ଲାଇଭ୍‌ କ୍ଲାସରେ ପ୍ରପୋଜ୍‌, ଏମିତି ପ୍ରେମ ନିବେଦନ କଲେ ଯେ ଭାଇରାଲ ହେଉଛି ଭିଡିଓ

ଆଜି ଆମେ ଆପଣଙ୍କୁ ଏପରି ଏକ ପ୍ରପୋଜ୍‌ ର ଖବର ବିଷୟରେ ଜଣାଇବାକୁ ଯାଉଛୁ, ଯାହା ବିଷୟରେ ଆପଣ ହୁଏତ ପୂର୍ବରୁ କେବେ ଶୁଣି ନଥିବେ । ଜଣେ ଯୁବକ ତାଙ୍କ ସାଥୀକୁ ପ୍ରପୋଜ୍‌ କରିବା ପାଇଁ ଏଭଳି ଭିନ୍ନ ଢଙ୍ଗକୁ ଆପଣାଇଛନ୍ତି ଯେ ତାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସମସ୍ତଙ୍କର ହୃଦୟରୁ ଇଚ୍ଛା ଥାଏ ତାଙ୍କ ସାଥୀ ତାଙ୍କୁ ସ୍ୱତନ୍ତ୍ର ଢଙ୍ଗରେ ପ୍ରପୋଜ କରୁ । ଏଥିପାଇଁ ଲୋକମାନେ ନିଜ ପାର୍ଟନରଙ୍କୁ ପ୍ରପୋଜ୍‌ କରିବା ସମୟରେ ନୂଆ ଉପାୟ ଖୋଜନ୍ତି ଏବଂ ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । କିଛି ଲୋକ ନିଜ ପ୍ରେମିକାଙ୍କୁ ପ୍ରପୋଜ୍‌ କରିବା ପାଇଁ ଭଲ ଭଲ ରେଷ୍ଟୁରାଣ୍ଟ ବୁକ୍‌ କରନ୍ତି ତ କିଛି ଲୋକ ରାସ୍ତା ଉପରେ ହିଁ ନିଜ ସାଥୀକୁ ଅତି ସୁନ୍ଦର ଢଙ୍ଗରେ ପ୍ରେମ ନିବେଦନ କରନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ପ୍ରପୋଜ୍‌ ର ଖବର ବିଷୟରେ ଜଣାଇବାକୁ ଯାଉଛୁ, ଯାହା ବିଷୟରେ ଆପଣ ହୁଏତ ପୂର୍ବରୁ କେବେ ଶୁଣି ନଥିବେ । ଜଣେ ଯୁବକ ତାଙ୍କ ସାଥୀକୁ ପ୍ରପୋଜ୍‌ କରିବା ପାଇଁ ଏଭଳି ଭିନ୍ନ ଢଙ୍ଗକୁ ଆପଣାଇଛନ୍ତି ଯେ ତାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ତେବେ ଭାଇରାଲ୍ ହୋଇଥିବା ଭିଡିଓରେ ଜଣେ ଶିକ୍ଷକ ଲାଇଭ୍ କ୍ଲାସ୍ ରେ ତାଙ୍କ ସହକର୍ମୀ ଶିକ୍ଷକଙ୍କୁ ପ୍ରପୋଜ୍‌ କରିଛନ୍ତି । ଲାଇଭ କ୍ଲାସରେ ଶିକ୍ଷକ ତାଙ୍କ ସହକର୍ମୀଙ୍କୁ ଅତି ସୁନ୍ଦର ଭାବେ ବିବାହ ପାଇଁ ପ୍ରସ୍ତାବ ଦେଇଛନ୍ତି । ଛାତ୍ରଛାତ୍ରୀମାନେ ବି ସାର୍‌ ଙ୍କୁ ଅନୁରୋଧ କରିଥିଲେ ମାଡାମଙ୍କୁ ଲାଇଭ୍‌ କ୍ଲାସରେ ପ୍ରପୋଜ କରିବା ପାଇଁ ତେଣୁ ସାର୍‌ ବି ପଛଘୁଞ୍ଚା ନଦେଇ ତାଙ୍କ ସହକର୍ମୀ ଶିକ୍ଷୟିତ୍ରୀଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । ଯାହା ପରେ ମାଡାମ ବି ସାରଙ୍କ ପ୍ରେମ ନିବେଦନକୁ ହସି ହସି ହଁ କହିଥିଲେ । ଶିକ୍ଷୟିତ୍ରୀ ମଧ୍ୟ ନିଜ ସହକର୍ମୀଙ୍କ ଏଭଳି ଭାବେ ପ୍ରେମ ନିବେଦନକୁ ବିଶ୍ୱାସ କରି ପାରିନଥିଲେ । କିନ୍ତୁ ଶେଷରେ ସେ ତାଙ୍କ ସହକର୍ମୀଙ୍କୁ ଲାଇଭ କ୍ଲାସରେ ହିଁ ହଁ କହିଥିଲେ । ସୂଚନା ଥାଉ କି ଶିକ୍ଷକଙ୍କ ନାମ ନଭନୀତ ତିୱାରୀ ଏବଂ ମହିଳା ଶିକ୍ଷୟିତ୍ରୀଙ୍କ ନାମ ସୋନା । ନଭନୀତ ତିୱାରୀ ତାଙ୍କ ସହକର୍ମୀ ସୋନାଙ୍କୁ ବିବାହ ପାଇଁ ଯେଉଁଭଳି ଭାବରେ ପ୍ରସ୍ତାବ ଦେଇଥିଲେ ତାହା ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଭାଇରାଲ ହୋଇଥିବା ଏହି ଭିଡିଓ ସୋସିଆଲ ମିଡିଆ ସାଇଟ୍ X ରେ @ ଶେଖର ଦତ୍ତ ନାମକ ଏକ ଆକାଉଣ୍ଟରୁ ସେୟାର କରାଯାଇଛି । ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକ ଦେଖି ସାରିଛନ୍ତି ଏବଂ ୟୁଜରମାନେ ଏହି ଭିଡିଓକୁ ନେଇ ଭିନ୍ନ କମେଣ୍ଟ ଦେଉଛନ୍ତି । ତେବେ ଜଣେ ପ୍ରେମିକ ଯେତେବେଳେ ତାର ପ୍ରେମ ନିବେଦନ କରିବାକୁ ମନସ୍ଥ କରେ ସେତେବେଳେ ସେ ସ୍ଥାନ କି ସମୟ ଦେଖି ନଥାଏ । ତା ମନରେ କେବଳ ଭରି ରହିଥାଏ ନିଜ ପ୍ରେମିକା ପାଇଁ ଅନାବିଳ ପ୍ରେମ । ସେ ନିଜ ପ୍ରେମିକାକୁ ପ୍ରପୋଜ୍‌ କରିବା ପାଇଁ ଆପଣାଇଥାଏ ଭିନ୍ନ ଉପାୟ । ସମାନ ଭାବେ ଏ ଶିକ୍ଷକ ଜଣଙ୍କ ନିଜ ସହକର୍ମୀଙ୍କୁ ପ୍ରେମ ନିବେଦନ କରିବା ପାଇଁ ଏଭଳି ଲାଇଭ୍‌ କ୍ଲାସରେ ପ୍ରପୋଜ୍‌ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.