବରୁ ରିୟଲମି ସି୩ ସହିତ ଜଡିତ ଅନେକ ରିପୋର୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯେଉଁଥିରେ ଅନେକ ବିବରଣୀ ମିଳିଥିଲା ଯେ ଏଥିରେ ୟୁଜର୍ସଙ୍କୁ ଦମଦାର କ୍ୟାମେରା ଏବଂ ଲାଟେଷ୍ଟ ପ୍ରୋସେସରର ସପୋର୍ଟ ମିଳିବ। ଅବଶ୍ୟ ଏହି ଫୋନର ଅସଲି ଦାମ ଏବଂ ସ୍ପେସିଫିକେସନ ଲଞ୍ଚିଂ ପରେ ହିଁ ଜଣାପଡିବ। ତେବେ ଆସନ୍ତୁ ଜାଣିବା ରିୟଲ ମି ସି୩ର ସମ୍ଭାବିତ ଦାମ ଏବଂ ସ୍ପେସିଫିକେସନ ବିଷୟରେ।

Realme C3ର ସମ୍ଭାବିତ ଦାମ

ମିଡିଆ ରିପୋର୍ଟ ଅନୁଯାୟୀ ରିୟଲମିର ଏହି ଫୋନର ଦାମ ୬,୦୦୦ ରୁ ଅଧିକ ୧୦,୦୦୦ ଟଙ୍କା ଭିତରେ ରଖାଯିବ। ଇ-କମର୍ସ ସାଇଟ୍‌ ଫ୍ଲିପକାର୍ଟରେଏହି ଫୋନ ବିକ୍ରି ହେବ।

realmiRealme C3ର ସମ୍ଭାବିତ ସ୍ପେସିଫିକେସନ

ଲିକ୍‌ ହୋଇଥିବା ରିପୋର୍ଟ ଅନୁଯାୟୀ କମ୍ପାନୀ ଏହି ଫୋନରେ ୬.୫ ଇଞ୍ଚର ଡିସପ୍ଲେ ଦେବ। ଯାହାର ସ୍କ୍ରୀନ-ଟୁ-ବଡି ରେସିଓ ୮୯.୮ ପ୍ରତିଶତ ରହିଛି। ଏହାଛଡା ୟୁଜର୍ସ ଏହି ଫୋନରେ ସ୍କ୍ରୀନର ସୁରକ୍ଷା ପାଇଁ କର୍ଣ୍ଣିଙ୍ଗ୍‌ ଗୋରିଲା ଗ୍ଲାସ ପାଇବେ। ଏହାସହିତ ବେଷ୍ଟ ପରଫରମାନ୍ସ ପାଇଁ ଏହି ଫୋନରେ ୪ ଜିବି ରାମ ଏବଂ ଆକ୍ଟୋ-କୋର ମିଡିଆଟେକ ହିଲିଓ G70 ଚିପସେଟ୍‌ ନିଆଯାଇପାରେ। ଏହି ଫୋନ ଆଣ୍ଡ୍ରଏଡ୍‌ ୯ ପାଇ ଅପରେଟିଙ୍ଗ୍‌ ସିଷ୍ଟମଉପରେ କାମ କରିବ।

Realme C3ର ସମ୍ଭାବିତ କ୍ୟାମେରା ଏବଂ ବ୍ୟାଟେରୀ

କ୍ୟାମେରା ବିଷୟରେ କହିବାକୁ ଗଲେ ଏହି ଫୋନର ରିୟରରେ ଦୁଇଟି କ୍ୟାମେରା ଦିଆଯାଇପାରେ, ଯେଉଁଥିରେ ଗୋଟିଏ ୧୨ ମେଗାପିକ୍ସେଲ ସେନସର ହେବ। କିନ୍ତୁ ଏହି ଫୋନର ଦ୍ୱିତୀୟ ସେନସର ଏବଂ ଫ୍ରଣ୍ଟ କ୍ୟାମେରାର ସୂଚନା ମିଳିନାହିଁ। ଅନ୍ୟପଟେ ଗ୍ରାହକଙ୍କୁ ଏହି ଫୋନରେ ୫,୦୦୦ ମାହ ବ୍ୟାଟେରା ମିଳିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.