ସ୍ମାର୍ଟଫୋନ କମ୍ପାନୀ Xiaomi ବଜାରରେ ଲଞ୍ଚ କଲା A1 ଏବଂ A1 Pro ଇଲେକ୍ଟ୍ରିକ ମୋପେଡ

ବର୍ତ୍ତମାନ ବଜାରରେ ଇଲେକ୍ଟ୍ରିକ ବାହନର ଚାହିଦା ବଢ଼ିବାରେ ଲାଗିଛି। ଏହି କାରଣରୁ ପାଖାପାଖି ପ୍ରତ୍ୟେକ କମ୍ପାନୀ ଏଭଳି ଇଲେକ୍ଟ୍ରିକ ବାହନ ମାର୍କେଟରେ ଲଞ୍ଚ କରିବାରେ ଲାଗିଛନ୍ତି। ଏନେଇ ଏବେ ସ୍ମାର୍ଟଫୋନ କମ୍ପାନୀ Xiaomi ବଜାରରେ A1 ଏବଂ A1 Pro ଇଲେକ୍ଟ୍ରିକ ମୋପେଡ ଲଞ୍ଚ କରିଛି। ଆକର୍ଷଣ ଲୁକ ସହ ଏହି ସୁନ୍ଦର ଇଲେକ୍ଟ୍ରିକ ମୋପେଡର ଦାମ ହେଉଛି ୪୨୦ ଡଲାର ଅର୍ଥାତ ପାଖାପାଖି ୩୨,୦୦୦ ଟଙ୍କା ନିର୍ଦ୍ଧାରିତ କରାଯାଇଛି।

Xiaomi A1 E-bike Unveiled In China, Cheaper Than OnePlus 7 - ZigWheels

ଏହା ଲାଇଟୱେଟ ମୋପେଡ। ଏଥିରେ କମ୍ପାନୀ ବ୍ୟାଟେରୀ ସହ ଟଚସ୍କ୍ରିନ ଇଷ୍ଟୁମେଟ ବ୍ଲଷ୍ଟର ମଧ୍ୟ ଦେଇଛି। ରିପୋର୍ଟ ଅନୁଯାୟୀ ଏହି ଦୁଇଟି ମୋପେଡ ଦେଖିବାକୁ ଏକାଭଳି କିନ୍ତୁ ଏହାର ବ୍ୟାଟେରୀ କ୍ଷମତାରେ ଅନ୍ତର ରହିଛି। କମ୍ପାନୀ କହିବାନୁଯାୟୀ ଏହି ୨ଟି ମୋପେଡରେ ଅଲଗା ଅଲଗା କ୍ଷମତାର ବ୍ୟାଟେରୀ ପ୍ୟାକ ପ୍ରୟୋଗ କରାଯାଇଛି।

Xiaomi A1 ଯାହା ବେସ ମଡେଲ। ଏଥିରେ 7.68 kwh କ୍ଷମତାର ବ୍ୟାଟେରୀ ପ୍ୟାକ ବ୍ୟବହାର କରାଯାଇଛି। ଏହି ମୋପେଡ ଥରେ ଚାର୍ଜ ହେବା ପରେ ୬୦ କି.ମି ପର୍ଯ୍ୟନ୍ତ ଚାଲିଥାଏ। ସେହିଭଳି Xiaomi A1 Pro ରେ କମ୍ପାନୀ 9.6 kwh କ୍ଷମତାର ଏକ୍ସଟେଣ୍ଡେଡ଼ ବ୍ୟାଟେରୀ ବ୍ୟବହାର କରାଯାଇଛି। କମ୍ପାନୀ କହିବାନୁଯାୟୀ ଏହି ମୋପେଡ ଥରେ ଚାର୍ଜ ହେବାପରେ ୭୦ କି.ମି ପର୍ଯ୍ୟନ୍ତ ଚାଲିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.