ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ , ବଡଗାମରେ ପୋଲିସ ଗୁଳିରେ ୨ ଆତଙ୍କବାଦୀ ନିହତ, ଜଣେ ଯବାନ ଆହତ

ଶ୍ରୀନଗର (କେନ୍ୟୁଜ୍): ଜମ୍ମୁକାଶ୍ମୀରରେ ପୋଲିସକୁ ସଫଳତା । ବଡଗାମ୍ ଜିଲ୍ଲାରେ ଗୁଳି ବିନିମୟ ଯୋଗୁଁ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅଛନ୍ତି ନଭିଦ ଜାଟ୍ । ସାମ୍ବାଦିକ ସଚ୍ ବୁଖାରୀ ହତ୍ୟା ମାମଲାରେ ନଭିଦ ମାଷ୍ଟରମାଇଣ୍ଡ ଥିଲା । ସେପଟେ ଏନକାଉଁଟର ବେଳେ ତିନି ଜଣ ଯବାନ ଆହତ ହୋଇଛନ୍ତି । ଆତଙ୍କବାଦୀ ଲଚିଥିବାର ଖବର ପାଇ କୁଥପୋରା ଗାଁରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ।

ଏହି ସମୟରେ ଆତଙ୍କବାଦୀ ମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଆଖିବୁଜା ଗୁଳମାଡ କରିଥିଲେ । ଆଉ ସୁରକ୍ଷାକର୍ମୀ ମାନେ ଏହାର ମୁହାଁତାଡ ଯବାବ ଦେଇଥିଲେ । ଘଟଣା ପରେ ସର୍ଚ୍ଚ ଅପରେସନକୁ ଜୋରଯାର କରାଯାଇଛି । ବଡଗ୍ରାମ ଓ ପୁଲଓ୍ଵାମା ଜିଲ୍ଲାରେ ମୋବାଇଲ ଇଣ୍ଟରନେଟ ସେବାକୁ ସାମୟିକ ସମୟ ପାଇଁ ବନ୍ଦ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.