ଛତ୍ରପୁର ସ୍କୁଲରେ ପିଲାଙ୍କ ଉପରକୁ ମଳ ଛିଟା ପଡିବା ଘଟଣା, ଅଙ୍ଗନାବାଡ଼ି କେନ୍ଦ୍ରକୁ ସ୍ଥାନାନ୍ତରିତ ହେଲା ସ୍କୁଲ

ଛତ୍ରପୁର(କେନ୍ୟୁଜ୍): ବ୍ରହ୍ମପୁର ଛତ୍ରପୁର ବ୍ଲକ ତୁଡୁକପଲ୍ଲୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କ ଉପରକୁ ମଳ ଛିଟା ପଡିବା ଘଟଣାରେ ପଦକ୍ଷେପ । ନିକଟରେ ଥିବା ଅଙ୍ଗନାବାଡ଼ି କେନ୍ଦ୍ରକୁ ସ୍ଥାନାନ୍ତରିତ ହେଲା ସ୍କୁଲ । ସ୍କୁଲ ପରିସରକୁ ଛତ୍ରପୁର ପୋଲିସ ଜଗି ବସିଛନ୍ତି । ଏହା ସହ ପରିସରରେ ପାଦୁକା ଢାଳି ପୂଜା କରାଯାଇଛି ।

ଗ୍ରାମବାସୀ ଏହାକୁ କିଛି ଅଲୌକିକ କାଣ୍ଡ ଭାବି ବିଦ୍ୟାଳୟ ଚତୁପାର୍ଶ୍ୱ ଓ ବିଭିନ୍ନ ସ୍ଥାନରେ ସମସ୍ତ ଦେବଦେବୀଙ୍କ ପାଦୁକ ପାଣି ଛିଞ୍ଚିଛନ୍ତି l ତେବେ ମୋଟ ୩୬ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୬ ଜଣ ଛାତ୍ରଛାତ୍ରୀ ଆଜି ସ୍କୁଲ ଆସିଛନ୍ତି । ବ୍ରହ୍ମପୁର ଛତ୍ରପୁର ବ୍ଲକ ତୁଡୁକପଲ୍ଲୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କ ଉପରେ ମଳ ବର୍ଷା ହେଉଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.