Below header

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମୟୂରଭଞ୍ଜ : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା । ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଗିତିଲତା ଗାଁରେ ଡୁଙ୍ଗୁରୀରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକ ହେଲେ ଗିତିଲତା ଗାଁର ରାମେଶ୍ୱର ପାତ୍ର ଓ ସାବିତ୍ରୀ ନାଏକ । ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା । ହେଲେ ରାମେଶ୍ୱର ବିବାହିତ ହୋଇଥିବା ବେଳେ ଭିନ୍ନ ଜାତି ପାଇଁ ବିବାହ ଲାଗି ଝିଅ ଘର ଲୋକ ରାଜି ହୋଇନଥିଲେ ବୋଲି କୁହାଯାଉଛି ।

ପୂର୍ବରୁ ଏନେଇ ଗାଁରେ ବୈଠକ ପରେ ଘଟଣା ଥାନାକୁ ମଧ୍ୟ ଯାଇଥିଲା । ପରେ ରାମେଶ୍ୱର ଗାଁରେ ରହୁଥିବା ବେଳେ ଝିଅ ଟାଟାରେ ରହୁଥିଲେ । ଆଜି ଗଛରୁ ଝୁଲନ୍ତା ଅବସ୍ଥାରେ ଦୁହିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୋଲିସ ଘଟଣାର ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.