Below header

ଏହି ରାଜକୁମାରୀଙ୍କ ସୌନ୍ଦର୍ଯ୍ୟର ଦିଓ୍ୱାନା ଥିଲା ସାରା ଦୁନିଆ, ନ ପାଇବାରୁ ୧୩ ଜଣ ପୁରୁଷ କରିଥିଲେ ଆତ୍ମହତ୍ୟା

ସୁନ୍ଦରତା ଦେଖାଯାଉଥିବା ଲୋକଙ୍କ ଆଖିରେ କଥା କହିଲା ଭଳି ଚାହାଣି ଥାଏ। କିନ୍ତୁ ସୁନ୍ଦରତାର ବାଖ୍ୟା ଦିନକୁ ଦିନ ବଦଳିବାରେ ଲାଗିଛି। ପୂର୍ବରୁ ଯିଏ ହୃଦୟ ଏବଂ ମନ ଦେଖି ଭଲପାଉଥିଲେ ସେମାନେ ଆଜି ଶରୀରର ସୁନ୍ଦରତା ଏବଂ କଣ କଣ ଖୋଜିଥାଆନ୍ତି। ଏମିତିରେ ଆପଣଙ୍କୁ ହସିନା ରାଣୀଙ୍କର କାହାଣୀ ବିଷୟରେ ଜାଣିବା ଜରୁରୀ ଅଟେ। ଯାହାଙ୍କର ସୁନ୍ଦରତାରେ ଏତେ ଲୋକ ଆକର୍ଷିତ ହେଉଥିଲେ ଯେ ତାଙ୍କୁ ନିଜର କରିବା ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ହୋଇଯାଉଥିଲେ। ହସିନ୍ ମଲ୍ଲିକା ନ ମିଳିବାରୁ ୧୩ଜଣ ପୁରୁଷ ଆତ୍ମହତ୍ୟା କରିଥିଲେ। ଜାଣନ୍ତୁ କିଏ ଥିଲେ ସେ ରାଣୀ ଏବଂ କାହା ସହିତ ତାଙ୍କର ବିବାହ ହୋଇଥିଲା।

କଜର ର ଏହି ରାଣୀଙ୍କୁ ସୁନ୍ଦରତାର ଦେବୀ ବୋଲି ମାନୁଥିଲେ। ଅବଶ୍ୟ ସେ ଆଦୌ ଆକର୍ଷକ ନଥିଲେ। ରାଜକୁମାରୀଙ୍କ ପରିବାର ଧନୀ ଥିଲେ ଏବଂ ସେ ଦେଖିବାକୁ ଗୋରୀ ଥିଲେ। ତାଙ୍କ ପରିବାରରେ ବହୁତ ଅଧିକ ଧନ-ସମ୍ପତ୍ତି ଥିଲା। ଏହାଛଡା ସେହି ସମୟରେ ରାଜକୁମାରୀ ଇରାକରେ ସବୁଠାରୁ ଶିକ୍ଷିତ ମହିଳାଙ୍କ ମଧ୍ୟରୁ ଜଣେ ଥିଲେ।

princeessତେହେରାନରେ ୧୮୮୩ ମସିହାରେ ଜନ୍ମଗ୍ରହଣ କରିଥିବା କଜର ର ରାଜକୁମାରୀ ବଡ଼ ହେବାପରେ ତାଙ୍କ ଜୀବନରେ ୧୪୫ଜଣ ପୁରୁଷ ତାଙ୍କୁ ବିବାହ କରିବା ପାଇଁ ହାତ ମାଗିବେ, ରାଜକୁମାରୀ ସ୍ବପ୍ନରେ ମଧ୍ୟ ଏହା ଭାବିନଥିବେ। ଅବଶ୍ୟ କିଛି ପୁରୁଷ ଏହାକୁ ବ୍ୟକ୍ତିଗତ ରୂପରେ ନେଇଥିଲେ ଏବଂ ରାଜକୁମାରୀ ମନା କରିବା ପରେ ୧୩ଜଣ ପୁରୁଷ ଆତ୍ମହତ୍ୟା କରିଦେଇଥିଲେ।

ନିଶ୍ଚୟ ପଢ଼ନ୍ତୁ : ମୁହଁରୁ ବାହାରିଥିବା ସବୁ ଇଛା ପୁରା କରନ୍ତି ଇଶ୍ବର, ଜାଣନ୍ତି କି ଦିନରେ ଥରୁଟିଏ ଆସିଥାଏ ଏହି ଗୋଲଡେନ୍ ମିନିଟ୍

