ରକ୍ଷାସୂତ୍ର ରଂଗ କିପରି ହେବା ଦରକାର, ଯାହା ବିପଦରୁ ରକ୍ଷା କରିଥାଏ, ଜାଣନ୍ତୁ ଜ୍ୟୋତିଷ ଟିପ୍ସ

ହିନ୍ଦୁ ଧର୍ମରେ ରକ୍ଷା ସୂତ୍ର ବନ୍ଧନ ଏକ ବିଧି ରହିଛି । ଯାହା ମନୁଷ୍ୟକୁ ବିପଦରୁ ରକ୍ଷା କରିଥାଏ । ଗୋଟିଏ ହାତରେ ରକ୍ଷା ସୂତ୍ର ବାନ୍ଧିବା ମାନ୍ୟତା ରହିଛି । ଯାହା ଆପଣଙ୍କୁ ଖରାପ ଶକ୍ତିରୁ ରକ୍ଷା କରିଥାଏ । ଜ୍ୟୋତିଷ ଶାସ୍ତ୍ରରେ ବ୍ୟକ୍ତିଙ୍କର ଅଲଗା ଅଲଗା ରାଶି ହୋଇଥାଏ । ଇଷ୍ଟ ଦେବତା ଓ ଲକି ରଂଗ ମଧ୍ୟ ଅଲଗା ହୋଇଥାଏ । ତେଣୁ ବ୍ୟକ୍ତିଙ୍କୁ ସେହି ହିସାବରେ ରକ୍ଷା ସୂତ୍ରର ରଂଗ ଚୟନ କରିବା ଶୁଭ ହୋଇଥାଏ । ଏହାଦ୍ୱାରା ବହୁ ପ୍ରକାର ଲାଭ ହୋଇଥାଏ ।

ଆସନ୍ତୁ ଜାଣିବା ରକ୍ଷା ସୂତ୍ରର ରଂଗର ଲାଭ

୧. ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଦେବଙ୍କ କୃପା ଲାଭ ପାଇଁ ନୀଳ ରଂଗର ସୂତା ହାତରେ ବାନ୍ଧିବା ଆବଶ୍ୟକ ।

୨. ବୁଧ ମଜବୁତ କରିବା ପାଇଁ ସବୁଜ ରଂଗର ନରମ ସୂତା ହାତରେ ବାନ୍ଧିବା ଲାଭାକରୀ ହୋଇଥାଏ ।

୩. ବୃହସ୍ପତି ଓ ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିବା ପାଇଁ ହାତରେ ହଳଦିଆ ରଂଗର ରେଶମ ସୂତା ବାନ୍ଧିବା ପରମ୍ପରା ରହିଛି ।

୪. ଶୁକ୍ର ଗ୍ରହ ଓ ଲକ୍ଷ୍ମୀଜୀଙ୍କ ପାଇଁ ଧଳା ରେଶମୀ ସୂତା ବାନ୍ଧିବା ଶୁଭ ହୋଇଥାଏ ।

୫. ଭଗବାନ ଶିବଙ୍କ କୃପା ପାଇବା ପାଇଁ ଓ କୁଣ୍ଡଳୀରେ ଚନ୍ଦ୍ରମାଙ୍କୁ ମଜବୁତ କରିବା ପାଇଁ ହାତରେ ଧଳା ସୂତା ବାନ୍ଧିବା ଶୁଭ ହୋଇଥାଏ ।

୬. ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ରୁଷ୍ଟ ରାହୁ –କେତୁ ଓ ଭୈରବଙ୍କୁ ଖୁସି କରିବା ପାଇଁ କଳା ରଂଗର ସୂତା ହାତରେ ବାନ୍ଧିବା ଲାଭକାରୀ ହୋଇଥାଏ ।

୭. ହନୁମାନଜୀ ଓ ମଙ୍ଗଳ ଗ୍ରହଙ୍କ କୃପା ପାଇବା ପାଇଁ ହତାରେ ଲାଲ ରଂଗର ସୂତା ବାନ୍ଧିବାର ପ୍ରଚଳନ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.