Below header

ଯାଜପୁର: ଜିଲ୍ଲାର ସମସ୍ତ ୩୧୧ଟି ପ଼ଞ୍ଚାୟତରେ ଖୋଲିଲା ଆଇସୋଲେସନ ସେଣ୍ଟର

ଯାଜପୁର: ଯାଜପୁର ଜିଲ୍ଲାରେ କରୋନା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଜିଲ୍ଲାର ସମସ୍ତ ୩୧୧ଟି ପ଼ଞ୍ଚାୟତରେ ଆଇସୋଲେସନ ସେଣ୍ଟର ଖୋଲାଯାଇଛି। ସେଥିପାଇଁ ଯାଜପୁର ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ବିଭିନ୍ନ ଆଇସୋଲେସନ ସେଣ୍ଟରକୁ ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଏଥିସହିତ ଯାଜପୁର ଏନ୍‌ସି କଲେଜ ପରିସରରେ ୫୦୦ ବେଡ୍‌ର କୋଭିଡ୍‌ ହସ୍ପିଟାଲ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସୂଚନା ଦେଇଛନ୍ତି।

ସେହିପରି କଳିଙ୍ଗ ନଗରରେ ଟାଟା ମେଡିକାଲ କର୍ତ୍ତୃପକ୍ଷଙ୍କ ସହିତ ଚୁକ୍ତି ସ୍ୱାକ୍ଷରିତ ହେବାପରେ ସେଠାରେ ଗୁରୁତର ରୋଗୀଙ୍କର ଚିକିତ୍ସା କରାଯିବ। ସେହିପରି ଜାରକାଠାରେ ଭୂମିକା ଡାକ୍ତରଖାନା ସହିତ ଜିଲ୍ଲା ପ୍ରଶାସନର ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି। ସେଠାରେ ମଧ୍ୟ ଗୁରୁତର ରୋଗୀଙ୍କର ଚିକିତ୍ସା ହେବାକୁ ସ୍ଥିର ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.