Below header

ମାଟି ଓ ମୌସୁମୀର ମିଳନର ପର୍ବ ରଜ, ଶରୀର ପାଇଁ ବିଶ୍ରାମ ଆଉ ମନ ପାଇଁ ଆଣେ ଆନନ୍ଦର ଅବସର

ମାଟି ଓ ମୌସୁମୀର ମିଳନର ପର୍ବ ରଜ । ପୃଥିବୀର ମାତୃତ୍ଵ କାମନା କରି ସୃଷ୍ଟିର ଜୟଗାନ କରେ କୃଷକ । ଆଦ୍ୟ ଆଷାଢର ପ୍ରଥମ ବୃଷ୍ଟି ରେ ପୃଥିବୀ ଋତୁମତୀ ହୋଇଥିବାରୁ ଖୁସିରେ ସବୁଆଡେ ଉତ୍ସବ ମୁଖର ହୋଇଉଠେ। ଶରୀର ପାଇଁ ବିଶ୍ରାମ ଆଉ ମନ ପାଇଁ ଆନନ୍ଦର ଅବସର ଆଣେ ଏହି ରଜ ପର୍ବ । ପୂର୍ଣ୍ଣ ଯୌବନର ଶକ୍ତି ନେଇ ଧରିତ୍ରୀକୁ ଆସେ ରଜ । ପ୍ରଥମ ବର୍ଷାର ପହିଲି ପସରା ମାଟି ଛୁଇଁଲେ ଆଦ୍ର ହୋଇ ଉଠେ ଧରିତ୍ରୀ। ଶୀତଳତା ସବୁଆଡେ ଭରିଯାଏ ।

55

ତା ସହିତ ପୋଡପିଠାର ମଜା, ପୁଅମାନଙ୍କ ତାସ୍ ଏବଂ ବାଗୁଡି ଖେଳ, ଆଉ ଝିଅମାନଙ୍କ ଗାଁ ବୁଲା, ଅଳତାଲଗା ସହ ରଜ ପାନ ଖାଇ ଓଠ ରଙ୍ଗେଇବାର ଏକ ଭିନ୍ନ ମଉକା ଆଣେ ରଜ ପର୍ବ । ଏହି ପର୍ବରେ ପରିବାରର ଲୋକେ କିମ୍ବା ଆତ୍ମୀୟସ୍ଵଜନ ଯିଏ ଯେଉଁଠି ଥିଲେ ବି ଫେରି ଆସିଥାନ୍ତି ନିଜ ଘରକୁ। ବନ୍ଧୁ ବାନ୍ଧବଙ୍କ ଗହଳି ଆଉ ହସ କୌତୁକର ଆସର ଭୁଲାଇ ଦିଏ କର୍ମମୟ ଜୀବନର ଅବସାଦ । କିନ୍ତୁ ପୃଥିବୀ ମାଆକୁ ପୂଜା କରିବା ଏବଂ ଧରିତ୍ରୀ ମାଆର ଉଦ୍ୟେଶରେ ପାଳନ ହୁଏ ଆମ ଓଡ଼ିଆଙ୍କ ପର୍ବ ରଜ । ହିନ୍ଦୁ ଶାସ୍ତ୍ର ରଜକୁ ବସୁମାତାର ଅସ୍ପର୍ଶ ଦିବସ ଭାବେ ମାନ୍ୟତା ଦିଏ। ସବୁଠି ସୃଷ୍ଟିର ମୂଳ ତତ୍ତ୍ଵ ହେଉଛି କୃଷି । କୃଷି ନାହିଁ ତ ସଂସ୍କୃତି ନାହିଁ। ସେଥିପାଇଁ ହିଁ କୃଷି ପର୍ବ ରଜ-ସଂସ୍କୃତି ସର୍ଜନାର ସଙ୍କେତ ବହନ କରିଥାଏ ।

11

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଢଙ୍ଗରେ ପାଳିତ ହୁଏ ରଜ । ରଜ ଓଡ଼ିଶାର ଏକ ପାରମ୍ପରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ ।

