Below header

ନିର୍ବନ୍ଧ କରିଲେ କି ‘ତାରକ ମେହେତା କା ଉଲ୍‌ଟା ଚଷମା’ର ବବିତାଜୀ ଓ ଟପ୍ପୁ? ନୀରବତା ଭାଙ୍ଗିଲେ ମୁନମୁନ

ଟିଭି ଦୁନିଆର ମୋଷ୍ଟ ପପୁଲାର ସୋ ‘ତାରକ ମେହେତା କା ଉଲ୍‌ଟା ଚଷମା’ ର ଆକ୍ଟର ବବିତା ଜୀ ଏବଂ ଟପ୍ପୁଙ୍କ ଭୂମିକା ଅଭିନୟ କରୁଥିବା ମୁନ୍‌ମୁନ୍‌ ଦତ୍ତା ଓ ରାଜ ଅନାଦକଟଙ୍କ ରିଲେସନ୍‌ସିପ୍‌କୁ ନେଇ ଚର୍ଚ୍ଚା ଚାଲିଛି । ତେବେ ଏହି ଖବର ସୋସିଆଲ ମିଡିଆରେ ଜୋର୍‌ସୋର ଚର୍ଚ୍ଚାର ବିଷୟ ପଲଟିଥିବା ବେଳେ, ବର୍ତ୍ତମାନ ମୁନ୍‌ମୁନ୍‌ ଦତ୍ତା ନିଜେ ଏହି ଘଟଣାର ସତ୍ୟତା କହିଛନ୍ତି ।

ଟିଭି ଦୁନିଆର ମୋଷ୍ଟ ପପୁଲାର ସୋ ‘ତାରକ ମେହେତା କା ଉଲ୍‌ଟା ଚଷମା’ ଲୋକଙ୍କ ପ୍ରିୟ ସୋ ମଧ୍ୟରୁ ଅନ୍ୟତମ । ଏହା ଏକ ଏପରି ସୋ ଯାହାକୁ ଦେଖିବା ପରେ ଲୋକମାନେ ବହୁତ ଖୁସି ହେବା ସହ ହସି ମଧ୍ୟ ଥାନ୍ତି । ଏହା ବ୍ୟତୀତ ସୋ ର ଆକ୍ଟର ସାରା ଦେଶରେ ଲୋକଙ୍କୁ ହସାଇଥାନ୍ତି । ତେବେ ସୋ ର ପ୍ରତ୍ୟେକ ଚରିତ୍ର ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ପାଇଥାନ୍ତି । ସୋ’ରେ ଜେଠାଲାଲ ଏବଂ ଦୟାବେନ୍‌ଙ୍କ ପରି ବବିତା ଜୀ ଏବଂ ଟପ୍ପୁଙ୍କ ଭୂମିକା ମଧ୍ୟ ବହୁତ ଲୋକପ୍ରିୟ ହୋଇଛି । ତେବେ ମୁନ୍‌ମୁନ୍‌ ଦତ୍ତା ବର୍ଷ ବର୍ଷ ଧରି ବବିତା ଜୀ ଭୂମିକାରେ ଅଭିନୟ କରିଆସୁଛନ୍ତି । ଏହାପୂର୍ବରୁ ରାଜ ଅନାଦକଟଙ୍କୁ ଟପ୍ପୁ ଭୂମିକାରେ ଦେଖିବାକୁ ମିଳିଥିଲା । ଆପଣମାନେ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ କିଛି ଦିନ ପୂର୍ବରୁ ହଠାତ୍ ଖବର ଆସିଛି ଯେ ଦୁହେଁ ଭଡୋଦରାରେ ନିର୍ବନ୍ଧ କରିଛନ୍ତି । ତେବେ ଏହି ଖବର ସୋସିଆଲ ମିଡିଆରେ ଜୋର୍‌ସୋର ଚର୍ଚ୍ଚା ଚାଲିଛି । ଏହି ପରିସ୍ଥିତିରେ ବର୍ତ୍ତମାନ ମୁନ୍‌ମୁନ୍‌ ଦତ୍ତା ନିଜେ ଏହି ଘଟଣାର ସତ୍ୟତା କହିଛନ୍ତି ।