ଶେଷରେ ରାଜକୁମାରୀ ତାଙ୍କର ପ୍ରେମିକଙ୍କୁ ବିବାହ କରିଥିଲେ। ତାଙ୍କର ୨ ପୁଅ ଏବଂ ୨ ଝିଅ ହେବାପରେ ଛାଡ଼ପତ୍ର ମଧ୍ୟ ହୋଇଯାଇଥିଲା। ତାଙ୍କର ସ୍ବାମୀ ଫରାସି ରାଜା ନାସିର୍ ଅଲ୍ଲ-ଦିନ୍ ଶାହା କାଜର ଥିଲେ। ସେ ୪୭ ବର୍ଷ ପର୍ଯ୍ୟନ୍ତ ଇରାନରେ ଶାସନ କରିଥିଲେ ଏବଂ କାଜରଙ୍କର ୮୪ ଜଣ ପତ୍ନୀ ଥିଲେ। ଯେଉଁ ମାନଙ୍କୁ ମଧ୍ୟରୁ ସବୁଠାରୁ ପ୍ରିୟ ପତ୍ନୀ ରାଜକୁମାରୀ ଜହରା ଥିଲେ।

hasina princessଯେତେବେଳେ ଜଣେ ବିଦେଶୀ ବେପାରୀ ନାସିରଙ୍କୁ ପଚାରିଥିଲେ ଅଧିକ ଓଜନ ଥିବା ମହିଳାଙ୍କୁ ସୁନ୍ଦର କାହିଁକି କୁହାଯାଇଥାଏ, ତେବେ ରାଜା ଉତ୍ତରରେ କହିଥିଲେ, ଯେବେ ଆପଣ କଂସାଇ ପାଖକୁ ଯାଉଛନ୍ତି, ସେହିସମୟରେ ଆପଣ ଗଣ୍ଠି କିଣୁଛନ୍ତି ନା ମାଂସ କିଣୁଛନ୍ତି। ମୁଁ ଭାବୁଛି ଆପଣ ଏଥିରେ କିଛି ଜାଣି ପାରୁଥିବେ।

ଏହା ସହ ପଢ଼ନ୍ତୁ : ଏହି ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ଗିଫ୍ଟ କରିଛନ୍ତି ୫୫ ହଜାର ଡିଜାଇନର ଡ୍ରେସ, ବିଶ୍ବ ରେକର୍ଡରେ ସ୍ଥାନିତ

ଜଣେ ବ୍ୟକ୍ତିର ବାହାର ସୁନ୍ଦରତା ମଧ୍ୟ ବହୁତ କିଛି ହୋଇଥାଏ। ଜହରାଙ୍କୁ କଳା ବହୁତ ପସନ୍ଦ ଥିଲା ,ସେ ଜଣେ ଚିତ୍ରକାର ଏବଂ ଲେଖିକା ଥିଲେ। ଜହରା ମହିଳାଙ୍କ ଅଧିକାର ପାଇଁ ମଧ୍ୟ ଲଢିଥିଲେ ଏବଂ ଭବିଷ୍ୟତ ପିଢି ପାଇଁ ମାର୍ଗ ପ୍ରଶସ୍ତ କରୁଥିଲେ।
ତାଙ୍କର ସାହସିକତାର ପ୍ରମାଣ ମିଳେ ଯେତେବେଳେ ସେ ଅଦାଲତରେ ପଶ୍ଚିମ ପୋଷାକ ପିନ୍ଧିବାର ନିଷ୍ବତ୍ତି ନେଇଥିଲେ। ସେ ସେହି ମହିଳାଙ୍କ ମଧ୍ୟରୁ ଜଣେ ଥିଲେ ଯିଏ କି ଇରାନର ମହିଳାଙ୍କ ଅଧିକାର ପାଇଁ ଏକାଠି କରିଥିଲେ ଯାହାଙ୍କର ନାମ society of women freedom  ଥିଲା।

ଜହାରା ତାଙ୍କର ଶେଷ ନିଶ୍ବାସ ପର୍ଯ୍ୟନ୍ତ ମହିଳାମାନଙ୍କର ଅଧିକାର ଏବଂ ସମ୍ନାନ ପାଇଁ ଲଢିଥିଲେ। ୧୯୩୬ ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଜି ମଧ୍ୟ ନାରୀବାଦୀ ଆନ୍ଦୋଳନରେ ତାଙ୍କର ଅଗ୍ରଦୁତ ରୂପ ଦେଖିବାକୁ ମିଳେ। କିଛି ଲୋକ ଭାବିଥାନ୍ତି କି ତାଙ୍କର ବାହାର ସୁନ୍ଦରତା ବର୍ତ୍ତମାନର ପରିଭାଷାକୁ ପୂରା କରିପାରିବ ନାହିଁ କିନ୍ତୁ ଅନ୍ୟ ବହୁତ ଉପାୟରେ ବହୁତ ସୁନ୍ଦର ମହିଳା ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.