raja 1

ଓଡିଶାର ରଜପର୍ବ ପରି ରାଜସ୍ଥାନରେ ମଧ୍ୟ ପାଳନ ହୁଏ ‘ଡାଜପତ୍ର ‘ ଏଥିରେ କୁମାରୀମାନେ ନୂତନ ବସ୍ତ୍ର ପରିଧାନପୂର୍ବକ ଦୋଳି ଖେଳିଥାନ୍ତି ।ବର୍ଷା ଆରମ୍ଭରୁ ଏହି ଉତ୍ସବ ଓଦା କରିଦିଏ କୁମାରୀ ମାନଙ୍କ ହୃଦୟକୁ । କେରଳରେ ରଜପର୍ବ ଭଳି ପାଳିତ ହେଉଥିବା ପର୍ବର ନାଁ ଓନମ । ଓଡିଶା ଭଳି ଏଥିରେ ଦୋଳିଥାଏ ଏବଂ ପିଠାପଣା ବି ଥାଏ ଏବଂ ନାଚଗୀତରେ ପୁଅଝିଅମାନେ ନାଚିଥାନ୍ତି  । ନବଯୌବନପ୍ରାପ୍ତ ଝିଅଟିଏ ଅନ୍ୟ ଘରକୁ କନିଆଁ ହୋଇଯିବାର ସ୍ଵପ୍ନ ଦେଖେ ଏଇ ରଜ ଅବସରରେ । ସେଥିପାଇଁ ହିଁ ତାର ମନର ଭାବ ପ୍ରକାଶ ଲାଗି ଦୋଳିରେ ଆୟୋଜନ କରାଯାଏ । ଚନ୍ଦ୍ରଙ୍କ ନାଁ ଅନୁସାରେ ଏହି ମାସରେ ନାମକାରଣ କରାଯାଇଛି ।

ରଜପର୍ବ ଆସାମରେ ଅମ୍ବୁବାଚି ବା କାମାକ୍ଷାଦେବୀଙ୍କ ରଜପର୍ବ ନାମରେ ଜଣାଯାଏ । ମିଥୁନ ସଂକ୍ରାନ୍ତି ଅବସରରେ ବିଭିନ୍ନ ଶକ୍ତି ପୀଠ ମଧ୍ୟରୁ ଗୌହାଟିରେ ଥିବା ପ୍ରମୁଖ କାମାକ୍ଷା ଦେବୀଙ୍କ ପୀଠ ଲୋକାରଣ୍ୟ ହୁଏ ବିଶ୍ଵାସ କରାଯାଏ ଦେବୀ କାମାକ୍ଷା ଏହି ସମୟରେ ରଜବତୀ ହୁଅନ୍ତି । ଦେବୀଙ୍କ ମହାସ୍ନାନ ପରେ ଚତୁର୍ଥ ଦିନ ଭକ୍ତମାନେ ମନ୍ଦିର ଭିତରେ ପ୍ରବେଶ କରିଥାନ୍ତି । ଦେଶ ବିଦେଶରୁ ଅନେକ ତାନ୍ତ୍ରିକ, ସାଧୁ ସନ୍ୟାସୀ ଆଶୀର୍ବାଦ ପାଇବା ପାଇଁ ଏଠାକୁ ଛୁଟି ଆସନ୍ତି ।

33

ରଜ ଓଡ଼ିଶାର ଏକ ବିଶେଷ ପର୍ବ ହେଲେ ହେଁ ଏହା କେବଳ କୁମାରୀମାନଙ୍କ ପର୍ବ ରୂପେ ପାଳନ କରାଯାଏ । ପୌରାଣିକ କଥା ଅନୁଯାୟୀ ରାଜା ଜନକ ହଳ ଯୋଚି ଏକ କନ୍ୟାକୁ ଭୂମିରୁ ପାଇଥିବାରୁ ମିଥିଳାବାସୀ ଏହି ପର୍ବକୁ ନାରୀମାନଙ୍କ ପର୍ବ ରୂପେ ସ୍ୱୀକୃତି ଦେଇଥିଲେ ବୋଲି ଅନୁମାନ କରାଯାଏ । ଠିକ ସେହିଭଳି ରୋମରେ ଲୋକେ ଜୁନୋଙ୍କୁ ମାତୃତ୍ଵର ଦେବୀ ଭାବେ ପୂଜା କରୁଥିବା ବେଳେ ତାଙ୍କରି ନାଁରେ ନାମକରଣ ହୋଇଥିବା ଜୁନ ମାସରେ ରଜପର୍ବର ପରିକଳ୍ପନା ଅପୂର୍ବ ସରଞ୍ଜାସ୍ୟ ମଧ୍ୟ ରଖିଥାଏ  । ଆଧୁନିକତାର କୃତ୍ରିମ ସୁଗନ୍ଧରେ ବିମୋହିତ ହୋଇ ଭୁଲି ଗଲୁଣି ବୈଦିକ ପରମ୍ପରାର ମୌଳିକତା ଓ ଆତ୍ମୀୟତାକୁ । ଗ୍ରହଣ କରି ନେଲୁଣି ପାଶ୍ଚାତ୍ୟର ରଙ୍ଗିନ ସଂସ୍କୃତିକୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.