ରାଜୀବ ଗାନ୍ଧୀଙ୍କ ଗୋଟିଏ ନିଷ୍ପତ୍ତି ବନିଥିଲା ତାଙ୍କ ହତ୍ୟାର କାରଣ

ଆଜି ହେଉଛି ଭାରତ ରତ୍ନ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜୟନ୍ତି । ୨୦ ଅଗଷ୍ଟ ୧୯୪୪ରେ ଜନ୍ମ ହୋଇଥିଲେ ରାଜୀବ ଗାନ୍ଧୀ । ଦେଶର ଷଷ୍ଠ ତଥା ସବୁଠାରୁ ଯୁବ ପ୍ରଧାନମନ୍ତ୍ରୀ ରାଜୀବ ମାତ୍ର ୪୦ ବର୍ଷ ବୟସରେ ଦେଶର ଶାସନ ଭାର ସମ୍ଭାଳିଥିଲେ । ୨୧ମେ ୧୯୯୧ରେ ସାଧାରଣ ନିର୍ବାଚନ ପ୍ରଚାର ସମୟରେ ତାମିଲନାଡୁର ଶ୍ରୀପେରୁମବୁଦୁରରେ ଏକ ଭୟଙ୍କର ବୋମା ବିସ୍ଫୋରଣରେ ତାଙ୍କର ହତ୍ୟା କରାଯାଇଥିଲା ।

ରାଜୀବଙ୍କ ହତ୍ୟା ଏକ ବଡ ଷଡଯନ୍ତ୍ର ଯାହାକୁ ଆଜି ବି ବିବାଦ । ତାଙ୍କ ହତ୍ୟାରେ ସାମିଲ୍ ମୁଖ୍ୟ ଅଭିଯୁକ୍ତ ଜେଲରେ ଅଛନ୍ତି ଯାହାଙ୍କ ମୁକ୍ତିକୁ ନେଇ ସମୟ ସମୟରେ ରାଜିନୀତି ହେଉଛି ।

ରାଜନୀତିକୁ ଆସିବା ପୂର୍ବରୁ ପାଇଲଟ୍ ଥିଲେ ରାଜୀବ 

rajiv gandhiରାଜନୀତିରେ କେବେ ବି ରାଜୀବଙ୍କ ରୁଚି ନଥିଲା । ରାଜନୀତିରେ ପାଦ ରଖିବା ପୂର୍ବରୁ ପାଇଲଟ ଚାକିରି କରୁଥିଲେ ରାଜୀବ । ଜରୁରୀକାଳିନ ପରେ ଇନ୍ଦିରା ଗାନ୍ଧୀଙ୍କୁ ସତ୍ତା ଛାଡିବାକୁ ପଡିଥିଲା । କିନ୍ତୁ ୧୯୮୦ରେ ସାନ ଭାଇ ସଞ୍ଜୟ ଗାନ୍ଧୀଙ୍କ ଏକ ଜାହାଜ ଦୁର୍ଘଟଣାରେ ଦେହାନ୍ତ ପରେ ମା’ ଇନ୍ଦିରା ଗାନ୍ଧୀଙ୍କୁ ସହଯୋଗ କରିବା ପାଇଁ ୧୯୮୨ରେ ରାଜନୀତିରେ ପାଦ ରଖିଥିଲେ ରାଜୀବ ।

ସେ ଆମେଠିରୁ ଲୋକସଭା ନିର୍ବାଚନ ଜିତି ସାଂସଦ ହୋଇଥିଲେ । କିନ୍ତୁ ୩୧ ଅକ୍ଟୋବର ୧୯୮୪ରେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ କଂଗ୍ରେସର କମାଣ ସମ୍ଭାଳିଥିଲେ ରାଜୀବ । ୧୯୮୧ରେ ହୋଇଥିବା ସାଧାରଣ ନିର୍ବାଚନରେ ସବୁଠାରୁ ଅଧିକ ଭୋଟ ପାଇଁ ଦେଶର ଷଷ୍ଠ ପ୍ରଧାନମନ୍ତ୍ରୀ ହୋଇଥିଲେ ରାଜୀବ ଗାନ୍ଧୀ ।

ଏହା ସହ ପଢନ୍ତୁ ପାକିସ୍ତାନ ସଂସଦରେ କାହିଁକି ରଖାଯାଇଥାଏ ହନୁମାନଙ୍କ ଗଦା ?

ରାଜୀବଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି 

ଦେଶ ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜୀବ। ସେମାନଙ୍କ ମଧ୍ୟରୁ କିଛି ନିଷ୍ପତ୍ତିକୁ ପ୍ରଶଂସା କରାଯାଇଥିବା ବେଳେ ଅନେକ ନିଷ୍ପତ୍ତି ଚାଲି ଆସିଛି ବିବାଦ ଘେରକୁ । ରାଜୀବଙ୍କ କାର୍ୟ୍ୟକାଳ ମଧ୍ୟରେ ହୋଇଥିବା ବୋଫର୍ସ କାଣ୍ଡ ଆଜି ବି କଂଗ୍ରେସର ପିଛା ଛାଡିନି ।

କିଛି ପ୍ରମୁଖ ନିଷ୍ପତ୍ତି 
– ଅର୍ଥବ୍ୟବସ୍ଥାର ସେକ୍ଟର୍ସ ଖୋଲିଛନ୍ତି ରାଜୀବ ।
– ୧୯୮୮ ତାଙ୍କର ଚୀନ ଗସ୍ତ ଐତିହାସିକ ଥିଲା
– ଆଇଟି କ୍ରାନ୍ତି ମୂଳଦୂଆ ରଖିଥିଲେ ରାଜୀବ
– ଭୋଟ୍ ଦାନର ବୟସ ସୀମା ୧୮ ବର୍ଷ ଏବଂ ଇଭିଏମ୍ ମେସିନ୍ ଆରମ୍ଭ କରିଥିଲେ ରାଜୀବ ।
– ପଂଚୟତି ରାଜ୍ ପାଇଁ ଅନେକ ପ୍ରୟାସ୍ କରିଛନ୍ତି ରାଜୀବ ।

ଶ୍ରୀଲଙ୍କାକୁ ନେଇ ନିଷ୍ପତ୍ତି ନେଲା ରାଜୀବଙ୍କ ଜୀବନ 

Rajiv Gandhiଯେତେବେଳେ ଶ୍ରୀଲଙ୍କାରେ ଜାତୀୟ ସଂଘର୍ଷ ଚାଲିଥିଲା ସେତେବେଳେ ୧୯୮୭ରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏକ ଚୁକ୍ତି ହୋଇଥିଲା । ଯାହା ଫଳରେ ହସ୍ତକ୍ଷେପ କରିବାକୁ ଶ୍ରୀଲଙ୍କାରେ ପହଂଚିଥିଲା ଭାରତୀୟ ସେନା । ଚୁକ୍ତି ଅନୁସାରେ ଗୋଟିଏ ଭାରତୀୟ ଶାନ୍ତି ସେନା ବନାଯାଇଥିଲା । ଯାହାର ଉଦ୍ଦେଶ୍ୟ ଥିଲା ଶ୍ରୀଲଙ୍କାର ସେନା ଏବଂ ଏଲଟିଟିଇ (ଲିବରେସନ୍ ଟାଇଗର୍ସ ଅଫ୍ ତାମିଲ୍ ଇଲମ୍) ଭଳି ଉଗ୍ରବାଦୀ ସଂଗଠନ ମଧ୍ୟରେ ଚାଲିଥିବା ଗୃହଯୁଦ୍ଧକୁ ଶେଷ କରିବା ।

ସେ ସମୟରେ ଭାରତୀୟ ସେନା ଫେରିଆସିବାକୁ ଚାହୁଁଥିଲା ଏଲଟିଟିଇ । କାରଣ ଆମ ସେନା ଶ୍ରୀଲଙ୍କାକୁ ଯିବା ଯୋଗୁଁ ଅଲଗା ଦେଶର ଦାବି କରି ପାରୁନଥିଲା ଏହି ଉଗ୍ରବାଦୀ ସଂଗଠନ । ରାଜୀବଙ୍କ ଏହି ନିଷ୍ପତ୍ତି ଏଲଟିଟିଇର ଦାବି ପୁରା କରିବାରେ ବାଧା ଦେଇଥିଲା । ତେବେ ୧୯୮୯ରେ ବିପି ସିଂହଙ୍କ ସରକାର ଭାରତୀୟ ସେନାଙ୍କୁ ଫେରାଇଆଣିଥିଲେ । କିନ୍ତୁ ୧୯୯୧ରେ ଯେତେବେଳେ ପୁଣି ନିର୍ବାଚନ ସମୟ ଆସିଲା ସେତେବେଳେ ଏଲଟିଟିଇକୁ ଡର ରହିଲା ଯେ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେଲେ ଶ୍ରୀଲଙ୍କାକୁ ପୁଣି ସେନା ପଠାଇପାରନ୍ତି । ଏହି ଭୟରେ ଶ୍ରୀଲଙ୍କାର ଉଗ୍ରବାଦୀ ସଂଗଠନ ଏଲଟିଟିଇର ଭାରତ ଉପରେ ଥିଲା ସବୁଠାରୁ ବଡ଼ ପ୍ରହାର। ଏଲଟିଟିଇ ୨୧ ମେ’ ୧୯୯୧ରେ ତାମିଲନାଡୁରେ ଏକ ନିର୍ବାଚନ ସଭାରେ ରାଜୀବ ଗାନ୍ଧୀଙ୍କ ଉପରେ ଆତ୍ମଘାତୀ ହମଲା କରିଦେଇଥିଲା । ଆଉ ଦେଶର ସବୁଠୁ ଶକ୍ତିଶାଳୀ ପରିବାରର ଶକ୍ତିଶାଳୀ ବ୍ୟକ୍ତିଙ୍କୁ କରିଥିଲା ହତ୍ୟା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.