ନୂଆ ବର୍ଷରେ ଏହି ରାଶିର ବ୍ୟକ୍ତିଙ୍କ କଷ୍ଟ ବଢ଼ାଇବେ ରାହୁ, ରୁହନ୍ତୁ ସାବଧାନ ନଚେତ ପସ୍ତାଇବେ

ଗ୍ରହ ଚଳନ ବ୍ୟକ୍ତିଙ୍କ ଉପରେ ଭଲ ଓ ଖରାପ ପ୍ରଭାବ ପକାଇଥାଏ । ବର୍ତ୍ତମାନ ସମୟରେ ରାହୁ ଗ୍ରହ ମେଷ ରାଶିରେ ସଂଚରଣ କରିଛନ୍ତି । ନୂଆ ବର୍ଷରେ ରାହୁ ବକ୍ରୀ ହୋଇ ମୀନ ରାଶିରେ ପ୍ରବେଶ କରିବେ । ଏହି ଗୋଚର ସମୟରେ କିଛି ରାଶିର ବ୍ୟକ୍ତିଙ୍କୁ ସତର୍କ ରହିବାକୁ ହେବ ।

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଗ୍ରହକୁ ପାପୀ ଗ୍ରହ ବୋଲି କୁହାଯାଇଥାଏ । ୩୦ ଅକ୍ଟୋବର ୨୦୨୩ ସୋମବାର ଦିନ ୧ ଟା ୩୩ ରେ ରାହୁ ରାଶି ପରବର୍ତ୍ତନ କରି ମୀନ ରାଶିରେ ପ୍ରବେଶ କରିବେ । ରାହୁ ସର୍ବଦା ଓଲଟା ଚଳନ ହୋଇଥାନ୍ତି । ରାହୁଙ୍କୁ କୌଣସି ରାଶିର ସ୍ୱାମିତ୍ୱ ପ୍ରାପ୍ତ ହୋଇନାହିଁ । ତେଣୁ ସେ ଛାୟା ଗ୍ରହ ଭାବେ ଯେଉଁ ଘରେ ରହିଥାନ୍ତି । ସେହି ଘରର ଫଳ ଦେଇଥାନ୍ତି । ମୀନ ରାଶିରେ ରାହୁଙ୍କ ଚଳନ କିଛି ରାଶିର ବ୍ୟକ୍ତିଙ୍କ ପାଇଁ କଠିନ ସମୟ ଆଣିପାରେ । ତେଣୁ ସେମାନଙ୍କୁ ସାବଧାନ ରହିବାକୁ ହେବ । ଆସନ୍ତୁ ଜାଣିବା କିଏ ଏହି ରାଶିମାନେ ।

ମେଷ ରାଶି : ମୀନ ରାଶିରେ ରାହୁଙ୍କ ପ୍ରବେଶ ଯୋଗୁ ମେଷ ରାଶିର ବ୍ୟକ୍ତିଙ୍କୁ ବହୁ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ନିବେଶ ପାଇଁ ସମୟ ଅନୁକୂଳ ନୁହେଁ । ଆର୍ଥିକ, ମାନସିକ ଓ ଶାରୀରିକ ଅସୁବିଧା ବଢ଼ିପାରେ । ଅଯଥା ଖର୍ଚ୍ଚ ମଧ୍ୟ ବଢ଼ିପାରେ ।

ବୃଷ ରାଶି : ଏହି ରାଶିର ବ୍ୟକ୍ତିଙ୍କୁ ମାନସିକ ଚାପର ସାମନା କରିବାକୁ ପଡିପାରେ । ଆର୍ଥିକ ସ୍ଥିତି ଦୁର୍ବଳ ହେବ । ହେଉଥିବା କାମ ବିଗିଡି ଯିବ ।

କନ୍ୟା ରାଶି : ରାହୁଙ୍କ ବକ୍ରି ଚଳନ ଯୋଗୁ ଏହି ରାଶିର ବ୍ୟକ୍ତି ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବେ । ଛୋଟ କାମ ପାଇଁ ଧାଁ ଦଉଡିବାକୁ ପଡିବ । ତେଣୁ ସତର୍କ ରୁହନ୍ତୁ ଓ ବାଣୀ ଉପରେ ସଂଯମ ରଖନ୍ତୁ ।

ମକର ରାଶି : ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ, ତେଣୁ ସତର୍କ ରୁହନ୍ତୁ । ବେପାର ଓ ଚାକିରିରେ କଷ୍ଟ ଦେଖା ଦେଇପାରେ । ବିବାହରେ ବାଧା ଆସିପାରେ । କଥା ଉପରେ ନିୟନ୍ତ୍ରଣ ନ ରଖିଲେ କ୍ଷତି ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.