ପାଇଲଟ ଜଣଙ୍କର କାମ ଦେଖି ଆପଣ ନିଶ୍ଚିତ ରୂପେ ଆବାକ ହୋଇଯିବେ, ଥରେ ଦେଖିନିଅନ୍ତୁ ନା ୨୯ ସେକେଣ୍ଡର ଏହି ଭିଡିଓ

ସେ ବସ ଡ୍ରାଇଭର ହୁଅନ୍ତୁ ଅବା ଟ୍ରକ ଡ୍ରାଇଭର ନିଜେ ଚଳାଉଥିବା ଗାଡି ଗୁଡିକୁ ସବୁବେଳେ ସଫାସୁତୁରା ରଖିବାକୁ ଚେଷ୍ଟା କରନ୍ତି । ଏମାନେ ତ ଝରକା କାଚ ସଫା କରୁଥିବା ଆପଣ ଦେଖିଥିବେ | କିନ୍ତୁ କେବେ ଭାବିଛନ୍ତିକି ପାଇଲଟ ମାନେ ବିମାନ ଗୁଡିକର ବିଣ୍ଡ ଶିଲ୍ଡ କେମିତି ସଫା କରୁଥିବେ । କେମିତି ସଫା ରଖୁଥିବେ ପ୍ଲେନର କାଚ । ବର୍ତ୍ତମାନ ସମୟରେ ବିଭିନ୍ନ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବିମାନର କକପିଟରେ ବସିଥିବା ଜଣେ ପାଇଲଟ ପ୍ରଥମେ ଏକ ବୋତଲ ପାଣିରେ ପ୍ଲେନର କାଚରେ ଢାଳୁଛନ୍ତି । ଆଉ ଏହାର କିଛି ସମୟ ପରେ ଏକ କପଡାରେ ତାହାକୁ ସଫା କରୁଛନ୍ତି । ଏହି ଦୃଶ୍ୟକୁ ଯିଏ ଦେଖୁଛନ୍ତି ଯେମିତି ଆବକ ହୋଇଯାଉଛନ୍ତି । କେହି କେହି ତ ହସି ହସି ଗଡ଼ିଯାଉଛନ୍ତି । ଆଉ କିଛି ଲୋକ ଏହି ପାଇଲଟ ଜଣଙ୍କର ତୁଳନା ବସ କିମ୍ବା ଅଟୋ ଡ୍ରାଇଭର ସହିତ କରୁଛନ୍ତି ।

 

 

 

ଏହି ଭିଡିଓଟିକୁ ଟ୍ୱିଟର ୟୁଜର @officeofdnj ସେୟାର କରିଛନ୍ତି । ଆଉ ମଜଳିଆ ଅନ୍ଦାଜରେ କହିଛନ୍ତିକି ମୋର ବିଶ୍ୱାସ ରହିଛି ଏହି ପାଇଲଟ ଜଣକ ଭାରତରେ କୌଣସି ଟ୍ରକ କିମ୍ବା ହଳଦିଆ ଟ୍ୟାକ୍ସି ଚଳାଉଥିବେ । ଏହି ଭିଡିଓଟିକୁ ୧୧ ହଜାରରୁ ଅଧିକ ଜଣ ଦେଖିଥିବା ବେଳେ ଚାରି ଶହରୁ ଅଧିକ ଲାଇକ୍ସ ମିଳିସାରିଲାଣି । କିଛି ଜଣ କମେଣ୍ଟ ଦେଇଛନ୍ତିକି ଏମିତି ଏକ କାମ କେବେ ବି ଜଣେ ପାଇଲଟ କରିପାରିବ ନାହିଁ ।  ଏହି ୨୯  ସେକେଣ୍ଡର ଭିଡିଓର ଆରମ୍ଭ ଏୟାରପୋର୍ଟରେ ଛିଡା ହୋଇଥିବା ପ୍ଲେନରୁ ହୋଇଛି । ଅଚାନକ କଣ ହେଉଛି ନା ଭିଡିଓ ସୁଟିଂ କରୁଥିବା କେନିଆ ଏୟାରବେଶ ର ଏକ ବିମାନ ଉପରେ କ୍ୟାମେରା ଫୋକ୍ସ କରୁଛି । ଆଉ ଏହି ବିମାନର କକପିଟରେ ବସିଥିବା ପାଇଲଟ ଜଣକ ଝରକାରୁ ଗୋଟେ ହାତ ବାହାର କରି କାଚ ପୋଚୁଛନ୍ତି । ଆଉ ଏହା ପରେ ଏକ ବୋତଲରୁ ଥଣ୍ଡା ପାଣି ବାହାର କରି ଢାଳୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.