ପୁରୀ: ଲକ ଡାଉନ ଯୋଗୁଁ ଫିକା ପଡିଲା ଶ୍ରୀରାମ ନବମୀ ପାଳନ, ମନ୍ଦିର ବାହାରୁ ଦର୍ଶନ କରି ଫେରିଲେ ଭକ୍ତ

ପୁରୀ:  ଆଜି ପବିତ୍ର ରାମ ନବମୀ । କରୋନା ଲକ ଡାଉନ ପରିସ୍ଥିତିରେ କିଛିଟା ଫିକା ପଡିଛି ରାମ ନବମୀ ଉତ୍ସବ । ଅନ୍ୟ ପକ୍ଷରେ ଆଜି ଦେଶବ୍ୟାପୀ ଲକ ଡାଉନର ନବମ ଦିବସ । ପୁରୀ ଷ୍ଟେସନ ନିକଟ ଶ୍ରୀରାମ ମନ୍ଦିରରେ ବି ପଡିଛି ତାଲା । ପ୍ରଭୁ ଶ୍ରୀରାମଙ୍କ ଉପରେ ଆସ୍ଥା ବିଶ୍ୱାସ ରଖୁଥିବା ଲୋକେ ସକାଳୁ ଆସି ମନ୍ଦିର ବାହାରୁ ହିଁ ଶ୍ରୀରାମଙ୍କ ଦର୍ଶନ କରି ଫେରି ଯାଇଥିଲେ । ଭକ୍ତ ମାନଙ୍କୁ ମନ୍ଦିର ପ୍ରବେଶର ସୁଯୋଗ ମିଳିନଥିଲା କି ଠାକୁରଙ୍କ ନିକଟରେ ଭୋଗ ଲାଗି ବି ହୋଇନଥିଲା । ଅନ୍ୟ ପକ୍ଷରେ ଶ୍ରୀରାମ ମନ୍ଦିର କମିଟି ପକ୍ଷରୁ ଭକ୍ତ ମାନଙ୍କୁ ତୁରନ୍ତ ଦର୍ଶନ ସାରି ଚାଲିଯିବାକୁ ପରାମର୍ଶ ଦିଆଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.