ଘୁଷୁରୀ ରୋଜଗାର କରୁଛି ଲକ୍ଷ ଲକ୍ଷ ଟଙ୍କା, ମୁହଁରେ ତୁଳି ଧରି ବନାଉଛି ଅଦ୍ଭୁତ ପେଣ୍ଟଂ

ଦକ୍ଷିଣ ଆଫ୍ରିକାରେ ଗୋଟିଏ ଘୁଷୁରୀ ଦୁନିଆରେ ଚର୍ଚ୍ଚାରେ ରହିଛି। ସେ ବହୁତ ନେମ ଏବଂ ଫେମ ପାଉଛି। ସେ ବହୁତ ଭଲ ପେଣ୍ଟର ନାମରେ ଲୋକଙ୍କ ମଧ୍ୟରେ ନିଜର ପରିଚୟ କରିପାରିଛି। ସେ ନିଜ ମୁହଁରେ ତୁଳି ଧରି ବିଭିନ୍ନ ପ୍ରକାର ପେଣ୍ଟିଂ କରୁଛି। ସେହି ପେଣ୍ଟିଂ ଗୁଡିକ ବହୁତ ଦାମରେ ମଧ୍ୟ ବ୍ରିକ୍ରୀ ହେଉଛି। ସେହି ପେଣ୍ଟିଂର ପ୍ରଦର୍ଶନୀରେ ଲୋକମାନେ ବହୁତ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାର ନାମ ପିକାସୋରୁ ପ୍ରେରଣା ପାଇ ପିଗକାସୋ ରଖା ଯାଇଛି। ପିଗକାସୋ ଏବେ ପର୍ଯ୍ୟନ୍ତ ବହୁତ ପେଣ୍ଟିଂ ବନାଇ ସାରିଛି। ତାହାର ପେଣ୍ଟିଂ ଅନ୍ୟ ଦେଶରେ ବ୍ରିକ୍ରୀ ମଧ୍ୟ ହେଉଛି। ଏହି ପେଣ୍ଟିଂ ଗୁଡିକ ଲକ୍ଷାଧିକ ଟଙ୍କାରେ ବିକ୍ରି ହେଉଛି।

pigkasoପିଗକାସୋକୁ ତାହାର ଭଉଣୀ ରୋଜି ସହିତ ଦକ୍ଷିଣ ଆଫ୍ରିକାର ସ୍ଲାଟର ହାଉସରେ ଯିବାକୁ ସେତେବେଳେ ରକ୍ଷା କରାଯାଇଥିଲା ଯେତେବେଳେ ସେ ଦୁଇ ମାସରେ ହୋଇଥିଲା। ସବୁଠୁ ଖାସ କଥା ହେଉଛି ଯେ ଯେତେବେଳେ ତାର ଦାନ୍ତରେ ତୁଳି ଧରାଇଦିଆଯାଏ ସେତେବେଳେ ସେ ସେହି ତୁଳିରେ ବିଭିନ୍ନ ପ୍ରକାରର ଆବଷ୍ଟ୍ରେକ୍ଟ ପେଣ୍ଟିଂ ତିଆରି କରିନେଇଥାଏ।

ପିଗକାସୋର ଏହି ପେଣ୍ଟିଂର ନାମ ଆମାଜନ ରଖାଯାଇଛି। ନାମକ ସାଇଟରେ ତାହାର ଅଧିକାଂଶ ପେଣ୍ଟିଂ ପ୍ରଦର୍ଶନୀ କରାଯାଇଛି। ଏହି ସାଇଟରେ ପିଗକାସୋ ବନାଇଥିବା ୬୪ଟି ପେଣ୍ଟିଂକୁ ରଖା ଯାଇଛି। ପେଣ୍ଟିଂ ସହିତ ତାର ଦାମ ମଧ୍ୟ ରଖା ଯାଇଛି। ଏହି ପେଣ୍ଟିଂକୁ ଅଲଗା ଅଲଗା ନାମରେ ଏହି ସାଇଟରେ ପ୍ରଦର୍ଶନୀ କରାଯାଇଛି। ଆପଣ ଯାଇ ପିଗକାସୋର ଆର୍ଟ ୱାର୍କ ଦେଖିପାରିବେ।

pigପିଗକାସୋର ୨୧ ମାସର ଅଟେ। ସେ ଦୁନିଆର ଏକମାତ୍ର ପିଗ୍ ପେଣ୍ଟର ଭାବେ ପରିଚୟ ପାଇଛି। ନିକଟରେ ତାର ଆର୍ଟକୁ ୩୦୦୦ ପାଉଣ୍ଡରେ ବିକ୍ରି କରାଯାଇଛି। ସେହିଭଳି ତାର ଅନେକ ପେଣ୍ଟିଂ ୪୪ ଦେଶରେ ବିକ୍ରୀ ହୋଇସାରିଲାଣି। ଯେଉଁଥିରେ ବ୍ରିଟେନ, ଆମେରିକା, ସାଉଥ କୋରିୟା ଏବଂ ମ୍ୟାଲେସିୟା ସାମିଲ ରହିଛି। ଏବେ ସେହି ପେଣ୍ଟିଂର ଦାମ ୪୦୦୦ ପାଉଣ୍ଡ ପର୍ଯ୍ୟନ୍ତ ମଧ୍ୟ ପହଁଚିଗଲାଣି।

ପିଗକାସୋର ମାଲିକାଣୀ ଜୋୟେନ ଲେଫସନ କହନ୍ତି, ଘୁଷୁରୀ ବହୁତ ସ୍ମାର୍ଟ ଏବଂ ଚତୁର ପଶୁ ଅଟନ୍ତି। ଥରେ ଜୋୟେନେ ଦେଖିଲେ ପିଗକାସୋ ସେଠାରେ କାମ କରୁଥିବା ବ୍ୟକ୍ତିଙ୍କ ଠାରୁ ରଙ୍ଗ ତୁଳି ଆଣି ଚାରିଆଡେ ପକାଇବାକୁ ଲାଗିଲା। ତେବେ ସେବେ ପରଠାରୁ ଜାୟେନ ତାକୁ କାନଭାସ ଦେବା ପାଇଁ ନିଷ୍ପତ୍ତି ନେଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.