ଅଙ୍ଗନଓ୍ଵାଡି କେନ୍ଦ୍ରରେ ଗଢା ଚାଲିଛି କୋମଳମତି ଶିଶୁଙ୍କ ଭାଗ୍ୟ

ଏଠି ଅଙ୍ଗନଓ୍ଵାଡି ଦିଦି ସାଜିଛନ୍ତି ମଣିଷ ତିଆରି କାରଖାନାର ସ୍ରଷ୍ଟା । ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଅଣ୍ଡା,ଛତୁଆ,ଖଜରା,ମୁଢୀ ଚଣା ଯୋଗାଇଦେଇ ତଟକା ସତେଜ ପୁଷ୍ଟିକର ଖାଦ୍ୟ ଖାଇବାକୁ ପରାମର୍ଶ ବି ଦେଉଛନ୍ତି ଏହି ଅଙ୍ଗନବାଡ଼ି ଦିଦି ଯେଉଁଥିପାଇଁ ସେ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଛନ୍ତି । ଖାଲି ସେତିକି ନୁହେଁ କିଶୋରୀ ବାଳିକା ମାନଙ୍କର ଶାରିରୀକ ବୃଦ୍ଧି ସହିତ ଗର୍ଭବତୀ ମା ମାନଙ୍କ ଉତ୍ତମ ଯତ୍ନ କରି ବନି ଯାଇଛନ୍ତି ଜଣେ ସଫଳ ଅଅଙ୍ଗନଓ୍ଵାଡି ଦିଦି ।

ସୁବର୍ଣ୍ଣପୁର : ଏଠି ଅଙ୍ଗନଓ୍ଵାଡି ଦିଦି ସାଜିଛନ୍ତି ମଣିଷ ତିଆରି କାରଖାନାର ସ୍ରଷ୍ଟା । ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଅଣ୍ଡା,ଛତୁଆ,ଖଜରା,ମୁଢୀ ଚଣା ଯୋଗାଇଦେଇ ତଟକା ସତେଜ ପୁଷ୍ଟିକର ଖାଦ୍ୟ ଖାଇବାକୁ ପରାମର୍ଶ ବି ଦେଉଛନ୍ତି ଏହି ଅଙ୍ଗନଓ୍ଵାଡି ଦିଦି ଯେଉଁଥିପାଇଁ ସେ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଛନ୍ତି । ଖାଲି ସେତିକି ନୁହେଁ କିଶୋରୀ ବାଳିକା ମାନଙ୍କର ଶାରିରୀକ ବୃଦ୍ଧି ସହିତ ଗର୍ଭବତୀ ମା ମାନଙ୍କ ଉତ୍ତମ ଯତ୍ନ କରି ବନି ଯାଇଛନ୍ତି ଜଣେ ସଫଳ ଅଙ୍ଗନଓ୍ଵାଡି ଦିଦି। ଯେଉଁଥିପାଇଁ ଏହି କେନ୍ଦ୍ରକୁ ଛୁଟିଛି ରାଜ୍ୟପାଳଙ୍କ ସମେତ ନେତା, ମନ୍ତ୍ରୀ ଓ ଜିଲ୍ଲା ପ୍ରଶାସନର ସୁଅ ।

ଓଡିଶା ସରକାରଙ୍କ ସମନ୍ନିତ ମହିଳା ଓ ଶିଶୁ ବିକାଶ ସେବା ଯୋଜନା ଅଧିନରେ ଥିବା ଏହି ସୁବର୍ଣ୍ଣପୁର ରୁଗୁଡିପାଲି ଅଙ୍ଗନଓ୍ଵାଡି କେନ୍ଦ୍ର-‘ଖ’-ରେ କାର୍ଯ୍ୟରତ ଗୀତାଞଳୀ ରଣା ଆଜି ସାରା ରାଜ୍ୟରେ ବେଶ୍‌ ପରିଚିତ । ସୈଖୀକ ବାତାବରଣ,ଉତ୍ତମ ସ୍କୁଲ ପରିବେଶ,ଉତ୍ତମ ଶିକ୍ଷାଦାନ,ଶିଶୁଙ୍କ ଯତ୍ନ,ସଠିକ ସମୟରେ କାର୍ଯ୍ୟ ସମ୍ପାଦନ କରିବା ସହିତ ଜିଲ୍ଲାରେ ନମ୍ୱର ଓ୍ଵାନ କେନ୍ଦ୍ର ହୋଇ ପାରିଛି । ଦିନ ରାତି ଏକ କରି କାମ କରୁଥିବାରୁ ଅଙ୍ଗନଓ୍ଵାଡି ଦିଦି ନାଚ,ଗୀତରେ କୋମଳ ମତି ଶିଶୁଙ୍କୁ ଦେଉଛନ୍ତି ପ୍ରାଥମିକ ଶିକ୍ଷାଦାନ ।

ସ୍କୁଲ ପରିସର ସଫା ସୁତରା ରଖିବାସହ ଶିଶୁମାନଙ୍କୁ ଆକର୍ଷିତ କରିବାପାଇଁ ତିଆରି କରିଛନ୍ତି ବଗିଚା । ସ୍କୁଲ୍‌ ଭିତରେ ଛାତ୍ର/ଛାତ୍ରୀଙ୍କୁ ଚୈାକିରେ ବସାଇ ପାଠ ପଢାଉ ଥିବା ବେଳେ ପ୍ରାଣି ଜଗତ, ଜୀବଜଗତର ବିଭିନ୍ନ ଛବି ଆଙ୍କି କାନ୍ଥରେ ଟାଙ୍ଗି ରଖିଛନ୍ତି । ଯାହା ଶିଶୁମାନେ ଛବିଦେଖି ମନେରଖିପାରବେ । ଏଭଳି ଚାକଚକ୍ୟ ସ୍କୁଲ ପରିବେଶ ସହିତ ଉତ୍ତମ ଶିକ୍ଷାଦାନରେ ନମ୍ୱରଓ୍ଵାନ ଥିବା ରୁଗୁଡିପାଲି ଅଙ୍ଗନଓ୍ଵାଡି କେନ୍ଦ୍ର-‘ଖ’ଆଜି ସମସ୍ତରଙ୍କର ପ୍ରିୟ ଭାଜନ ହୋଇପାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.