ସାମ୍ବାଦିକଙ୍କୁ ଆକ୍ରମଣର ପ୍ରତିବାଦ, ସୁରକ୍ଷା ଦାବିରେ ଶୋଭାଯାତ୍ରା

ଯାଜପୁର ଟାଉନ (କେନ୍ୟୁଜ): ପୁରୀ ଏବଂ ବାଲେଶ୍ବରରେ ସାମ୍ବାଦିକଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ପ୍ରତିବାଦ । ପ୍ରତିବାଦ କରିଛନ୍ତି ଯାଜପୁର ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକମାନେ। ଯାଜପୁର ସଦର ମହକୁମା ଗାନ୍ଧୀ ଛକରୁ ଏକ ଶୋଭାଯାତ୍ରା ବାହାରି ଥିଲା । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ରାଜ୍ୟରେ ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବାକୁ ଦାବି ହୋଇଥିଲା। ଜିଲ୍ଲାର ଶତାଧିକ ସାମ୍ବାଦିକ ପ୍ରତିବାଦ ସଭାରେ ସାମିଲ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.