ସୂଚନା ମୁତାବକ, ଇନଷ୍ଟାଗ୍ରାମରେ ମୁନ୍‌ମୁନ୍‌ ଦତ୍ତା ଏହାକୁ ନେଇ ରିଆକ୍ଟ କରିଛନ୍ତି । ସେ ଗୋଟିଏ ପରେ ଗୋଟିଏ ଚାରୋଟି ଇନଷ୍ଟାଗ୍ରାମ ଷ୍ଟୋରି ପୋଷ୍ଟ କରିଛନ୍ତି । ସେ ଏହି ଷ୍ଟୋରି ମାଧ୍ୟମରେ ଘଟଣାର ସମ୍ପୂର୍ଣ୍ଣ ସତ କହିବାକୁ ଚେଷ୍ଟା କରିଛନ୍ତି । ତେବେ ମୁନ୍‌ମୁନ୍‌ ଦତ୍ତା ଏହି ସବୁ ଷ୍ଟୋରି ସେୟାର କରି ସମସ୍ତଙ୍କୁ ଜଣାଇଛନ୍ତି ଯେ ଏହି କଥା ସମ୍ପୂର୍ଣ୍ଣ ମିଛ ବୋଲି । ଯେପରି ପ୍ରଥମ ଷ୍ଟୋରିରେ, ଅଭିନେତ୍ରୀ କହିଛନ୍ତି ପ୍ରସାରିତ ହେଉଥିବା ଅନେକ ଖବରକୁ ତାଙ୍କ ବିବାହର ମିଛ ଖବର ସହିତ ଯୋଡିଥିଲେ ଏବଂ ଏକ ନକଲି ନ୍ୟୁଜ୍ ଆଲର୍ଟ ଲେଖା ହେଇଥିବା କଥା ସେ କହିଥିଲେ । ଏହା ବ୍ୟତୀତ, ଅନ୍ୟ ଏକ ପୋଷ୍ଟରେ ସେ ତାଙ୍କର ଜଣେ ସାଙ୍ଗଙ୍କ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ଲେଖା ଅଛି, ‘ଲାଇଟ୍‌’ କ୍ୟାମେରା ଏବଂ ନା ! ସେ ଏପରି ମଧ୍ୟ ଲେଖିଛନ୍ତି ଯେ ଏହି ସବୁ କଥା ମିଛ, ଆଉ ଏହି ମିଛ ଖବର ପାଇଁ ମୁଁ କ୍ଷମା ମାଗୁଛି । କାରଣ ଏଠାରେ ନିର୍ମନ୍ଧ ନା ବିବାହ କିଛି ବି ହେଉନାହିଁ । କେବଳ ସ୍କ୍ରିପ୍ଟ ଏବଂ ଗୁଜବ ସବୁ ସ୍ପଟ୍ ଲାଇଟ୍ ଚୋରି କରୁଛି । ବର୍ତ୍ତମାନ ସମୟ ଆସିଛି ଯେ ମିଛ ଖବରକୁ ଅଣଦେଖା କରି ସତ କହିବାକୁ । ତେବେ ମୁନ୍‌ମୁନ୍‌ ଦତ୍ତା ତାଙ୍କ ଷ୍ଟୋରିରେ ଏପରି ଅନେକ କଥା ସେୟାର କରିଛନ୍ତି ଏବଂ ଏହି କଥାକୁ ମିଛ ବୋଲି କହିଛନ୍ତି ।

munmun
PHOTO : munmun dutta

ତେବେ ରାଜ ଅନାଦକଟ ମଧ୍ୟ ଏହି ଗୁଜବକୁ ନେଇ ନିଜ ମତ ଦେଇଛନ୍ତି ଏବଂ ସେ ଏହାକୁ ସମ୍ପୂର୍ଣ୍ଣ ନକଲି ବୋଲି ମଧ୍ୟ କହିଛନ୍ତି । ରାଜ ଅନାଦକଟ ଏବଂ ମୁନ୍‌ମୁନ୍‌ ଦତ୍ତାଙ୍କ ସମ୍ପର୍କର ଖବର ୨୦୧୯ ରୁ ୨୦ ବର୍ଷରେ ସାମ୍ନାକୁ ଆସିଥିଲା, ଯେତେବେଳେ ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଥିଲା । ସେହି ସମୟରେ ଦୁଇ ଜଣଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏପରିକି ସେହି ସମୟ ମଧ୍ୟରେ ଦୁଇ ଜଣ ଏହି କଥାକୁ ମିଛ ବୋଲି କହିଥିଲେ । ତେବେ ବର୍ତ୍ତମାନ ସୋସିଆଲ ମିଡିଆ ଜରିଆରେ ମୁନ୍‌ମୁନ୍‌ ଦତ୍ତା ସ୍ପଷ୍ଟ କରିଛନ୍ତି ଯେ ଏହି ସବୁ ଜିନିଷ ମିଛ ବୋଲି । ଏହାର କିଛି ସମୟ ପରେ ରାଜ ଅନାଦକଟ ସୋ ଛାଡିଥିଲେ, କିନ୍ତୁ ମୁନ୍‌ମୁନ୍‌ ଦତ୍ତା ଏପର୍ଯ୍ୟନ୍ତ ଏହି ସୋ’ର ଏକ ଅଂଶ ଅଛନ୍ତି । ତେବେ ଉଭୟଙ୍କ ମଧ୍ୟରେ ପ୍ରାୟ ୯ ବର୍ଷର ପାର୍ଥକ୍ୟ ରହିଛି । ମୁନ୍‌ମୁନ୍‌ ୩୬ ବର୍ଷ ହୋଇଥିବାବେଳେ ରାଜ ୨୭ ବର୍ଷ ବୟସର । ଏହା ସହ ପୂର୍ବରୁ ମଧ୍ୟ ଏପରି ଅନେକ କଥା ସାମ୍ନାକୁ ଆସିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.