Below header

ଘରେ ପୂଜା କରିବା ପୂର୍ବରୁ ନିଶ୍ଚିତ ଭାବରେ ପାଳନ କରନ୍ତୁ ଏହି ସବୁ ନିୟମ, ତାହେଲେ ଯାଇ ମିଳିବ ଭଗବାନଙ୍କ ଆଶୀର୍ବାଦ

ଆମେ ସମସ୍ତେ ଜାଣିଛେ ଯେ ପୂଜା ସବୁ ଘରେ ହୁଏ । ଯେଉଁଠି ଲୋକମାନେ ନିଜ ଇଷ୍ଟ ଦେବତାଙ୍କୁ ପୂଜା କରିଥାନ୍ତି । କିନ୍ତୁ ବେଳେ ବେଳେ ଏମିତି ହୁଏ ଯେତେ ପୂଜା କଲେ ମଧ୍ୟ ମନସ୍କାମନା ପୁରା ହୋଇନଥାଏ । ଆଉ ଆମେ କେବଳ ଭଗବାନଙ୍କୁ ଦୋଷ ଦେଇଥାଉ । କିନ୍ତୁ ଏହି ଦୋଷ ଭଗବାନଙ୍କର ନୁହେଁ ଆପଣଙ୍କର । ପୂଜା ବିଧି ଭୁଲ୍ କଲେ ଭଗବାନଙ୍କର କୃପା ମିଳିନଥାଏ । ଆଜି ଆମେ ଆପଣଙ୍କୁ ପୂଜା ନେଇ କିଛି ବିଶେଷ ଉପାୟ ବତାଇବୁ ।

– ଯେଉଁ ଆସନରେ ବସି ପୂଜା କରୁଛନ୍ତି ତାକୁ କେବେ ବି ଗୋଡରେ ଏପଟ ସେପଟ କରନ୍ତୁ ନାହିଁ ।

ଏହା ସହ ପଢନ୍ତୁ : ଏହି ୧୦ଟି ରୁ ଯେ କୌଣସି ଗୋଟିଏ ଉପାୟ କଲେ ବି ଶିବ ହେବେ ପ୍ରସନ୍ନ, ଦୂର ହେବ ସମସ୍ତ ସମସ୍ୟା

– ସବୁ ପୂଜାରେ କୂଳ ଦେବତା, କୂଳ ଦେବୀ, ଘରର ବାସ୍ତୁ ଦେବତା, ଗ୍ରାମ ଦେବତାଙ୍କ ପୂଜା କରିବା ନିହାତି ଜରୁରୀ ।

– ଘରେ କିମ୍ବା ମନ୍ଦିରରେ ଯଦି କୌଣସି ପୂଜା କରୁଛନ୍ତି ତେବେ ନିଜର ଇଷ୍ଟ ଦେବଙ୍କ ସହ କଳସ, ନବଗ୍ରହ ଦେବତା, ପଂଚ ଲୋକପାଳ, ଷୋଡଶ ମାତୃକା, ସପ୍ତ ମାତୃକାଙ୍କ ପୂଜା ମଧ୍ୟ କରାଯିବା ଉଚିତ୍ । ବିଶେଷ ପୂଜା କଲେ କୌଣସି ପଣ୍ଡିତଙ୍କ ସାହାଯ୍ୟରେ କରିବା ଉଚିତ୍ । ଯାହା ଫଳରେ ପୂଜା ସମ୍ପୂର୍ଣ୍ଣ ବିଧି ଭାବେ ହେବ ।

worship– ପୂଜା ସ୍ଥଳକୁ ପବିତ୍ର ରଖିବା ପାଇଁ ଭୁଲରେ ବି ସେ ସ୍ଥାନକୁ ଚପଲ କିମ୍ପା ଯୋତା ପିନ୍ଧି ଯାଆନ୍ତୁ ନାହିଁ ।

– ସେହିପରି ପୂଜାସ୍ଥଳରେ ଅଳିଆ ଆବର୍ଜନା ରଖନ୍ତୁ ନାହିଁ ।

– ସେହିପରି ପୂଜା ଘରେ ଦୀପ ସବୁବେଳେ ଭଗବାନଙ୍କ ସାମ୍ନାରେ ରଖନ୍ତୁ ।

– ଘିଅ ଦୀପରେ ସର୍ବଦା ଧଳା ବତୀ ବ୍ୟବହାର କରନ୍ତୁ । ସେହିପରି ତେଲ ଦୀପ ପାଇଁ ନାଲି ସୂତା ହେଉଛି ବତୀ ଶ୍ରେଷ୍ଠ ।

– ସୂର୍ଯ୍ଯ, ଗଣେଶ, ଦୁର୍ଗା, ଶିବ ଏବଂ ବିଷ୍ଣୁ ଏହି ପଂଚଦେବଙ୍କ ପୂଜା ସମସ୍ତ କାର୍ଯ୍ଯରେ ଅନିବାର‌୍ୟ୍ୟ ଭାବରେ କରାଯିବା ଉଚିତ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.