ପ୍ରଥମାଷ୍ଟମୀ: ଓଡିଆ ପରମ୍ପରା ଓ ସଂସ୍କୃତିର ପର୍ବ, ପାଳନ କରନ୍ତି ଘରର ଜ୍ୟେଷ୍ଠ ପୁଅ ଓ ଝିଅ

ଓଡିଆ ପରମ୍ପରା ଏବଂ ସଂସ୍କୃତି ଅନୁସାରେ ୧୨ ମାସରେ ୧୩ଟି ପ୍ରମୁଖ ପର୍ବ ପାଳନ କରାଯାଇଥାଏ । ଏହି ସବୁ ପର୍ବ ମାନଙ୍କ ମଧ୍ୟରେ ପ୍ରଥମାଷ୍ଟମୀ ଅନ୍ୟତ୍ତମ । ଯେଉଁ ପର୍ବରେ ଘରର ଜ୍ୟେଷ୍ଠ ପୁଅ କିମ୍ବା ଝିଅମାନଙ୍କୁ ପୂଜା କରାଯାଇଥାଏ । ଏହି ପୁଅ ଏବଂ ଝିଅମାନଙ୍କୁ ପୋଢୁଆଁ ବୋଲି କୁହାଯାଏ । ଏହି ଦିନ ଘରେ ଠାକୁରଙ୍କ ନିକଟରେ ପିଢା ଥୁଆହୋଇ ସେଥିରେ ଚନ୍ଦନ, ସିନ୍ଦୁର, ଫୁଲ ଆଦି ରଖାଯାଏ ଏବଂ ପିଠା,ମିଠା ସହିତ ବିଭିନ୍ନ ଭୋଗ ସାମଗ୍ରୀ ରଖି ପୂଜା କରାଯାଇଥାଏ ।

୧୧ଘରର ବଡ ପୁଅ କିମ୍ବା ଝିଅ ମାନେ ନୂଆ ପୋଷାକ ପିନ୍ଧି ଉକ୍ତ ପିଢା ସାମ୍ନାରେ ବସିବା ପରେ ସେମାନଙ୍କୁ ପୂଜା କରାଯାଇଥାଏ । ଭଗବାନଙ୍କ ଆଶିର୍ବାଦ ସଦାସର୍ବଦା ଏହି ବଡ ପୁଅ ଏବଂ ଝିଅଙ୍କ ଉପରେ ରହୁ ଏବଂ ବାପା ମାଙ୍କ ପରେ ଘରର ଏହି ବଡ ସନ୍ତାନମାନେ ସବୁ ଦାୟିତ୍ବ କୁ ଯେପରି ଭଲଭାବେ ତୁଲାନ୍ତୁ ଏହି ପାର୍ଥନା ଘରର ଗୁରୁଜନ ମାନେ ଭଗବାନଙ୍କ ନିକଟରେ କରିଥାନ୍ତି ।

zfଏହି ପ୍ରଥମାଷ୍ଟମୀ ମାର୍ଗଶିର ମାସ କ୍ରୁଷ୍ଣ ପକ୍ଷ ଅଷ୍ଟମୀ ତିଥୀରେ ପାଳନ କରାଯାଇଥାଏ । ଏହି ଦିନ ଷଠି ଦେବୀଙ୍କ ପାଖରେ ପାର୍ଥନା କରାଯାଇଥାଏ । ଏହି ପୂଜାରେ ସ୍ବତନ୍ତ୍ର ଏଣ୍ଡୁରୀ ପିଠା ତିଆରି କରାଯାଇଥାଏ । ଯେଉଁଥିରେ ହଦଳୀ ପତ୍ର ବ୍ଯବହାର କରାଯାଇଥାଏ । ବିରି ଆଣରେ ନଡିଆ, ଛେନା, ଚିନି କିମ୍ବା ଗୁଡ ପୁର ଦେଇ ହଳଦୀ ପତ୍ରରେ ରଖାଯାଇ ଏକ ପାତ୍ରରେ ଭଲ ଭାବେ ଥୁଆଯିବା ପରେ ଚୁଲିରେ ବସାଯାଇଥାଏ । ଏହା ସିଝିଯିବାପରେ ହଦଳୀ ପତ୍ରକୁ ଛଡାଇ ପିଠାକୁ ପରସା ଯାଇଥାଏ । ତେବେ ଆସନ୍ତା  ୩୦ ତାରିଖରେ ପାଳନ ହେବ ଏହି ପ୍ରଥମାଷ୍ଟମୀ ।

xxଏହି ପ୍ରଥମାଷ୍ଟମୀକୁ ସ୍ବଭାଗିନୀ ଅଷ୍ଟମୀ ମଧ୍ଯ କୁହାଯାଇଥାଏ । ଏହି ଦିନ ଚାଷୀମାନେ ପିଲାମାନଙ୍କ ପାଇଁ ଏବଂ ନିଜର ଫସଲ ଉତ୍ପାଦନ ପାଇଁ ଦେବୀ ଅନ୍ନପୂର୍ଣ୍ଣାଙ୍କ ଠାରେ ଆଶିର୍ବାଦ ଭିକ୍ଷା କରିଥାନ୍ତି । ଏହି ପ୍ରଥମାଷ୍ଟମୀକୁ ଭୈରବଷ୍ଟମୀ ମଧ୍ଯ କୁହାଯାଇଥାଏ । ନିଜର ପାପ କର୍ମକୁ ସମୂଳେ ନାସ କରିବା ପାଇଁ ଏହି ଦିନ ଭୈରବଙ୍କୁ ପୂଜା କରାଯାଇଥାଏ ।

parasu 1(1)ଏହି ପ୍ରଥମାଷ୍ଟମୀ ଦିନ ପ୍ରଭୁ ଲିଙ୍ଗରାଜ ନିଜ ମାମୁଁ ଘର କପିଳ ମଠକୁ ଯିବାପାଇଁ କହିଥାନ୍ତି । ଭଗବାନ ବରୁଣେଶ୍ବର ଏବଂ ମାତା ବନଦେବୀ ପ୍ରଭୁ ଲିଙ୍ଗରାଜଙ୍କର ମାମୁଁ ମାଇଁ । ଏହା କୁହାଯାଇଥାଏ କି ଉକ୍ତ ମଠରେ ଥିବା ପାପନାସିନି କୂଅର ପାଣି ପିଇବା ଦ୍ବାରା ସମସ୍ତ ପାପ ନାଶ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.