Below header

ପବନରେ ଜୀବାଣୁକୁ ନିପାତ କରିବା ପାଇଁ ଚେଷ୍ଟା ଜାରି, କରୋନା ଓ ଯକ୍ଷ୍ମା ଭଳି ରୋଗରୁ ମିଳିବ ଉପଶମ

ନୂଆଦିଲ୍ଲୀ :  କରୋନା ଭାଇରସ ଓ ଯକ୍ଷ୍ମା(ଟିବି) ରୋଗ ଯେପରି ଭାବେ ବଢ଼ିଚାଲିଛି । ଏହା ସମସ୍ତଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି । ଏହି ରୋଗ ବିଶେଷ କରି ପବନ ଦ୍ୱାରା ସଂକ୍ରମିତ ହେଉଥିବାରୁ ଏହାକୁ ବାୟୁ ମଧ୍ୟରେ ନିପାତ କରିବା ପାଇଁ ଗବେଷକମାନେ ଗବେଷଣା ଜାରି ରଖିଛନ୍ତି । ଏହା ସଫଳ ହେଲେ ଏହି ପବନ ବାହିତ ରୋଗକୁ ସହଜରେ କଣ୍ଟ୍ରୋଲ କରିହେବ ।

ଆଇଆଇଟି ମଦ୍ରାସ ବ୍ରିଟେନରେ ଉଚ୍ଚ ଶିକ୍ଷଣ ସଂସ୍ଥାନ ସହାୟତାରେ ଏହି ଦିଗରେ ଗବେଷଣା ଜାରି ରଖିଛି । ଭାରତ ସରକାର ମଧ୍ୟ ଏହି ପ୍ରୋଜେକ୍ଟରେ ଆଇଆଇଟି ମଦ୍ରାସକୁ ସହାୟତା ଯୋଗାଇ ଦେଇଛନ୍ତି । ଏହି ପ୍ରୋଜେକ୍ଟ ଜରିଆରେ ଅଲଟ୍ରାଭାୟୋଲେଟ-ସି ରେଡିଏସନ୍‌ ପ୍ରୟୋଗ ଦ୍ୱାରା ପବନକୁ ସଫା କରିବା ପାଇଁ ସଫଳତା ମିଳିଛି । ତେଣୁ ଏହି ପଦ୍ଧତି ପ୍ରୟୋଗରେ ପବନରେ ଥିବା ଜୀବାଣୁକୁ ମଧ୍ୟ ନଷ୍ଟ କରିହେବ ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି ।

କରୋନା ସଂକ୍ରମଣରେ କରିବ ସହାୟତା :

କରୋନା ଓ ଟିବି ପବନ ଜରିଆରେ ସଂକ୍ରମଣ ହେଉଥିବା ବେଳେ ଏହା ଏକ ମାରାତ୍ମକ ସଂକ୍ରାମକ ରୋଗ ଭାବେ ଦେଖାଦେଇଛି । ଏହି ପ୍ରୋଜେକ୍ଟ ସଫଳ ହେଲେ କରୋନା ଓ ଟିବି ଭଳି ମହାମାରୀକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ଗବେଷକମାନେ ଆଶାବାଦୀ ଅଛନ୍ତି । ପ୍ରକାଶଯୋଗ୍ୟ ଯେ କରୋନା ମହାମାରୀରେ ଦେଶରେ ଏପର୍ଯ୍ୟନ୍ତ ୪ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇସାରିଛି । ସେହିପରି ଦେଶରେ ପ୍ରତିବର୍ଷ ଟିବି ରୋଗରେ ଲକ୍ଷାଧିକ ଲୋକଙ୍କ ପ୍ରାଣ ହାନୀ ଘଟୁଛି ।

ଏକ ରିପୋର୍ଟ ଅନୁଯାୟୀ, ୨୦୧୯ ରେ ଦେଶରେ ୪.୪୫ ଲକ୍ଷ ଲୋକଙ୍କ କେବଳ ଟିବି ରୋଗରେ ପ୍ରାଣହାନୀ ଘଟିଛି । ତେଣୁ ଏହି ଗବେଷଣା ଏହି ଟିବି ଓ କରୋନା ଭଳି ରୋଗକୁ ପ୍ରତିହତ କରିବାରେ ସଫଳ ହେବ ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.