Below header

ଆଜି ରାମନବମୀ, ଜାଣନ୍ତୁ ରାଶି ଅନୁସାରେ ଭଗବାନଙ୍କ ନିକଟରେ କେଉଁ ଫଳ ଭୋଗ କରିବେ

ଚୈତ୍ରମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ମହାରାଣୀ କୌଶଲ୍ୟାଙ୍କ କୋଳରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଜନ୍ମ ଗ୍ରହଣ କରିଥିଲେ। ସତ୍ୟ ଯୁଗରେ ରାଜା ଦଶରଥଙ୍କ ପୁତ୍ରେଷ୍ଟି ଯଜ୍ଞ ପରେ ଏହି ପର୍ବ ପାଳନ କରାଯାଉଛି। ଏହି କାରଣରୁ ରାମନବମୀ ଦିନ ଭଗବାନ ଶ୍ରୀରାମ ଏବଂ ରାମାୟଣ ପୂଜା କରିବା ସହ ଭୋଗ ମଧ୍ୟ ଲଗାଯାଇଥାଏ।

ସନାତନ ସମ୍ପ୍ରଦାୟର ଲୋକମାନେ ରାମନବମୀ ପର୍ବ ପାଳନ କରିଥାନ୍ତି। ମାନ୍ୟତା ରହିଛି ଭକ୍ତିର ସହ ଭଗବାନଙ୍କୁ ପୂଜା କରିବା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ରୋଗ ଦୂର ହୋଇଥାଏ। ଏହିକାରଣରୁ ରାମନବମୀ ଦିନ ଶ୍ରୀରାମଙ୍କ ମନ୍ଦିରରେ ଭଗବାନଙ୍କୁ ପୂଜା କରିବା ସହ ଭୋଗ ଲଗାଇ ପ୍ରସାଦ ବାଣ୍ଟନ୍ତୁ। ତେବେ ଆଜି ଆମେ ଆପଣଙ୍କୁ କହିବୁ ଭଗବାନଙ୍କ ନିକଟରେ କେଉଁ ରାଶିର ବ୍ୟକ୍ତି କେଉଁ ଭୋଗ ଲାଗାଇଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ।

Ram Navami 2020: All you need to know - Information News

-ମେଷ ରାଶିର ବ୍ୟକ୍ତିମାନେ ଭଗବାନଙ୍କ ପାଖରେ ଲଡୁ ବେଦେନା ଭୋଗ ଲଗାନ୍ତୁ।

-ବୃଷ ରାଶିର ବ୍ୟକ୍ତିମାନେ ଭଗବାନଙ୍କ ପାଖରେ ରସଗୋଲା ଭୋଗ ଲଗାନ୍ତୁ।

-ମିଥୁନ ରାଶିର ବ୍ୟକ୍ତିମାନେ ଭଗବାନଙ୍କ ପାଖରେ କାଜୁ ବର୍ଫି ଭୋଗ ଲଗାନ୍ତୁ।

-କର୍କଟ ରାଶିର ବ୍ୟକ୍ତିମାନେ ଭଗବାନଙ୍କ ପାଖରେ ବର୍ଫି ଏବଂ ନଡ଼ିଆ ଭୋଗ କରନ୍ତୁ।

-କନ୍ୟା ରାଶିର ବ୍ୟକ୍ତିମାନେ ତୁଳସୀ ଏବଂ ସବୁଜ ରଙ୍ଗର ଫଳ ଭୋଗ କରନ୍ତୁ।

-ତୁଳା ରାଶିର ବ୍ୟକ୍ତିମାନେ ସେଓ ଭୋଗ କରନ୍ତୁ।

-ବିଛା ରାଶିର ବ୍ୟକ୍ତି ଗୁଡ ଏବଂ ଗାଜର ହାଲୁଆ ଭୋଗ ଲଗାନ୍ତୁ।

-ଧନୁ ରାଶିର ବ୍ୟକ୍ତିମାନେ ବେସନରେ ତିଆରି ହୋଇଥିବା ବର୍ଫି ଭୋଗ କରନ୍ତୁ।

-ମକର ରାଶିର ବ୍ୟକ୍ତିମାନେ ଭଗବାନଙ୍କ ପାଖରେ ଗୋଲାପଜାମୁ ଏବଂ କଳା ରଙ୍ଗର ଅଙ୍ଗୁର ଭୋଗ କରନ୍ତୁ।

-କୁମ୍ଭ ରାଶିର ବ୍ୟକ୍ତିମାନେ ଚକଲେଟ ବର୍ଫି, ସେପେଟା ଏବଂ ବେଦେନା ଭୋଗ କରନ୍ତୁ।

-ମୀନ ରାଶିର ଲୋକମାନେ ଶ୍ରୀରାମଙ୍କ ପାଖରେ ଜିଲାପି ଏବଂ କଦଳୀ ଭୋଗ ଲଗାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.